ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡକ୍ଟର ଅଜିତ ବେହେରା ପାଇଲେ ଓଡ଼ିଆ ସାହିତ୍ୟ ରତ୍ନ ସମ୍ମାନ 

ଡକ୍ଟର ଅଜିତ ବେହେରା ପାଇଲେ ଓଡ଼ିଆ ସାହିତ୍ୟ ରତ୍ନ ସମ୍ମାନ 

ନର୍ଲା/ ମସିହା/02/02/24 //  କଳାହାଣ୍ଡି ଜିଲ୍ଲାର କଶୃପଡା ମହାବିଦ୍ୟାଳୟରେ ଉଦଯାପିତ ପବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ବିଶିଷ୍ଟ ସାହିତ୍ୟିକ, ଗବେଷକ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରାଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଓଡ଼ିଆ ସାହିତ୍ୟ ରତ୍ନ ସମ୍ମାନ” ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନପତ୍ର ଟ୍ରଫି ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଡକ୍ଟର ବେହେରା ନିକଟରେ ସମ୍ବଲପୁରର ବିଶ୍ଵବିଦ୍ୟାଳୟର ସମାବର୍ଦ୍ଧନ ଉତ୍ସବରେ ମର୍ଯ୍ୟାଦାଜନକ ଡ଼ି.ଲିଟ୍ ଡ଼ିଗ୍ରୀ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ଠାରୁ ଗ୍ରହଣ କରିଥିଲେ। ସେ ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ଜୁନିୟର ରିସର୍ଚ୍ଚ ଫେଲୋସିପ, କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟରୁ କଳାହାଣ୍ଡି ଯୁବ ପୁରସ୍କାର, ଭକ୍ତକବି ଗୋପାଳ କୃଷ୍ଣ ସମ୍ମାନ, ଅ ପ୍ରତିଭା ସମ୍ମାନ, ସରସ୍ୱତୀ ସମ୍ମାନ, ହରଗୌରୀ ସାହିତ୍ୟ ସମ୍ମାନ, ମୁନିଗୁଡ଼ା ସାହିତ୍ୟ ସମ୍ମାନ, କନ୍ଧାନ ଭାଷା ଗୌରବ ସମ୍ମାନ, ରାଜ୍ୟ ଜନଜାତି ଗବେଷକ ସମ୍ମାନ, ଓଡ଼ିଆ ଭାଷା ଗୌରବ ସମ୍ମାନ ଭଳି ବହୁ ରାଜ୍ୟ ଓ ଜାତୀୟ ସ୍ତରୀୟ ସମ୍ମାନ ଲାଭ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ଦୀପକ ଠାକୁର, ନର୍ଲା 

Related posts

ରାଇରଙ୍ଗପୁର ଗୋଲେଇ ଛକ ଆଇସିଆଇ ବ୍ୟାଙ୍କ ନିକଟରେ ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ଡିଜିଟାଲ କମ୍ପ୍ୟୁଟର ସୋରୁମ୍ ଉଦ୍ଘାଟିତ 

masiha

ମଦନପୁରୁ ସ୍କୁଲର 1988 ମସିହା ମାଟ୍ରୀକ ଵ୍ୟାଚର ବନ୍ଧୁ ମିଳନ ଓ ଅନୁଭୂତି ଆଦାନ ପ୍ରଦାନ ଅନୁଷ୍ଠିତ

masiha

ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଲାଗି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା

Sunil Chandra Nayak

Leave a Comment

error: Content is protected !!