ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁଲତା ରେ ବାଉଁଶ ସାମଗ୍ରୀ ପ୍ରଶିକ୍ଷଣ ଶିବିର ଉଦଯାପିତ 

ଭାଲୁଲତା ରେ ବାଉଁଶ ସାମଗ୍ରୀ ପ୍ରଶିକ୍ଷଣ ଶିବିର ଉଦଯାପିତ 

ରାଉରକେଲା: ବିଶ୍ରା ବ୍ଲକ ଅନ୍ତର୍ଗତ ଭାଲୁଲତା ର ପଞ୍ଚାଯତ ଅଫିସ ଠାରେ ଆଦର୍ଶ ସ୍ଵେଛାସେବୀ ଅନୁଷ୍ଠାନ ତରଫରୁ ୧୨ ଦିନିଆ ବାଉଁଶ ହସ୍ତକଳା ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ତାଲିମ ଶିବିରରେ ୩୦ ଜଣ ପ୍ରଶିକ୍ଷାର୍ଥୀ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଭାଗ ନେଇଥିଲେ । ଏହି ତାଲିମ ଶିବିର ରେ ବିଭିନ୍ନ ଘର ସଜ୍ଜା ସାମଗ୍ରୀ ଉପରେ ତାଲିମ ଦିଆଯାଇଥିଲା ।ଏହି ଶିବିର ର ଉଦଯାପନୀ ଉତ୍ସବ ରେ ନାବାର୍ଡ ର ଏ. ଜି. ଏମ ତାପସ ବେହେରା , ସରପଞ୍ଚ ବିଚ୍ଛା ମିଞ୍ଜ ,ସମିତି ସଭ୍ୟ ସୁନିତା ମିଞ୍ଜ ,ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ର ସମ୍ପାଦିକା ପୁଷ୍ପା ବାଘେ , ଦକ୍ଷ ନଥିପତ୍ର ପରିଚାଳକ ଆଶା ଟିଗା ଓ ଆଦର୍ଶ ସ୍ଵେଛାସେବୀ ଅନୁଷ୍ଠାନ ର ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ମିଶ୍ର, ସମାଜସେବୀ ବିବେକାନନ୍ଦ ଦାସ ପ୍ରମୁଖ ଯୋଗଦାନ କରି ସେମାନଙ୍କ ବହୁମୂଲ୍ୟ ବକ୍ତବ୍ୟ ଦେଇଥିଲେ ।ନାବାର୍ଡ ର ଏ.ଜି.ଏମ ଏହି ଗୃପକୁ  ନେଇ କେମିତି ଗୋଟାଏ ଉତ୍ପାଦନକାରୀ ଗୋଷ୍ଠି କରାଯାଇ ପାରିବ ଏବଂ ବିଭିନ୍ନ ସୂତ୍ରରୁ କିପରି ସରକାରୀ ସହାୟତା ପାଇ ପାରିବେ ସେ ଦିଗରେ ଆଲୋକପାତ କରିଥିଲେ । ସରପଞ୍ଚ ଶ୍ରୀ ମିଞ୍ଜ ଏକ ଦୋକାନ ଗୃହ ଦେବାପାଇଁ ପ୍ରତିଶୃତି ଦେଇଛନ୍ତି । ଜିପିଏଲଏମ ସମ୍ପାଦିକା ଏହି  ଉତ୍ପାଦନକାରୀ ଗୋଷ୍ଠି କୁ ବ୍ଲକ ତରଫରୁ କିପରି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କ ରେ ଆଲୋକପାତ କରିଥିଲେ । ସମିତି ସଭ୍ୟା ସୁନିତା ମିଞ୍ଜ ସମସ୍ତ ସିଆରପି ମାନଙ୍କୁ ଏହି ଗୋଷ୍ଠିକୁ କିପରି ଭାବରେ ଅଧିକ ମଜଭୁତ କରାଯାଇ ପାରିବ ସେ ବିଷୟରେ ସେ ବୁଝାଇ ଥିଲେ । ଶେଷରେ ଆଦର୍ଶ ଅନୁଷ୍ଠାନ ର ସଂଯୋଜକ ତ୍ରିଲୋଚନ ପ୍ରଧାନ ଓ ଜୁଲୁ ଶୁଭସୁନ୍ଦର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

ଏଆଇ-ସମ୍ପ୍ରସାରିତ ହାତୀ ସୁରକ୍ଷା ପ୍ରଣାଳୀ ଦ୍ବାରା ଟ୍ରେନ୍-ହାତୀ ଦୁର୍ଘଟନା ରୋକିବାର ସଫଳ ରୂପାୟନ

Sunil Chandra Nayak

ଗ୍ରାମରେ ବୁଲି ଭୋଗ ଗ୍ରହଣ କରୁଛନ୍ତି ମାଁ ଠାକୁରାଣୀ 

masiha

Leave a Comment

error: Content is protected !!