ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଚିତ ପୌର ଓ ପଞ୍ଚାୟତ ପ୍ରତିନିଧି ଙ୍କୁ ଭାଜପା ର ସମ୍ବର୍ଦ୍ଧନା

ଧର୍ମଗଡ:୩/୪/୨୨:  ଚଳିତ ତ୍ରି ସ୍ଥରୀୟ ପଞ୍ଚାୟତ ରାଜ ନିର୍ବାଚନ ରେ ବିଜୟୀ ଭାଜପା ର ପଞ୍ଚାୟତ ପ୍ରତିନିଧି ଓ ପୌର ନିର୍ବାଚନ ରେ ବିଜୟୀ ହୋଇ ଥିବା ନବ ନିର୍ବାଚିତ ଅଧ୍ୟକ୍ଷ ଓ କାଉନସିଲର ମାନଙ୍କୁ ଭାଜପା କଳାହାଣ୍ଡି ଜିଲ୍ଲା ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଛି ।

   ଆଜି ଧର୍ମଗଡ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଧନା ସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ରାଷ୍ଟ୍ରୀୟକାର୍ଯ୍ୟକାରିଣୀ ସଦସ୍ୟ ଭାବେନ୍ଦ୍ର ପଣ୍ଡା, ଉପ ସଭାପତି କାଳୀ ପ୍ରସାଦ ରାୟଗୁରୁ, ଲକ୍ଷ୍ମୀକାନ୍ତ ବାଗ, ଅଜୟ ପାଣିଗ୍ରାହୀ, ପ୍ରଶାନ୍ତ ସାହୁ, ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ଶିଶୁ ଦେବ ମୁଣ୍ଡ, ଜନାର୍ଦ୍ଦନ ପଣ୍ଡା, ଅପରେଶ ସ୍ବାଇଁ, ହିମାଂଶୁ ପଣ୍ଡା, ପ୍ରମୁଖ ମଞ୍ଚାସିନ ଥିଲେ । ନବ ନିର୍ବାଚିତ ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଜୁନାଗଡ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କାଉନସିଲର ଅଞ୍ଜନାମାଝୀ, ରତ୍ନା ପାତ୍ର, ନବୀନ ମହାନନ୍ଦ, ଜିତୁ ବାଗ, ପ୍ରବୀଣ ପଣ୍ଡା, ସରପଞ୍ଚ ବିଭୁଦତ୍ତ ପ୍ରଧାନି, ଜନ୍ମେଜୟ ଗୋପାଲ, ସମିତି ସଭ୍ୟ ସରୋଜ ଶବର, ମେନକା ଶବର, ଓ ପୂର୍ଣ୍ଣମୀ ଦୁରିଆ ଙ୍କୁ ମୂଖ୍ୟ ଅତିଥି ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟଯୋଷୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ନଗର ସଭାପତି ହରେକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଭବାନୀପାଟଣା ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ଉଦ୍ଘାଟିତ

Sunil Chandra Nayak

ଚକଡ଼ା ରୋଗପୋକ ରେ କ୍ଷତିଗ୍ରସ୍ତ ଚାଷୀ ତହସିଲଦାର ଓ କୃଷି ଅଧିକାରୀଙ୍କୁ ଭେଟି କ୍ଷତିପୂରଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

୩୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!