ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନିୟମିତତା ଅଭିଯୋଗ ଆଣି ବାଗପଞ୍ଚମୀ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଅଭିଭାବକ ଓ ମହିଳା ହିତାଧିକାରୀ

ଅନିୟମିତତା ଅଭିଯୋଗ ଆଣି ବାଗପଞ୍ଚମୀ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଅଭିଭାବକ ଓ ମହିଳା ହିତାଧିକାରୀ

ବସ୍ତା,05/02 : ବସ୍ତା ବ୍ଲକ କରୁଆ ପଞ୍ଚାୟତ ର ବାଗ ପଞ୍ଚମୀ ଅଙ୍ଗନ୍ ୱାଡି କେନ୍ଦ୍ରରେ ତାଲା ପକାଇଲେ ଉତ୍ୟକ୍ତ ମହିଳା ହିତାଧିକାରୀ ଓ ଅଭିଭାବକ । ଅଭିଯୋଗ ମୁତାବକ ଉକ୍ତ ଅଙ୍ଗନୱାଡି କେନ୍ଦ୍ର ଉପରେ ବାଗପଞ୍ଚମି, ହାତୀମରା, ଫାରକପଡ଼ା ଗ୍ରାମର ଗର୍ଭବତୀ,ପ୍ରସୂତି, ୩ ବର୍ଷରୁ ୬ବର୍ଷର ପିଲା, କିଶୋରୀ ମାନେ ନିର୍ଭର କରନ୍ତି। ଏଥି ପାଇଁ ସରକାର ନିୟମ ମୁତାବକ ଛତୁଆ, ବାଦାମ ଲଡୁ, ଖସା ଲଡୁ, ଅଣ୍ଡା, ମସଲା ମୁଢ଼ି ଭଳି ପୁଷ୍ଟିକର ଖାଦ୍ୟ ସହିତ ଗର୍ଭବତୀ ଙ୍କ ଉଦ୍ଦେଶ୍ୟରେ ଶାଦ ଭକ୍ଷଣ, ଛଅ ମାସର ପିଲାଙ୍କ ପାଇଁ ଅନ୍ନ ପ୍ରସନ୍ନ ଏବଂ ଅଙ୍ଗନୱାଡ଼ି ପିଲାଙ୍କ ପାଇଁ ରୁଟିନ ଅନୁସାରେ ସକାଳ ଜଳଖିଆ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାର ନିୟମ ରହିଛି। ମାତ୍ର କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ମିନତୀ ପାଳ ବିଳମ୍ବରେ ଅଙ୍ଗନୱାଡି କେନ୍ଦ୍ର କୁ ଆସନ୍ତି, ସଠିକ୍ ଭାବେ ହିତାଧିକାରୀ ଙ୍କୁ ଅଣ୍ଡା,ଛତୁଆ, ଲଡୁ ଭଳି ଶୁଖିଲା ଖାଦ୍ୟ ବଣ୍ଟନ କରନ୍ତି ନାହିଁ କିମ୍ବା ଶାଦ ଭକ୍ଷଣ , ଅନ୍ନପ୍ରସନ୍ନ କରନ୍ତି ନାହିଁ। ଏନେଇ ଅଙ୍ଗନୱାଡି କର୍ମୀ ଙ୍କୁ ହିତାଧିକାରୀ ପଚାରିଲେ, ଅଙ୍ଗନୱାଡି କର୍ମୀ କୌଣସି ସନ୍ତୋଷ ଜନକ ଉତ୍ତର ଦେବା ପରିବର୍ତେ ନାଲି ଆଖି ଦେଖାଇବା ସହିତ ବ୍ୟବହାର ଖରାପ କରନ୍ତି। ଏନେଇ ବସ୍ତା ସିଡିପିଓ ଙ୍କୁ ଅଭିଭାବକ ,ହିତାଧିକାରୀ ଲିଖିତ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ନମିଳିବାରୁ ଆଜି ଦିନ ୧୦ ଟାରେ ଅଭିଭାବକ ଓ ମହିଳା ହିତାଧିକାରୀ ମାନେ    ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଅଙ୍ଗନୱାଡି ସେଣ୍ଟର ରେ ତାଲା ପକାଇ ଦେଇଥିଲେ। ଖବର ପାଇଁ ସିଂଲା ଥାନା ଅଧିକାରୀ ଭୁବନ ମୋହନ ସେଠୀ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇ ଥିଲା। ମାତ୍ର ତାଲା ଖୋଲା ଯାଇ ନଥିଲା କିମ୍ବା କୌଣସି ବିଭାଗୀୟ ଅଧିକାରୀ ପହଞ୍ଚି ନଥିଲେ। ଏନେଇ ବସ୍ତା ସିଡିପିଓ ଦୀପ୍ତିରାଣୀ ସିଂ ବାରମ୍ବାର ମୋବାଇଲ ଯୋଗେ ଯୋଗାଯୋଗ କରିଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା ,ତେବେ ସୁପରଭାଇଜର ବାସନ୍ତୀ ପ୍ରଧାନ କହିଛନ୍ତି କି ଅଭିଯୋଗ ବାବଦରେ ସେ ଅବଗତ ଅଛନ୍ତି, ଘଟଣାର ତଦନ୍ତ କରାଯାଇ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳିତ 

Sunil Chandra Nayak

ବାରିପଦା ରଜ ମୌଜ ଅନୁଷ୍ଠାନ ତରଫରୁ ରଜ ଉତ୍ସବ ପାଳିତ

masiha

ଜୁନାଗଡ଼ –ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି 

masiha

Leave a Comment

error: Content is protected !!