ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ବସ୍ତା,05/02 :ବସ୍ତା ବ୍ଲକ ନାବରା ମହିଳା ମହାବିଦ୍ୟାଳୟ ପରିସରରେ କଲେଜ୍ ଅଧ୍ୟକ୍ଷ ଅଜୟ ପ୍ରଧାନ ଙ୍କ ସଭାପତିତ୍ବରେ “ନୂଆ ଓ ” ଯୁବ ଓଡ଼ିଶା, ନବୀନ ଓଡ଼ିଶା” ଆନୁକୂଲ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିକ୍ରେ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ବିଜୟ କୁମାର ଘୋଷ ଏବଂ ସମ୍ମାନିତ ଅତିଥି ଭାବେ ଉତ୍ତର ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡକ୍ତର ଜୟଦେବ ପ୍ରାମାଣିକ, କଲେଜ୍ ର ଅଧ୍ୟାପିକା ତଥା କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ସାଧନା ଦାସ ଅଧିକାରୀ, ଅଧ୍ୟାପକ ମନୋରଞ୍ଜନ ବେହେରା, ଭବଶଙ୍କର ପ୍ରଧାନ,ମାନ ଗୋବିନ୍ଦ ରାଉତ, ଲକ୍ଷ୍ମୀକାନ୍ତ ନାୟକ, ଅଧ୍ୟାପିକା ସସ୍ମିତା ଗିରି ,ଅଲିଭା ମଞ୍ଜରୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗଳ୍ପ, ଲୋକକଥା, କାବ୍ୟ କବିତା, ପୁରାଣକଥା ସହିତ ଜଗନ୍ନାଥ ସଂସ୍କୃତି ପରମ୍ପରା ସହିତ ଓଡ଼ିଆ ଭାଷାର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରାଯିବା ସହିତ ପାଠ୍ୟ ପୁସ୍ତକରେ ସ୍ଥାନିତ କରି ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟକାରୀ କରିବାକୁ ଦାବୀ ହୋଇଥିଲା।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ, ଅଧ୍ୟାପକ ଭବଶଙ୍କର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସ୍ବର୍ଗତ ସାହିତ୍ୟିକ ରଘୁବର ଧଳଙ୍କ ମରଶରୀରରେ ଇସ୍ପାତ୍ ସାହିତ୍ୟ ସଂସଦ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

Sunil Chandra Nayak

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଖଟରୁ ପଡ଼ି ଶିଶୁକନ୍ଯା ମୃତ

Sunil Chandra Nayak

୧- କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ, ୨- କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ ପ୍ରସବ ପରେ ପ୍ରାଣ ହରାଇଲେ ମା’, ନବଜାତକୁ ଛାଡ଼ିଗଲେ ଆଦ୍ୟାଶା

Sunil Chandra Nayak

Leave a Comment

error: Content is protected !!