ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଳିଗାଁ ହାଇ ସ୍କୁଲର ବାର୍ଷିକ ଉତ୍ସବ

କୋଳିଗାଁ ହାଇ ସ୍କୁଲର ବାର୍ଷିକ ଉତ୍ସବ

 ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୋଳି ଗାଁ ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ରେ ସୋମ ବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବି ଇ ଓ ତପନ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜୁନାଗଡ଼ ନୋଡାଲ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ଯୋଗ ଦେଇଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ସ୍କୁଲ ସଭାପତି ରଙ୍ଗାଧର ଦଣ୍ଡ ସେନା ,ଅବସର ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ଧ ଙ୍ଗ ଡା ମାଝି ,ଅବସର ଶିକ୍ଷକ ବିନ୍ଦୁ ପାଢ଼ୀ ,ବୈଦ୍ୟନାଥ ମାଝୀ ପ୍ରମୁଖ ଯୋଗ ଦାନ କରି ବାର୍ଷିକ ଉତ୍ସବର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।ବାର୍ଷିକ ଉତ୍ସବ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରଂବିକ ସଙ୍ଗୀତ ଗାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଦୁଇ ଜଣ ଅବସର ଶିକ୍ଷକ ଜନାର୍ଦ୍ଦନ ଧ ଙ୍ଗ ଡା ମାଝି ଏବଂ ବିନ୍ଦୁ ପାଢ଼ୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେ ବିଭିନ୍ନ ବିଭାଗରେ କୃତି ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ଶିକ୍ଷକ ସୁନୀଲ କୁମାର ଦାସ ଏବଂ କଳ୍ପନା ରାଉତ ସଂଯୋଜନା କରିଥିଲେ ।ଏଥିରେ ଶିକ୍ଷୟତ୍ରୀ ଅନିତା ବେହେରା ,ସୁରଭି ହୋତା ,ପ୍ରତୀକ୍ଷା ଭୋଇ ଏବଂ ଶିକ୍ଷକ ଭରତ ବରିଆ ,ଶଙ୍କର ଭତ୍ର। ପ୍ରମୁଖ ସହଯୋଗ କରିଥିଲେ ।ସନ୍ଧ୍ୟାରେ ଛାତ୍ରଛାତ୍ରୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷୟତ୍ରୀ କଳ୍ପନା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ସଚେତନ‌ତା ଶିବିର 

Sunil Chandra Nayak

ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ପାଳନ

masiha

ଉମରକୋଟରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି 

masiha

Leave a Comment

error: Content is protected !!