ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ମାଲିକଙ୍କ ଘର ସମ୍ମୁଖରେ ଶବ ରଖି ମୃତକଙ୍କ ସମ୍ପର୍କୀୟଙ୍କ ଆନ୍ଦୋଳନ

କାର ମାଲିକଙ୍କ ଘର ସମ୍ମୁଖରେ ଶବ ରଖି ମୃତକଙ୍କ ସମ୍ପର୍କୀୟଙ୍କ ଆନ୍ଦୋଳନ

କଲମପୁର ତା ୬.୨ // ମଙ୍ଗଳବାର ସଂଧ୍ୟାରେ କାର ଦୁର୍ଘଟଣାରେ ମୃତ ଯୁବକଙ୍କ ଶବକୁ ବଡକୁଟୃ ଠାରେ ଥିବା କାର ମାଲିକଙ୍କ ଘର ସମ୍ମୁଖରେ ରଖି ଗ୍ରାମବାସୀଙ୍କ ସହଯୋଗରେ ଆନ୍ଦୋଳନ କରିଛନ୍ତି ମୃତକଙ୍କ ପରିବାର ଏବଂ ସମ୍ପର୍କୀୟ ।

ସୂଚନା ଅନୁସାରେ କଲମପୁର ଦୁଲକିବନ୍ଧ ମୁଖ୍ୟ ରାସ୍ତର ବଡକୁଟୃ ହୋମିଓପାଥି ଚିକିତ୍ସାଳୟ ସମ୍ମୁଖରେ କାର ଦୁର୍ଘଟଣାରେ ସାନକୁଟୃ ଗ୍ରାମର ବଳିଷ୍ଠ କୁମାର ନାମକ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଥିଲା। କଲମପୁର ପୁଲିସ ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଲିସ ପହଞ୍ଚି ମୃତ ବଳିଷ୍ଠର ଶବ ଜବତ କରିଥିଲେ। ଶବର ପଞ୍ଚନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସଂଧ୍ୟାରେ ଶବ ଗାଁକୁ ପହଞ୍ଚିବା ପରେ ପରିବାର ଲୋକ ଶବକୁ ବଡକୁଟୃ ଠାରେ ଥିବା କାର ମାଲିକଙ୍କ ଘର ସମ୍ମୁଖକୁ ନେଇଥିଲେ। ସେଠାରେ ଶବ ରଖି ଆନ୍ଦୋଳନ କରୁଛନ୍ତି। ଘଟଣାସ୍ଥଳରେ କଲମପୁର ପୁଲିସ ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ବିଶ୍ଵାଳ, ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ଏବଂ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କ୍ଷତିପୂରଣ ଦାବି କରିଛନ୍ତି। ଅନ୍ୟପଟେ କେହି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାଁନ୍ତି।

ରବୀନ୍ଦ୍ର କୁମାର ମିଶ୍ର ଙ୍କ ରିପୋର୍ଟ୍ 

Related posts

ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଥୁଆମୂଳ ରାମପୁର ବ୍ଳକର ବୈଠକ ଅନୁଷ୍ଠିତ

Sunil Chandra Nayak

ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଜୁନାଗଡ଼ ଓକିଲ ସଂଘ – ଅଶୋକ ପାତ୍ର ସଭାପତି, ହିମାଂଶୁ ବରାଡ଼ ସଂପାଦକ ନର୍ବାଚିତ

Sunil Chandra Nayak

Leave a Comment

error: Content is protected !!