ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଣ୍ଡୁରିଆ ଶହୀଦ ଦିଵସରେ ବିଜେଡି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି

ଗୁଣ୍ଡୁରିଆ ଶହୀଦ ଦିଵସରେ ବିଜେଡି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି

 ମୟୂରଭଞ୍ଜ – ( ମସିହା ) ବୃହତ ଝାଡ଼ଖଣ୍ଡ ଏବଂ ମା’ ମାଟି ଓ ମାନଙ୍କର ହକ୍ ନେଇ ୧୯୪୯ ମସିହାରେ ଫେବୃଆରୀ ୬ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଅଁଳାଯୋଡି ପଞ୍ଚାୟତର ଗୁଣ୍ଡୁରିଆଠାରେ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଥିଲା । ଏହାକୁ ତତ୍କାଳୀନ ସରକାର ଭଣ୍ଡୁର କରିବା ପାଇଁ ନିରୀହ ଆଦିବାସୀଙ୍କ ଉପରେ ପୋଲିସ ସହାୟତାରେ ଅତର୍କିତ ଭାବେ ଗୁଳି ଓ ଲାଠି ଚାଳନା କରିଥିଲେ । ଏଥିରେ ବହୁତ ଆଦିବାସୀ ମୃତାହତ ହୋଇଥିଲେ । ତେଣୁ ସେହି ଦିନକୁ ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ୬ କୁ ଗୁଣ୍ଡୁରୀଆ ଶହୀଦ ଦିବସ ଭାବେ ପାଳନ କରା ଯାଇଆସୁଛି ‌ । ବିଭିନ୍ନ ସାମାଜିକ ସଂଗଠନ ଏବଂ ରାଜନୈତିକ ନେତୃବୃନ୍ଦ ଶହୀଦ ପୀଠରେ ଯୋଗ ଦେଇ ପୂଜାର୍ଚ୍ଚନା ସହ ଗଭୀର ଶ୍ରଦ୍ଧାଞ୍ଜଳି ଦିଅନ୍ତି । ରାଇରଙ୍ଗପୁରର ବିଶିଷ୍ଟ ଯୁବ ବିଜେଡ଼ି ନେତା ରାଇସେନ ମୁର୍ମୁ,ବହଳଦା ବ୍ଳକର ଵିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ,ଲାଲମୋହନ ବାରିକ , କମଳା ମିଶ୍ର,କାରାନ ମୁର୍ମୁ,ଦାମ ବେହେରା,ରାଜମଲ ମାର୍ଣ୍ଡୀ,ମିଣ୍ଟୁ ଭାଇ,ସୁଖୁମସି ମାର୍ଣ୍ଡୀ,ଏବଂ ଅନ୍ୟମାନେ ଶହୀଦ ପୀଠକୁ ଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଝରିଗାଁ ବ୍ଲକ ସଦର ମହକୁମାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆନ୍ତୋଦୟ ଦିବସ:ସମ୍ବର୍ଦ୍ଧିତ ହେଲେ କୃଷି,ଶିକ୍ଷା ,ସ୍ବାସ୍ଥ୍ୟ ,ଶିଶୁ ବିକାଶ ବିଭାଗର ଶ୍ରେଷ୍ଠ କର୍ମୀ

masiha

ବିନା ସୂଚନା ଫଳକରେ ହେଉଛି ପୋଖରୀ ଉନ୍ନୟନ କାର୍ଯ୍ୟ, କେଉଁ ଅନୁଦାନ ରେ ହେଉଛି ସରପଞ୍ଚ ଙ୍କୁ ଅଜଣା

Sunil Chandra Nayak

Leave a Comment

error: Content is protected !!