ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ମାନବାଧିକାର କର୍ମୀ ବୈଠକ 

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ମାନବାଧିକାର କର୍ମୀ ବୈଠକ 

ନବରଙ୍ଗପୁର(ତା୯/୬/୨୬ରିଖ-)(ରବି ନାରାୟଣ ମହାନ୍ତି) ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ {NHRF} ସଂଗଠନ ପକ୍ଷରୁ ଜୁନ ୯ ତାରିଖ ମଙ୍ଗଳବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜୟଚନ୍ଦ୍ରପୁର ପଞ୍ଚାୟତ ଅଧିନସ୍ଥ ଜାତୀୟ ରାଜପଥ ର୍ପାଶ୍ୱସ୍ଥ ବଉଦ ତାରିଣୀ ମନ୍ଦିର ପରିସରରେ ସଂଗଠନର ଜିଲ୍ଲାସ୍ତରୀୟ ମାନବାଧିକାର କର୍ମୀ ବୈଠକ ଏବଂ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସଂଗଠନର ଅଧ୍ୟକ୍ଷ ରାମେଶ ଭାରତୀ,ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି, ରାଷ୍ଟ୍ରୀୟ ସଂଯୋଜକ ରମେଶ ମହାଳିକ, ରାଜ୍ୟ ସଂଯୋଜିକା ଝରଣା ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାନବ ଅଧିକାର ଉପରେ ବହୁ ସାରଗର୍ଭକ ତଥ୍ୟ ଏବଂ ସାଧାରଣ ଜୀବନରେ ଏହାର କାର୍ଯ୍ୟକାରିତା ଉପରେ ମତମନ୍ତବ୍ୟ ରଖିଥିଲେ।ପରେ ଉପସ୍ଥିତ କର୍ମୀମାନଙ୍କର ବିଭିନ୍ନ ସମସ୍ୟାକୁ ଶୁଣି ଯଥାଶିଘ୍ର ଏହାର ସମାଧାନ କରାଯିବାର ନିଷ୍ପତ୍ତି ନିଆଗଲା। ଉପସ୍ଥିତ କର୍ମୀମାନଙ୍କର ପ୍ରସ୍ତାବ କ୍ରମେ ଏକ ଜିଲ୍ଲା କାର୍ଯ୍ୟକାରୀ କମିଟି ଗଠନ କରାଗଲା। ଏହି କମିଟିରେ ଜିଲ୍ଲା ସଭାପତି-ପ୍ରଫୁଲ୍ଲ କୁମାର ପ୍ରଧାନ, ଉପସଭାପତି – ଶରତ ଚନ୍ଦ୍ର ପ୍ରଧାନ ,ଜିଲ୍ଲା ସମ୍ପାଦକ- ଭିକାରୀ ବେହେରା, ଜିଲ୍ଲା ସଂଯୋଜକ-ରଞ୍ଜନ କୁମାର ଦାସ,ମହାକାଳପଡ଼ା ବ୍ଲକ୍ ସଭାପତି – ଅମୀୟ କୁମାର ସାମଲ,ମାର୍ଶାଘାଇ ବ୍ଲକ ସଭାପତି-ରଶ୍ମିକାନ୍ତ ବସନ୍ତିଆ,ସଦସ୍ୟ – ସତ୍ୟବାନ ବୈରୀବାଳ ପ୍ରମୁଖଙ୍କୁ ଦାୟୀତ୍ଵ ପ୍ରଦାନ କରାଗଲା। ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅନ୍ୟ ପଦବୀ ଗୁଡିକ ପାଇଁ କର୍ମୀଙ୍କ ନାମ ଘୋଷଣା କରାଯିବ। ଶେଷରେ ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖା, ରାଇରଙ୍ଗପୁରର ନୂତନ ଗୃହ ନିର୍ମାଣ ଶିଳାନ୍ୟାସ ଓ ଭୂମି ପୂଜନ 

masiha

ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ହାସଲ   

Sunil Chandra Nayak

ପୂର୍ବତନ ଫୁଟବଲ ଖେଳାଳୀ ହର ଜାଲ ଙ୍କ ପରଲୋକ

masiha

Leave a Comment

error: Content is protected !!