ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାକିରି ନାଆଁରେ ଠକେଇ

ଚାକିରି ନାଆଁରେ ଠକେଇ

ବସ୍ତା ,୭।୨: ଚାକିରି କରିଦେବାକୁ କହି ଜଣେ ଦଲାଲ ଜୈନିକ ଯୁବକଙ୍କ ଠାରୁ ୬୦ ହଜାର ଠକି ନେଇଥିବା ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମର ଗୀତାରାଣୀ ଦତ୍ତଙ୍କ ବଡ଼ପୁଅକୁ ଟାଟା ପାଓ୍ବାରରେ ଚାକିରି କରିଦେବାକୁ ନେଇ ବାଲେଶ୍ବର ଜିଲା ରାଜବରହମପୁର ଧରମପୁର ଗ୍ରାମର ସଞ୍ଜୀବ କୁମାର ବେହେରା ଗତ ବର୍ଷ ମାର୍ଚ୍ଚରେ ଲକ୍ଷେ ଟଙ୍କା ଦେବାକୁ ପଡ଼ିବ ଓ ଅଗ୍ରିମ ବାବଦକୁ ୬୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ।ଫଳସୂରୂପ ସଞ୍ଜୀବର ଅତି ଚିହ୍ନା ଓ ପରିଚିତ ଏହି ପଞ୍ଚାୟତର ନଟାକଟା ଗ୍ରାମର ବିକାଶ ସାହୁଙ୍କ ସହାୟତାରେ ଗୀତାରାଣୀ ସଞ୍ଜୀବଙ୍କୁ ୬୦ ହଜାର ଟଙ୍କା ଅଗ୍ରିମ ଆକାରରେ ଦେଇଥିଲେ। ବିଶ୍ବାସ ଜନ୍ମାଇବା ପାଇଁ ସଞ୍ଜୀବ ତାଙ୍କର ଏକ୍ସିସ ବ୍ୟାଙ୍କର ଚେକ୍ ଗୀତାରାଣୀଙ୍କ ପାଖରେ ଜମା ରଖିଥିଲେ।ମାତ୍ର ଟଙ୍କା ଦେବାକୁ ଇତି ମଧ୍ୟରେ ବର୍ଷେ ବିତିବାକୁ ବସିଥିଲେ ହେଁ ଚାକିରିର କୌଣସି ନାଁ ଗନ୍ଧ ନଥିଲା।ଗୀତାରାଣୀ ଫୋନ କଲେ ସଞ୍ଜୀବ ତାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରୁଥିଲା।ତେଣୁ ଟଙ୍କା ଫେରି ପାଇବା ଆଶାରେ ସଞ୍ଜୀବ ଦେଇଥିବା ଜମା ଚେକଟିକୁ ବ୍ୟାଙ୍କରେ ଲଗାଇଥିଲେ। ମାତ୍ର ଚେକରେ ସଞ୍ଜୀବଙ୍କ ଦସ୍ତଖତ ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତେ ଅନ୍ୟତ୍ର ଥିବାରୁ ତାହା ଲାଗି ପାରିବ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ଫଳରେ ବାଧ୍ୟ ହୋଇ ଗୀତାରଣୀ ସଞ୍ଜୀବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବୁଧବାର ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କନ୍ଧମାଳ ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର,: ଜନସାଧାରଣ ଭୟଭୀତ

masiha

ମଦ ପିଇ ଗାଡି ଚଳେଇବା ମାହାଙ୍ଗା ପଡିଲା ,୨ କୋର୍ଟ ଚାଲାଣ

Sunil Chandra Nayak

ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ 

masiha

Leave a Comment

error: Content is protected !!