ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ଜଣାଶୁଣା ପ୍ରଖ୍ୟାତ ଝୁମର ବିଶାରଦ ସଜନ ବଳ ଆର ପାରିରେ

ଓଡ଼ିଶାର ଜଣାଶୁଣା ପ୍ରଖ୍ୟାତ ଝୁମର ବିଶାରଦ ସଜନ ବଳ ଆର ପାରିରେ

 ମୟୂରଭଞ୍ଜ -୮/୦୨ ( ମସିହା) ଓଡ଼ିଶାର ଜଣାଶୁଣା ଖ୍ୟାତନାମା ଝୁମର ବିଶାରଦ ଓ ପ୍ରଚାରକ ସଜନ ବଳ (୭୩)ଙ୍କର ଆଜି ସକାଳ ୭.୩୦ ଟା ପାଖାପାଖି ସମୟରେ ନିଜ ବାସ ଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ମେଳାପି , ମିଷ୍ଟଭାଷୀ, ପରୋପକାରୀ,ଦରଦୀ ମଣିଷ ଥିଲେ ।ସେ ସାରଳା ପୁରସ୍କାର ପ୍ରାପ୍ତ ସ୍ବର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ସହଯୋଗୀ ଥିଲେ ।ନିଶାରେ ସେ କଳା ପାଇଁ ଉତ୍ସର୍ଗୀକୃତ ଥିଲେ ।ଜଣେ ଝୁମର ବିଶାରଦ ହିସାବରେ ସେ ସାରା ଓଡ଼ିଶାରେ କୋଣେ ଅନୁକୋଣେ ପରିଚିତ ଥିଲେ । ଓଡ଼ିଶାରେ ଝୁମର ପ୍ରଚାର ଓ ପ୍ରସାର ତାଙ୍କର ଭୂମିକା ଅତୁଳନୀୟ ।ସେ ଓଡିଶାର ମାଲକାନଗିରି ରୁ ମୟୂରଭଞ୍ଜ,ସମ୍ବଲପୁରରୁ ଭୂବନେଶ୍ବର ପର୍ଯ୍ୟନ୍ତ ବିଭିନ୍ନ ମହୋତ୍ସବ ରେ ସେ ତାଙ୍କର ନୈପୁନ୍ଯତା ଦେଖାଇବା ସହ ବହୁ ବଡ଼ ବଡ଼ ବଡ଼ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।ସେ ମଧ୍ୟ କଟକ ରେଡ଼ିଓ ଷ୍ଟେସନରେ ସ୍ବୀକୃତି ପ୍ରାପ୍ତ କଳାକାର ଥିଲେ ।ତାଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ବିପୁଳ କ୍ଷତି ଘଟିଛି ।ତାଙ୍କ ମୃତ୍ୟୁ ଖବର ପାଇ ରାଇରଙ୍ଗପୁର ସହରରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ଶୁଭେଛୁ,ଜ୍ଞାତି ପରିଜନ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ,ଗଣ ମାଧ୍ୟମ ପ୍ରତିନିଧି,ବିଭିନ୍ନ ସାମାଜିକ, କଳାକାର ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ପହଞ୍ଚି ଶେଷ ଦର୍ଶନ ସହ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଇରଙ୍ଗପୁର ଖଡଖାଈ ନଦୀ ସନ୍ନିକଟ ସ୍ଵର୍ଗଦ୍ଵାରରେ ଶେଷ କୃତ୍ଯ ସଂପନ୍ନ କରାଯାଇଛି । ସାନ ପୁଅ ଦିପୁନ ମୁଖାଗ୍ନି ଦେଇଥିଲେ ।ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ ପୁପୁନ ,ଦିପୁନ,ଦୁଇ ବୋହୂ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ । ରାଇରଙ୍ଗପୁରର ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା, କୁମାର ମନୁ, ସାମ୍ବାଦିକ ସୌରଭ ପଟ୍ଟନାୟକ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ସରକାରୀ ଏପିପି ପଙ୍କଜ ଦାସ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଶେକ ପଟ୍ଟନାୟକ, ସମାଜ ସେବୀ କାଶୀନାଥ ହେମ୍ବ୍ରମ ବିଶିଷ୍ଟ ନୃତ୍ୟ ଗୁରୁ ସୁବାସ ପାତ୍ର, ଜଗନ୍ନାଥ ବଳ,ମେଘନାଦ ହେମ୍ବ୍ରମ,ନଗେନ ଏବଂ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାୟଗଡା ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ 

masiha

ଗୁଣପୁର ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଗଙ୍ଗାଧର ମେହେରଙ୍କ ସାହିତ୍ୟର ପଟ୍ଟାନ୍ତର ନାହିଁ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମେହେର ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!