ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଖଇରପଦର ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବୋଡେ଼ନ କୁ ହରାଇ ବସୁଲ ବିଜୟୀ

ଖଇରପଦର ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ,

   ବୋଡେ଼ନ କୁ ହରାଇ ବସୁଲ ବିଜୟୀ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇରପଦର ଠାରେ ଜୟ ମା ଲଙ୍କେଶ୍ୱରୀ କ୍ରିକେଟ ସଙ୍ଘ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ଥବିର ପ୍ରସାଦ ସାହୁ, ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ପ୍ରଣବ ଭଇସାଲ, ସରପଞ୍ଚ ସଂଯୁକ୍ତା ବାଗ, ସମାଜସେବୀ ହିମାଂଶୁ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ।ଉଦଯାପନୀ ମ୍ୟାଚ ଟି ବୋଡେ଼ନ ବନାମ ବସୁଲ ମଧ୍ୟରେ ମ୍ୟାଚ ଟି ହୋଇଥିଲା। ପ୍ରଥମେ ବୋଡେ଼ନ ଦଳ ବ୍ୟାଟିଂ କରି 12 ଓଭର ରେ 148ରନ କରିଥିବା ବେଳେ ଜବାବ ରେ ବସୁଲ କ୍ରିକେଟ ଦଳ 152 ରନ କରି ବିଜୟ ଲାଭ କରିଥିଲେ। ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ରେ ମ୍ୟାନ ଅଫ ଦି ସିରିଜ ଭାବରେ 92 ରନ ମାରି ଚିତ୍ର ଭଏସାଲ ପୁରସ୍କୃତ ହୋଇଥିଲେ। ଉଭୟ ବିଜେତା ଓ ଉପବିଜେତା ଦଳକୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ ରାଶି ଓ ଟ୍ରଫି ପ୍ରଦାନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପବିତ୍ର ବିହାର, ସୌରଭ ଶଗଡିଆ, ଚିନ୍ତାମଣି ମଙ୍ଗରାଜ, ଗୋବର୍ଧନ ଶବର, ଶିବାନନ୍ଦ ବେହେରା, ପୁସ୍ତମ ହଂସ ପ୍ରମୁଖ ସହଯୋଗ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଆନ୍ତଃଜିଲ୍ଲା ସିଏମ୍ ଟ୍ରଫି

Sunil Chandra Nayak

ବଲାଙ୍ଗିରରେ ଓଡିଶା ରାଜ୍ୟ ସିନିଅର ବ୍ୟାଡମିନ୍ଟନ ପ୍ରତିଯୋଗିତା

Sunil Chandra Nayak

ଚଉଦତମ ଚାରଭାଟି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!