ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର ରାଜନଗର ସ୍ୱାଭିମାନ ସୁରକ୍ଷା ମଂଚ ତରେଫରୁ ଦାବିପତ୍ର ପ୍ରଦାନ 

ରାଜନଗର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର ରାଜନଗର ସ୍ୱାଭିମାନ ସୁରକ୍ଷା ମଂଚ ତରେଫରୁ ଦାବିପତ୍ର ପ୍ରଦାନ 

ରାଜନଗର ତା -08/02/24 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମା ପଞ୍ଚାୟତରେ ଦୁର୍ନୀତି ଏବେ ସାରା ବ୍ଲକ୍ ରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅଧିକାର ତଥ୍ୟରୁ ଏହି ପଞ୍ଚାୟତ ର ଦୁର୍ନୀତି ଏବେ ଲୋକ ଲୋଚନ କୁ ଆସିଛି। ରାଜ୍ୟ ସରକାରଙ୍କ ଜଗନ୍ନାଥ ରଥ ପରିକ୍ରମା ପ୍ରକଳ୍ପ ନିମନ୍ତେ ହୋଇଥିବା ସଫେଇ କାର୍ଯ୍ୟକ୍ରମ ରେ ଏହି ପଞ୍ଚାୟତ ର ବିଭିନ୍ନ ୱାର୍ଡ କୁ ସଫେଇ କରାଯିବା ନିମନ୍ତେ ପଞ୍ଚାୟତ ପାଣ୍ଠିରୁ ଟଙ୍କା ଉଠା ଯାଇଥିଲା। ରଥ ପରିକ୍ରମା ସଫେଇ ଉଦ୍ଧେଶ୍ୟରେ ବରଗୁଡ଼ି ଦଣ୍ଡା ପାଇଁ 5ହଜାର, ରାଜନଗର ୱାର୍ଡ 6, 7ଏଵଂ 8 ପାଇଁ 10ହଜାର ଲେଖାଏଁ, ହରିଜନ ପଡ଼ା ସଫେଇ ସହିତ ଡ୍ରେନ ସଫେଇ ପାଇଁ 15ହଜାର ଏବଂ ରାଜନଗର ହଂଶୁଆ ସେତୁ ନିକଟରୁ ଜଗନ୍ନାଥ ପଡିଆ ପର୍ଯ୍ୟନ୍ତ 25ହଜାର 5ଶହ ଟଙ୍କା। ଆଉ ସେହି ଟଙ୍କା କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ ସେଠୀ, ଏବଂ ସରପଞ୍ଚ ସୁଶ୍ରୀ ସଙ୍ଗୀତା ମହାପାତ୍ର ଙ୍କ ଦସ୍ତଖତ ଦ୍ଵାରା ଉଠାଯାଇଥିଲା।କିନ୍ତୁ ବାସ୍ତବରେ ପଞ୍ଚାୟତ ସ୍ତରରେ କୌଣସି ୱାର୍ଡ ରେ ସଫେଇ କାର୍ଯ୍ୟ ହୋଇନାହିଁ ବୋଲି ଅଭିଯୋଗ ହେବାରୁ ସରପଞ୍ଚ ଙ୍କ ସ୍ବାମୀ ସଫେଇ ଦେଉଛନ୍ତି ଯେ କିଛି ସ୍ଥାନ ରେ କାମ ହୋଇ ଟଙ୍କା ଖର୍ଚ୍ଚ ହେଇଛି ଆଉ କିଛି ସ୍ଥାନ ରେ କାମ ହୋଇନାହିଁ ସେ ଟଙ୍କା ବଳକା ଅଛି। ସେହି ଟଙ୍କା କୁ ପଞ୍ଚାୟତ ର ଅନ୍ୟ କାମ ରେ ବ୍ୟବହାର କରିଦେବା।।। ତେବେ ଏଠାରେ ପ୍ରଶ୍ନ ଉଠେ ଯଦି ସେହି ଟଙ୍କା ସଫେଇ କାମ ରେ ଲଗିନାହି ତେବେ ସେହି ଟଙ୍କା ଉଠାଯାଇଥିଲା କାହା ସ୍ବାର୍ଥ ରେ ଏବେ ଧରାପଡିଯିବା ପରେ ପୁଣି ସେହି ଟଙ୍କା କୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବାକୁ ତାଙ୍କୁ କିଏ ଅନୁମତି ଦେଲା। ଏହା ଜନସାଧାରଣ ଙ୍କ ଧନ ନା ସରପଞ୍ଚ ଏବଂ ଦାୟିତ୍ଵ ରେ ଥିବା କାର୍ଯୟନିର୍ବାହୀ ଅଧିକାରୀ ସେହି ଟଙ୍କାର ମାଲିକ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଏହି ପଞ୍ଚାୟତ ରେ କିପରି ମନମୁଖୀ କାରବାର ଚାଳିଛି ଆଉ ସରକାରୀ ଅର୍ଥ ହରିଲୁଟ ହେଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ ଏହିପରି ପଞ୍ଚାୟତ ପାଣ୍ଠିରୁ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଥିବାର ଅଭିଯୋଗ ହେଉଛି। ପୂର୍ବରୁ ଏହି ପଞ୍ଚାୟତ ର କାର୍ଯୟନିର୍ବାହୀ ଅଧିକାରୀ ବିଜୟ ସେଠୀ ଙ୍କ ନାମରେ ଆବାସ ଯୋଜନା, ଭତା ଏବଂ ପଞ୍ଚାୟତ ର ଉନ୍ନତିମୂଳକ କାର୍ଯ୍ୟ ରେ ଅନେକ ଦୁର୍ନୀତି କରିଥିବାର ଅଭିଯୋଗ ଅଛି। ଏଣୁ ଉଚ୍ଚ କତୃପକ୍ଷ ଏ ପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଜନ ଆନ୍ଦୋଳନ ଆଶଙ୍କା କୁ ଏଡାଇ ଦିଆଯାଇନପାରେ। ଏହି ଦୁର୍ନୀତି ମୂଳକ ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ସରପଂଚ ଏବଂ କାର୍ଯୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜନଗର ସ୍ୱାଭିମାନ ସୁରକ୍ଷା ମଂଚ ତରଫରୁ BDO ଙ୍କ ଅନୁପସ୍ଥିତ ରେ ବ୍ଲକ୍ ମୁଖ୍ୟ କିରାଣୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ କରିଥିଲେ ଶିବ ପ୍ରସାଦ ମହାପାତ୍ର, ସନ୍ତୋଷ କୁମାର ଲେଙ୍କା, ବିନୋଦ ନାଥ ଶର୍ମା, ସନ୍ତୋଷ ସେଠୀ, ଆନନ୍ଦ ଦସ, ସିପୁ ସେଠୀ, ବିନୋଦ ସାହୁ ପ୍ରମୁଖ’।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଆବାସ ଯୋଜନା ନେଇ ନାଗଭଣ ଗ୍ରାମ ସଂଖ୍ୟା ଲଘୁ ହିତାଧିକାରୀଙ୍କ ଅସନ୍ତୋଷ, ରାଇରଙ୍ଗପୁର ବ୍ଳକ ଘେରିଲେ ଗ୍ରାମବାସୀ

Sunil Chandra Nayak

ଉତ୍କଳ ଆଲୁମିନା ପକ୍ଷରୁ କାଶୀପୁର ବ୍ଲକ୍‌ରେ ସ୍ବାସ୍ଥ୍ୟ କର୍ମଶାଳା ଆୟୋଜିତ

masiha

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ପଞ୍ଚମ ଅର୍ଘ୍ୟ : ଭାରତୀୟ ସମ୍ବିଧାନ, ଅସମାନତା, ବିବିଧତା ଶୀର୍ଷକ ଆଲୋଚନା

masiha

Leave a Comment

error: Content is protected !!