ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁଙ୍ଗଟା ପକ୍ଷରୁ ଆୟୋଜନ ହେଲା ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଚକ୍ଷୁ ସେବା

ରୁଙ୍ଗଟା ପକ୍ଷରୁ ଆୟୋଜନ ହେଲା ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଚକ୍ଷୁ ସେବା

ଯୋଡ଼ା–ଚଳିତ ସପ୍ତାହରେ ଖଣି ଅଞ୍ଚଳର ଜଣାଶୁଣା ପ୍ରତିଷ୍ଠିତ ଖଣି କମ୍ପାନୀ ରୁଙ୍ଗଟା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ତଥା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିବାର ଜାଣିବାକୁ ମିଳେ। ତେବେ ଉକ୍ତ ମହତ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମଟି ପ୍ଲାଣ୍ଟ ନିକଟସ୍ଥ କାରକୋଲା ପଞ୍ଚାୟତ ପରିସରରେ କମ୍ପାନୀ ଆୟୋଜିତ କରି ଏଥିରେ ଆଖ ପାଖର ପ୍ରାୟ ତିନି ଶହ ପଚାଶରୁ ଉର୍ଦ୍ଧ ଲୋକଙ୍କୁ ରୁଙ୍ଗଟା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ସହ ଚକ୍ଷୁ ପରୀକ୍ଷା କରାଇବାରେ କାର୍ଯ୍ୟ କରିଥିବାର ସୂଚନା ରୁହେ।କମ୍ପାନୀର ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଡାକ୍ତରୀ ଦଳ କାର୍ଯ୍ୟ କରିବା ସହ ବିଶେଷଜ୍ଞ ରୋହନ ହେମ୍ବ୍ରମ, ଶାଳିନୀ ଶର୍ମା, ଦେବାଶିଷ ଭଞ୍ଜ ବ୍ୟତୀତ ପାରାମେଡିକାଲ କର୍ମଚାରୀ ଦ୍ୱାରା ସମସ୍ତ ରୋଗୀଙ୍କୁ ଚିକିତ୍ସା ହୋଇଥିବାର ଜାଣିବାକୁ ମିଳେ।ତେବେ କମ୍ପାନୀ ନିଜ ପକ୍ଷରୁ ସମସ୍ତ ରୋଗୀଙ୍କୁ ଚିକିତ୍ସା ଦେଇ, ମାଗଣା ଔଷଧ ବିତରଣ କରିବା ସହ ମାଗଣାରେ କମ୍ପାନୀ ଉର୍ଣ୍ଣତ ଧରଣର ଚଷମା ପ୍ରଦାନ କରିଥିବାର ସୂଚନା ରୁହେ।ତେବେ ଏହି ମହତ କାର୍ଯ୍ୟକ୍ରମରେ ରୁଙ୍ଗଟା ମାଇନ୍ସ ଲିମିଟେଡ଼ର ନିର୍ଦ୍ଧେଶକ ଶ୍ରୀ ପ୍ରଣୟ ଦେଓ, ମାନବ ସମ୍ବଳ ମହାପ୍ରବନ୍ଧକ ଶ୍ରୀ ଆନନ୍ଦ ଚରଣ ସାହୁ,ମହାପ୍ରବନ୍ଧକ ଶ୍ରୀ ବିଶ୍ୱରଂଜନ ପାଢ଼ୀ ତଥା କମ୍ପାନୀର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥି ସହଯୋଗରେ ସ୍ଥାନୀୟ କାଉନସିଲର ଶ୍ରୀମତୀ ବବି ରାଣୀ ମହାନ୍ତ ଏବଂ ସମାଜସେବୀ ଲକ୍ଷ୍ମଣ ମହନ୍ତଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଶିବିର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହୋଇଛି। ତେବେ କମ୍ପାନୀର ଏହି ମହତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ ଯୋଗ୍ୟ କରିବା ସହ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ଗରିବ ଉପକୃତ ପାଇଥିବାରୁ ଆନନ୍ଦିତ ହୋଇ ଫେରିଥିବାର ଦେଖିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ସେଣ୍ଟ୍ ଜାଭିୟର ହାଇସ୍କୁଲ୍,ରଣପଶି,ଢେଙ୍କାନାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ 

masiha

ପାୟଲ ର ୩୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୧ ରେ……

masiha

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!