ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ

ଫାଇଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ

ରାୟଗଡ଼ା ସ୍ଥିତ ଜେ କେ କାଗଜ କଳ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ର କର୍ମକର୍ତ୍ତା ମାନଙ୍କ ମିଳିତ ଉଦ୍ୟମରେ ଫାଇଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହା ୧୦ ଫେବୃଆରୀ ଠାରୁ ଆରମ୍ଭ କରି ଆଗାମୀ ୧୯ ଫେବୃଆରୀ ୨୦୨୪ ଯାଏଁ ଚାଲିବ। ଏହି ସ୍ବାସ୍ଥ୍ୟ ଜନ ଜାଗରଣ କାର୍ଯ୍ୟକ୍ରମ ରେ ଜେ କେ କାଗଜ କଳ ର ସାମାଜିକ ଦାୟତ୍ୱବୋଧ ଅଧିକାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ର ଅଧିକାରୀ ମାନେ ଉପସ୍ଥିତ ରହି ଫାଇଲେରିଆ ରୋଗ ଚିକିତ୍ସା ଓ ଆଗାମୀ ଦିନ ରେ ଏହାକୁ କେବଳ ସତର୍କତା ଦ୍ଵାରା କିପରି ରୋକା ଯାଇ ପାରିବ ଏହା ଉପରେ ଜନ ଜାଗରଣ ସୃଷ୍ଟି କରିଥିଲେ। ଆଖ ପାଖ ଅଞ୍ଚଳରୁ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି କର୍ମକର୍ତ୍ତା ମଙ୍କ ଦ୍ଵାରା ଆଶା ରଖା ଯାଇଛି। ଜେ କେ କାଗଜ କଳ ର କର୍ମକର୍ତ୍ତା ଙ୍କ ଦ୍ଵାରା କରାଯାଇଥିବା ଏବଂ ସରକାରଙ୍କ ବିନା ଶୁଳ୍କ ରେ ଔଷଧ ବିତରଣ କରାଯାଇଛି ଯାହା କର୍ମକର୍ତ୍ତା ଙ୍କ ସାମାଜିକ ମୂଲ୍ୟବୋଧ କୁ ଦର୍ଶାଉଛି। ଫାଇଲେରିଆ ରୋଗ ର ମୂଳୋତ୍ପାଟନ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ ଯାହା ବିଭିନ୍ନ ମହଲ ରୁ ଅନେକ ଶୁଭେଚ୍ଛା ଓ ପ୍ରଶଂସା ସାଉଁଟିଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ୍ର. ସୁନୀଲ ମହାପାତ୍ର, ଆକାଂକ୍ଷୀ ବେନିଆ ଏବଂ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳନ 

masiha

ପାୟଲ ର ୩୭ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣର ତାଲିକାଭୁକ୍ତ ଆଇନଜୀବୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

masiha

Leave a Comment

error: Content is protected !!