ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଡିପିଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ଏସଡିପିଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ପାପଡାହାଣ୍ଡି,10/02,ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ କୁ ପାପଡାହାଣ୍ଡି ଏସଡିପିଓ ସର୍କଲ ତରଫରୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି | ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିରୂପେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, କୋଡ଼ିଙ୍ଗା ଥାନା ଅଧିକାରୀ ଯୁଗଳ ଶବର, ମଇଦଲପୁର ଥାନା ଅଧିକାରୀ ବିପିନ କୁଲଦୀପ, କୋଷାଗୁମଡା ଥାନା ଅଧିକାରୀ ଉମେଶ ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିଲେ | ଏସଡିପିଓ ଆଦିତ୍ୟ ସେନ ଗତ 4 ବର୍ଷ ହେଲା ପାପଡାହାଣ୍ଡି, କୋଷାଗୁମଡା, କୋଡ଼ିଙ୍ଗା ତେନ୍ତୁଳୀଖୁଣ୍ଟି, ମଇଦଳପୁର ଏସଡିପିଓ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ | ସେ ଜଣେ ଦାୟିତ୍ୱବାନ, ମେଳାପୀ ପୋଲିସ ଅଫିସର ଭାବେ ପରିଚିତ ଥିଲେ | କରୋନା ସମୟରେ ନିଜ ଜୀବନ ବାଜି ଲଗାଇ ଦାୟିତ୍ୱ ତୁଲାଇଥିଲେ | ଏହି ଅବସରରେ ରେ ପୋଲିସ ଥାନା ପକ୍ଷରୁ ଏସଡିପିଓ ଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା | ଅତିଥିମାନେ ତାଙ୍କ ଭବିଷ୍ୟତ ପାଇଁ ସୁଗମିତ ହେବା ପାଇଁ କାମନା କରିଥିଲେ | ସେ ବର୍ତ୍ତମାନ ମାଲକାନଗିରି ଜିଲ୍ଲା କୁ ବଦଳି ହୋଇଛନ୍ତ | ଏହି ଅବସରରେ ଏସଆଇ ଶିବଜି ପଣ୍ଡା, ଏଏସଆଇ ହରିହର ଭତରା, ଶିବପ୍ରସାଦ ମହାନ୍ତି, ଶିବଚରଣ ରାଉତ, ଶରତ ଚନ୍ଦ୍ର କୁଟୁକା ଓ ଥାନା କର୍ମଚାରୀ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ବ ଶ୍ରମିକ ଦିବସରେ ଜନମଙ୍ଗଳର ନିଆରା ପ୍ରୟାସ: ଶ୍ରମିକ ପରିବାର ମୁହଁରେ ଫୁଟାଇଲେ ହସ

ଦୁଇ ରାଜ୍ଯ ମଧ୍ୟରେ ସମ୍ପର୍କ ର ସେତୁ 

masiha

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର:ମନରେଗା ଓ ସି ଏଫ୍ ସି ଯୋଜନା ସମୀକ୍ଷା

masiha

Leave a Comment

error: Content is protected !!