ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଆବାସିକ ଜନଜାତି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆମପାଣି ଆବାସିକ ଜନଜାତି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋକସରା,୯/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ସରକାରୀ ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟର ୭୪ ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଥୁଆମୂଳ ରାମପୁର ଆଇଟିଡିଏ ପିଏ ରାମକୃଷ୍ଣ ଗଣ୍ଡଙ୍କ ସଭା ପରିଚାଳନାରେ ମୁଖ୍ୟ ଅତିଥି ଭାବେ ବିଜେଡିର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ମୁଖ୍ୟବକ୍ତା ଭାବେ ଉଦୟ ସିଂ ମାଝୀ, ସମ୍ମାନିତ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମାଜସେବୀ ଜିତେନ୍ଦ୍ର ପଣ୍ଡା, ଶିକ୍ଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଣ୍ଡା, ଭାରପ୍ରାପ୍ତ ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କୁମାର ବେହେରା, ସାମାଜିକ କର୍ମି ମନୋରଞ୍ଜନ ବାଣୁଆ, ସୁରେଶ ସାହୁ, ଭାସ୍କର ଦଣ୍ଡସେନା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ମଞ୍ଚ ସଂଯୋଜନା ଶିକ୍ଷକ ପ୍ରଣବ କୁମାର ଯୋଷୀ ଓ ଅମୂଲ୍ୟ ନାଏକ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସ୍କୁଲ କମିଟିର କେଶବ ବେନୁପାଣି, ଅହଲ୍ୟା ପାଣିଗ୍ରାହୀ, ଶବର ଚଳାନ, ହେମଲତା ଜଗତ, ସବିତା ମାଝୀ, ଉର ପୁଝାରି ସମେତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଏସଏସଡି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କୋଇଲା ବୋଝେଇ ଟ୍ରକ ସହ ଫରଚ୍ୟୁନର କାର ଧକ୍କା, ତିନି ଆହାତ

Sunil Chandra Nayak

ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟକ୍ରମ

masiha

ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିର ବିବେକାନନ୍ଦ ଜୟନ୍ତୀ ଉତ୍ସବରେ ନରେନ୍ କବିତା ପାଠ ଓ ସମ୍ବର୍ଦ୍ଧିତ ପର୍ବ ପାଳିତ

masiha

Leave a Comment

error: Content is protected !!