ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପାନ୍ତରିତ ଓଡ଼ିଶା ସଚେତନତl କାର୍ଯ୍ୟକ୍ରମ କରୁଛନ୍ତି ଜିଲ୍ଲାର ଲୋକକଳା କଳାକାର 

ରୁପାନ୍ତରିତ ଓଡ଼ିଶା ସଚେତନତl କାର୍ଯ୍ୟକ୍ରମ କରୁଛନ୍ତି ଜିଲ୍ଲାର ଲୋକକଳା କଳାକାର 

 ରାୟଗଡା/୧୧/୦୨ : ରାୟଗଡ ଜିଲ୍ଲାରେ ପାରମ୍ପରିକ ଲୋକକଳା ମାଧ୍ୟମରେ ବିଭିନ୍ନ ଗ୍ରାମରେ ସରକାରଙ୍କ ଯୋଜନା ବିଷୟରେ ସଚେତନତା କରୁଛନ୍ତି କଳାକାର ମାନେ | ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାର ବ୍ଲକ କଳା ସଂସ୍କୃତି ସଙ୍ଘ କଳାକାର ମାନଙ୍କୁ ଏହାପୂର୍ବରୁ ତାଲିମ ପ୍ରଦାନ କରାଯାଇଥିଲା | ରାୟଗଡା ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ କରାଯlଇ ସଚେତନ କରାଯାଉଛି l

ରାଜ୍ୟ ସରକାର ଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ମୁଖ୍ୟତଃ ସରକାରଙ୍କ ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ମଧୁବାବୁ ପେନସନ ଯୋଜନା, ଆମ ଓଡିଶା ନବୀନ ଓଡିଶା, ମିଶନ ଶକ୍ତି ,5ଟି ସ୍କୁଲ ରୂପାନ୍ତୀକରଣ, କ୍ରୀଡା, ଓଡିଶା ଆଦର୍ଶ ବିଦ୍ୟାଳୟ, ଆମ ହସ୍ପିଟାଲ, ସ୍ୱତ୍ୱନ୍ତ୍ର ଉନ୍ନୟନ ପରିଷଦ, ଆମ ଐତିହ୍ୟ ଆମ ବ୍ୟାଙ୍କ ଓ ଲକ୍ଷ୍ମୀ ବସ ଆଦି ୧୫ଟି ଯୋଜନା ସମ୍ପର୍କ ରେ ପ୍ରତେକ ଗ୍ରାମ ପଂଚାୟତର. ଗାଁ ମାନଙ୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି | ବ୍ଲକ ସ୍ତରରେ ପୁଣି ଦୁଇ ପର୍ଯ୍ୟାୟରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାପାଇଁ ପର୍ଯ୍ୟବେକ୍ଷକ ଗୁପ୍ତ ପ୍ରସାଦ ପାଣିଗ୍ରାହୀ, ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଧେଶକ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ ପ୍ରଧାନ, ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପସଭାପତି ସନ୍ତୋଷ କୁମାର ବଛା ଜିଲ୍ଲାର ବିଭିନ୍ନ ବ୍ଲକ ଓ ବିଭିନ୍ନ ପଞ୍ଚାୟତ ଗ୍ରାମରେ ଅନୁଷ୍ଠିତ ହେଉଥିବା ସଚେତନତା କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ l କଲ୍ୟାଣସିଂହପୁର ବ୍ଲକ୍ ରେ ହେଉଥିବା କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂହ, ସରପଞ୍ଚ, ବିନିସପୁର, ସରପଞ୍ଚ ସିଙ୍ଗାରି ଗ୍ରାମପଂଚାୟତ ଉପସ୍ଥିତି ରହି କାର୍ଯ୍ୟକ୍ରମ ଦେଖିଥିଲେ ଓ କଳାକାରଙ୍କୁ ଉତ୍ସାହିତ କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଲିଆକାନି ବିଦ୍ୟାଳୟ ଗେଟ ରେ ଜାଗା ମାଲିକ ତାଲା ବନ୍ଦ ଘଟଣା : ତହସିଲଦାର ଙ୍କ ହସ୍ତକ୍ଷେପ ପରେ ଖୋଲିଲା ବିଦ୍ୟାଳୟ ର ସ୍କୁଲ ଗେଟ

Sunil Chandra Nayak

ଆମ ବ୍ୟାଙ୍କ ସେବା ଲୋକାର୍ପିତ

masiha

ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଙ୍କ ଶୈବ ପୀଠ ପରିଦର୍ଶନ

masiha

Leave a Comment

error: Content is protected !!