ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବିଧାୟକଙ୍କ ଜନ୍ମ ଦିନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

ଧର୍ମଗଡ଼ ବିଧାୟକଙ୍କ ଜନ୍ମ ଦିନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

କୋକସରା,୯/୨ // ଧର୍ମଗଡ଼ ବିଧାୟକ ମୋୖଷଧି ବାଗଙ୍କ ଜନ୍ମ ଦିନ ଅବସରରେ ବିଜୁ ଛାତ୍ର, ମହିଳା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ସ୍ଵାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ ବାଗ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିବା ବେଳେ ଉପସ୍ଥିତ ବିଜେଡିର କର୍ମକର୍ତ୍ତା ମାନେ ବିଧାୟକଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ସହ ସମ୍ବର୍ଦ୍ଧିତ କରି ଦୀର୍ଘ ଜୀବନ ଓ ନିରାମୟ ଜୀବନ ପାଇଁ କାମନା କରିଥିଲେ । ଭବାନୀପାଟଣା ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ବିଜେଡିର ଯୁବ, ଛାତ୍ର ଓ କର୍ମକର୍ତ୍ତା ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ରକ୍ତଦାନ ଶିବିରକୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ଛାତ୍ର ଜନତା ଦଳ ସଭାପତି ମାନସ ବେହେରା, ଯୁବ ସଙ୍ଗଠକ ମହେଶ ଗୁପ୍ତା, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଆଶୁତୋଷ ପୁରୋହିତ, ଜିତେନ୍ଦ୍ର ପ୍ରଧାନୀ, ବାବୁ ସାହୁ, ଅରବିନ୍ଦ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ, ନାରୀନେତ୍ରୀ ଅଶୋକା ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସରକାର ବଦଳିଲା ହେଲେ ସୁଧୁରୁ ନାହିଁ ରାସ୍ତା ଅବସ୍ଥା, ଦୃଷ୍ଟି ପଡିବ କି ବିଧାୟକ ? 

masiha

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏନ୍.ସି.ସି ଉଚ୍ଛେଦକୁ ନେଇ ପୁରାତନ ଛାତ୍ରଙ୍କ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଏନ୍ ସି ସି ଅଧିକାରୀଙ୍କ ତଦନ୍ତ ଆରମ୍ଭ 

ଆମପାଣି ଘାଟିରେ ଟ୍ରଲର ଦୁର୍ଘଟଣା ଦୁଇ ଡ୍ରାଇଭର ଗୁରୁତର

Leave a Comment

error: Content is protected !!