ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାର ବିକାଶ ପାଇଁ ନବ ନିଯୁକ୍ତ କମିଶନର ଙ୍କ ସହିତ ଆଲୋଚନା

ରାଉରକେଲାର ବିକାଶ ପାଇଁ ନବ ନିଯୁକ୍ତ କମିଶନର ଙ୍କ ସହିତ ଆଲୋଚନା

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ନବନିଯୁକ୍ତ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିଶନର ଶ୍ରୀ ଆଶୁତୋଷ କୁଲକାରର୍ଣୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅନୁଷ୍ଠାନ ର ସମ୍ପାଦକ ଅରୁଣ କୁମାର ପରିଡ଼ା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଉରକେଲାର ବିକାଶ ରାସ୍ତା ଆଲୋକ ପାନୀୟ ଜଳ ସମସ୍ୟା ସର୍ବୋପରି ଦକ୍ଷିଣ ରାଉଲକେଲା ଅଞ୍ଚଳରେ ବିଶ୍ୱକପ୍ ହକି ପୂର୍ବରୁ ଆରମ୍ଭ ହୋଇଥିବା ଆଇ ଡି ଏଲ ରାସ୍ତା ଅଧାପନ୍ତରିଆ ହୋଇ ପଡ଼ିରହିଥିବା କାର୍ଯ୍ୟର ସିଥଳତା ଓ ଧୂଳି ଡଷ୍ଟ ଉଡ଼ି ବାୟୁ ମଣ୍ଡଳକୁ ଦୂଷିତ କରିବା ସର୍ବୋପରୀ ବଲିଯୋଡି ଛକରେ ଅବସ୍ଥିତ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତିକୁ ଉନ୍ନତ ତଥା ବ୍ରଞ୍ଚର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ଓ ବାଲିଯୋଡି ମୁଖ୍ୟ ରାସ୍ତା ପ୍ରାରମ୍ଭରେ ସୌନ୍ଦର୍ଯ୍ୟ କାରଣ ପାଇଁ ଏକ କଂକ୍ରିଟ ଗେଟ୍ ପାଇଁ ଦାବି କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ର ଉପସଭାପତି ମିନତୀ ବିଶ୍ୱାଳ, ସହ ସମ୍ପାଦକ ସଚଳା ପଣ୍ଡା, ଆଇନ୍ ପରାମର୍ଶ ଦାତ୍ରୀ ଆରତୀ ଚୌଧୁରୀ, ସନାତନ ସାହୁ , ଚାନ୍ଦମଣି ମାଝୀ ଓ ମଞ୍ଜୁ ଭୂମୀଜ୍ ପ୍ରମୁଖ ଆଲୋଚନାରେ ଅଂଶ୍ରହଣ କରିଥଲେ। କମିଶନର ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Related posts

ଓଡିଶା ମିଲେଟ ମିଶନ କ୍ଷେତ୍ର ଦିବସ ପାଳିତ 

masiha

ଵହଳଦାରେ ବୁଲା କୁକୁରଙ୍କ ଦୌରାତ୍ମ୍ଯ 

masiha

ଧର୍ମଗଡ ବ୍ଲକ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ବଜିତ ବେହେରାଙ୍କୁ ମିଳିଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

Leave a Comment

error: Content is protected !!