ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେମ୍ୱର ଅଫ କମର୍ସ ପକ୍ଷରୁ  ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଙ୍କୁ ସ୍ୱାଗତ ଓ ବିଦାୟୀ ଡିଏସପି ଙ୍କୁ ବିଦାୟ ସମ୍ବର୍ଧନା 

ଚେମ୍ୱର ଅଫ କମର୍ସ ପକ୍ଷରୁ 

ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଙ୍କୁ ସ୍ୱାଗତ ଓ ବିଦାୟୀ ଡିଏସପି ଙ୍କୁ ବିଦାୟ ସମ୍ବର୍ଧନା 

ଶ୍ରୀ ମନୋଜ କୁମାର ବେହେରା ଧର୍ମଗଡ ରେ ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଭାବେ ଯୋଗ ଦେଇଛନ୍ତି। ଧୀରଜ୍ ଚୋପଦାର ଙ୍କ ଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଧର୍ମଗଡ ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ଵରେ ସଂପାଦକ ଅରୁଣ କୁମାର ତାୟଲ, ଉପ ସଭାପତି ଯଶୋବନ୍ତ ମେହେର,କୋଷାଧ୍ୟକ୍ଷ ସରୋଜ ସାହୁ, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ଶ୍ରବଣ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ, ସୁନ୍ଦର ଅଗ୍ରୱାଲ ପ୍ରମୁଖ ନୂତନ ଡି ଏସ ପି ମନୋଜ ବେହେରା ଙ୍କୁ ଭେଟି ସ୍ୱାଗତ କରିଥିବା ବେଳେ ବିଦାୟୀ ଡି ଏସ ପି ଧୀରଜ୍ ଚୋପଦାର ଙ୍କୁ ବିଦାୟାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥଲେ। ସହରରେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ସମସ୍ୟା ଓ ଅସାମାଜିକ କାର୍ଯ୍ୟକଳାପ ରୋକିବା ଉପରେ ଗୁରୁତ୍ବ ଦେବେ ବୋଲି ପ୍ରକାଶ କରି ଏଥିରେ ବ୍ୟବସାୟୀ ମାନଙ୍କ ସହଯୋଗ କାମନା କରିଥିଲେ ନୂତନ ଡିଏସପି ଶ୍ରୀ ବେହେରା। 

ଧର୍ମଗଡ ଉପଖଣ୍ଡରେ କଟାଇ ଥିବା ପ୍ରାୟ ତିନି ବର୍ଷ ସମୟରେ କଲମପୁର ବ୍ଲକ ବଡ଼ କୁଟ୍ରୁ ଠାରେ ୨୦୨୩ ମସିହାରେ ଜଣେ ତିନି ବର୍ଷୀୟା ଶିଶୁକନ୍ୟା କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ କୁ ଗିରଫ କରିବା ଏକ ବଡ଼ ଉପଲବ୍ଧି ଥିଲା ବୋଲି ବିଦାୟୀ ଡି ଏସ ପି ଧୀରଜ୍ ଚୋପଦାର ପ୍ରକାଶ କରିଥିଲେ ଏଵଂ ଧର୍ମଗଡ ରେ ତାଙ୍କର ରହଣୀ କାଳରେ ସବୁ କ୍ଷେତ୍ରରେ ବ୍ୟବସାୟୀ ମାନଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ୍ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ ଅଧାରୁ ପାଠ ଛାଡ଼ିଥିବା ୮ ପିଲା ହେଲେ ସ୍କୁଲମୁହାଁ

Sunil Chandra Nayak

ଧର୍ମଗଡରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

Sunil Chandra Nayak

ଜୁନାଗଡ ସାହିତ୍ୟ ସଂସ୍କୃତି ସଂସଦ ର ପ୍ରଥମ ବାର୍ଷିକ ଉତ୍ସବ ଓଶ୍ରାବଣ ସାହିତ୍ୟ ଆସର 

Sunil Chandra Nayak

Leave a Comment

error: Content is protected !!