ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେମ୍ୱର ଅଫ କମର୍ସ ପକ୍ଷରୁ  ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଙ୍କୁ ସ୍ୱାଗତ ଓ ବିଦାୟୀ ଡିଏସପି ଙ୍କୁ ବିଦାୟ ସମ୍ବର୍ଧନା 

ଚେମ୍ୱର ଅଫ କମର୍ସ ପକ୍ଷରୁ 

ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଙ୍କୁ ସ୍ୱାଗତ ଓ ବିଦାୟୀ ଡିଏସପି ଙ୍କୁ ବିଦାୟ ସମ୍ବର୍ଧନା 

ଶ୍ରୀ ମନୋଜ କୁମାର ବେହେରା ଧର୍ମଗଡ ରେ ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଭାବେ ଯୋଗ ଦେଇଛନ୍ତି। ଧୀରଜ୍ ଚୋପଦାର ଙ୍କ ଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଧର୍ମଗଡ ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ଵରେ ସଂପାଦକ ଅରୁଣ କୁମାର ତାୟଲ, ଉପ ସଭାପତି ଯଶୋବନ୍ତ ମେହେର,କୋଷାଧ୍ୟକ୍ଷ ସରୋଜ ସାହୁ, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ଶ୍ରବଣ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ, ସୁନ୍ଦର ଅଗ୍ରୱାଲ ପ୍ରମୁଖ ନୂତନ ଡି ଏସ ପି ମନୋଜ ବେହେରା ଙ୍କୁ ଭେଟି ସ୍ୱାଗତ କରିଥିବା ବେଳେ ବିଦାୟୀ ଡି ଏସ ପି ଧୀରଜ୍ ଚୋପଦାର ଙ୍କୁ ବିଦାୟାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥଲେ। ସହରରେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ସମସ୍ୟା ଓ ଅସାମାଜିକ କାର୍ଯ୍ୟକଳାପ ରୋକିବା ଉପରେ ଗୁରୁତ୍ବ ଦେବେ ବୋଲି ପ୍ରକାଶ କରି ଏଥିରେ ବ୍ୟବସାୟୀ ମାନଙ୍କ ସହଯୋଗ କାମନା କରିଥିଲେ ନୂତନ ଡିଏସପି ଶ୍ରୀ ବେହେରା। 

ଧର୍ମଗଡ ଉପଖଣ୍ଡରେ କଟାଇ ଥିବା ପ୍ରାୟ ତିନି ବର୍ଷ ସମୟରେ କଲମପୁର ବ୍ଲକ ବଡ଼ କୁଟ୍ରୁ ଠାରେ ୨୦୨୩ ମସିହାରେ ଜଣେ ତିନି ବର୍ଷୀୟା ଶିଶୁକନ୍ୟା କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ କୁ ଗିରଫ କରିବା ଏକ ବଡ଼ ଉପଲବ୍ଧି ଥିଲା ବୋଲି ବିଦାୟୀ ଡି ଏସ ପି ଧୀରଜ୍ ଚୋପଦାର ପ୍ରକାଶ କରିଥିଲେ ଏଵଂ ଧର୍ମଗଡ ରେ ତାଙ୍କର ରହଣୀ କାଳରେ ସବୁ କ୍ଷେତ୍ରରେ ବ୍ୟବସାୟୀ ମାନଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ୍ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲ୍ଲା ସ୍ତରୀୟ “ଆଦି କର୍ମଯୋଗୀ ଅଭିଯାନ” ଓରିଏଣ୍ଟେସନ୍ ବୈଠକ ଅନୁଷ୍ଠିତ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ, ଖରିଡ଼ା ପଞ୍ଚାୟତରେ ବସିଲା ଶିବିର 

Sunil Chandra Nayak

ଭବାନୀପାଟଣା ପୌର ପରିଷଦ ଓ ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ…. ୯ରେ ଜୁନାଗଡ଼, ୧୨ରେ ଭବାନୀପାଟଣାରେ ସ୍ବତନ୍ତ୍ର ବୈଠକ ପାଇଁ ନିର୍ଦ୍ଦେଶ

masiha

Leave a Comment

error: Content is protected !!