ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ଟାଟାଷ୍ଟିଲ ମେଡିକାଲରେ ନିଜସ୍ୱ ଆମ୍ବୁଲାନ୍ସ ନାହିଁ, ଆବଶ୍ୟକ କର୍ମଚାରୀ ନିଯୁକ୍ତି ନ କରିବା ପାଇଁ ଭଡା ଗାଡି ଚାଲିଛି କି ? 

ଯୋଡ଼ା ଟାଟାଷ୍ଟିଲ ମେଡିକାଲରେ ନିଜସ୍ୱ ଆମ୍ବୁଲାନ୍ସ ନାହିଁ, ଆବଶ୍ୟକ କର୍ମଚାରୀ ନିଯୁକ୍ତି ନ କରିବା ପାଇଁ ଭଡା ଗାଡି ଚାଲିଛି କି ? 

ଯୋଡ଼ା: ୨୨/୦୨ – :- ଭାରତ ବର୍ଷର ସର୍ବପୁରାତନ କମ୍ପାନୀ ତଥା ଲୋକମଙ୍ଗଳ କାରି କମ୍ପାନୀ ଭାବରେ ବେଶ ପରିଚିତ ହାସଲ କରିଛି ଟାଟା କମ୍ପାନୀ। ଦୁନିଆ ବାହାରେ ଟାଟା କମ୍ପାନୀର ବହୁ ଅନୁଷ୍ଠାନ ରହିଥିବାର ଦେଖିବାକୁ ମିଳିଥାଏ। ସେହି ଭଳି ଦେଖିବାକୁ ଗଲେ ଜଣାପଡିଛି ଯେ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଭରପୁର ପରିମାଣ ରହିଥିବା ଉଚ୍ଚମାନର ଖଣିଜ ପଦାର୍ଥ ବ୍ୟବସାୟରୁ କିପରି ବାଦ ପଡିବ କମ୍ପାନୀ, ଏଠାରେ ଦେଖିବାକୁ ମିଳେ ଦଶନ୍ଧି ଦଶନ୍ଧି ଧରି ଟାଟା କମ୍ପାନୀର ଟାଟା ଷ୍ଟିଲ ଖଣି କାର୍ଯ୍ୟ କରି ଅଞ୍ଚଳରେ ସଫଳତାର ଶୀର୍ଷକରେ ପହଞ୍ଚିବାରେ ଲାଗିଛି। ତେବେ କମ୍ପାନୀ ନିଜର ଖଣି ଓ ଶିଳ୍ପଅନୁଷ୍ଠାନ କର୍ମଚାରୀ ଏବଂ ଅଫିସରଙ୍କ ବ୍ୟତୀତ ଅଞ୍ଚଳବାସୀଙ୍କ ସୁବିଧା ତଥା ଜନମଙ୍ଗଳ ଉଦ୍ଦେଶ୍ୟରେ ଯୋଡ଼ା ସହରରେ ଏକ ନିଜସ୍ୱ ଏକ ମେଡିକାଲ ସ୍ଥାପନ କରି ରଖିଥିବା ଦେଖିବାକୁ ମିଳେ।ହେଲେ ଦୁଃଖ ଓ ପରିତାପର ବିଷୟ ଏହା ପୂର୍ବ ଅପେକ୍ଷା ଗତ କିଛି ବର୍ଷ ମଧ୍ୟରେ କମ୍ପାନୀ ର କାର୍ଯ୍ୟ ପ୍ରଣାଳୀରେ ବହୁ ଭିନ୍ନତା ଆସିଥିବା ବେଳେ ଗତ କିଛି ବର୍ଷ ଧରି ସ୍ଥାପନ କମ୍ପାନୀର ଉକ୍ତ ମେଡିକାଲରେ ନିହାତି ଜରୁରୀ ଆବଶ୍ୟକତା ଓ ଗୁରୁତ୍ୱ ରହିଥିବା ବେଳେ ଏଠାରେ ଗୋଟିଏ ମଧ୍ୟ ନିଜସ୍ୱ ଆମ୍ବୁଲଆନ୍ସ ନାହିଁ। ଯାହାକି ସେଥିରେ ଭଡା ସୂତ୍ରରେ(ଲିଜ ପ୍ରକ୍ରିୟା) ରେ ଆମ୍ବୁଲାନ୍ସ ରଖାଯାଇଥିବା ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରୁଥିବା ବିଷୟରେ ଜଣାପଡିଛ। ଏହାକୁ ନେଇ ଅଞ୍ଚଳର ସର୍ବ ସାଧାରଣରେ ଆଲୋଚନା ହେଉଥିବା ଖବରୁ ଜଣାପଡିଛି। ଭାରତ ବର୍ଷର ସର୍ବପୁରାତନ କମ୍ପାନୀର ନିଜସ୍ୱ ବଳରେ ସେ ବିଭିନ୍ନ ପ୍ରକାର ଗାଡି ଉତ୍ପାଦନ କରିବା ଶକ୍ତି ରହିଥିଲେ ମଧ୍ୟ ଯୋଡ଼ା ଖଣି ସହରରେ କମ୍ପାନୀର ନିଜସ୍ୱ ମେଡିକାଲରେ ଗାଡି ଖଣ୍ଡେ ନାହିଁ। ଯାହାକି ଭଡା ସୂତ୍ରରେ ଆମ୍ବୁଲାନ୍ସ ରହିବା ଏହା କେଉଁ ଭଳି ପରିସ୍ଥିତି ଏଭଳି ଘଟଣା ଯାହାକି ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଥିବା ବେଳେ ଏହା କଣ କମ୍ପାନୀର ଏକ ପଦ୍ଧତି ଯଦ୍ୱାରା କି ନିଯୁକ୍ତି କ୍ଷେତ୍ରରେ ନିୟନ୍ତ୍ରଣ ରଖିବାର ଏକ ସରଳ ଉପାୟ ବୋଲି ଖଣିବାସୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳେ। ଦେଖାଯାଉ କମ୍ପାନୀର ଦାୟିତ୍ୱ ବାନ ଅଧିକାରୀଙ୍କ ଦୃଷ୍ଟି ପଡିବ ମେଡିକାଲରେ ଜରୁରୀ ଆବଶ୍ୟକ ହେତୁ ଆମ୍ବୁଲାନ୍ସ ବ୍ଯବସ୍ଥା କରାଯାଉଛି କି ନାହିଁ ପରି ଆମ୍ବୁଲାନ୍ସ ଆବଶ୍ୟକତା ଏବଂ ନିଜର ଆମ୍ବୁଲାନ୍ସ ରଖିବା ଦ୍ୱାରା କିଛିଟା ସ୍ଥାୟୀ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ବଢାଇଲେ, ଆଉ ଏକ ସରଳ ମାଧ୍ୟମ ହୋଇପାରିବ ବୋଲି ଆଶା କରିଛନ୍ତି ଖଣି ଅଞ୍ଚଳ ବାସିନ୍ଦା।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତ୍ତି  ୦୭ ଜୁଲାଇ ୨୦୨୫ ତାରିଖ ଠାରୁ ୧୧ ଜୁଲାଇ ୨୦୨୫- କଳା ବ୍ୟାଜ୍ ପରିଧାନ 

masiha

ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମର ଲୋକେ 

masiha

୬ଷ୍ଠ କ୍ଷୁଦ୍ର ଜଳ ଗଣନାରେ ଓଡାପଡା ବ୍ଲକର ସଫଳ ପଦକ୍ଷେପ

Sunil Chandra Nayak

Leave a Comment

error: Content is protected !!