ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

ଡାବୁଗାଁ- ୧୨/୨ (ମ.ନି.ସ.)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚରା- ଗୁଡା ଓ ଅଂଚଳା ଗ୍ରାମ ପଞ୍ଚାୟତ ସ୍ତରରେ ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଚଚରାଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜୁ ଭତ୍ରl ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ସ୍ଵତନ୍ତ୍ର ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ଜିଲ୍ଲା ପରିଷଦ ସଭ୍ଯ ଗୁପ୍ତ ବିଶୋୟୀ,ନାଏବ ସରପଞ୍ଚ ଯୁଧିଷ୍ଠିର ତନ୍ତୀ, ପଞ୍ଚାୟତ ଅଧକ୍ଷା ବୀଣା ମାଝୀ ଓ ଉପାଧ୍ଯକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍ ଅlପା ରାଓ,ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ,ପଞ୍ଚାୟତ ର ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ମୁଦୁଲିଙ୍କ ସହିତ ପଞ୍ଚାୟତ କର୍ମଚାରୀ ଏବଂ ସମସ୍ତ ଲାଇନ୍ ବିଭାଗ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ l ସେହିପରି ଅଞ୍ଚଳା ଗ୍ରାମ ପଞ୍ଚାୟତ ସରପଞ୍ଚ ରମେଶ ମାଝୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଥି ସାଂସଦ ପ୍ରତିନିଧି,ନାଏବ ସରପଞ୍ଚ କୌଶଲ୍ୟା ଜାନି, ସମିତି ସଭ୍ୟ ଭାଗବତୀ ପନକl,ଏବିଡିଓ ଶ୍ରୀ ତ୍ରିପାଠୀ, ଗ୍ରାମ ସମ୍ପ୍ରସାରଣ ଅଧିକାରୀ ପଦ୍ମନାଭ ଭାଲ୍ଲା,ପଞ୍ଚାୟତ ର ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଏବଂ ସମସ୍ତ ଲାଇନ୍ ବିଭାଗ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ l ଯୋଜନା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଇବା ସହ ବିଭିନ୍ନ ଯୋଜନା ନିମନ୍ତେ ହିତାଧିକାରୀ ତାଲିକା, ପ୍ରକଳ୍ପ ତାଲିକା ଏବଂ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ତାଲିକା ପ୍ରସ୍ତୁତ କରିବା ହେଉଛି ଏଇ କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ଯ l ଚଚରାଗୁଡା ପଞ୍ଚାୟତରେ ଜିଲ୍ଲା କଳା ସଂଘ ଉପ ସଭାପତି କାର୍ତ୍ତିକ ଭତ୍ରl ଙ୍କ ସାଂସ୍କୃତିକ ଦଳ ପୁରସ୍କାର ପାଇଥିବା ବେଳେ ଦୁଇଟି ସ୍ଥାନରେ ସାଂସ୍କୃତିକ ଦଳ କୁ ପ୍ରଥମ, ଦ୍ବିତୀୟ, ତୃତୀୟ ପୁରସ୍କାର ସହ ସମସ୍ତ ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ, ଢେଙ୍କାନାଳ ଶାଖାର ଦ୍ବିତୀୟ ସାଧାରଣ ସଭା

masiha

ସଶକ୍ତ ଓଡ଼ିଶା, ବିକଶିତ ଭାରତ – ଯୁବ ଶକ୍ତିର ଭୂମିକା

Sunil Chandra Nayak

ରୋଟାରୀ କ୍ଲବ ଅଫ୍ ରାଇରଙ୍ଗପୁର ତରଫରୁ ଦନ୍ତ ପରୀକ୍ଷା ଶିବିର

masiha

Leave a Comment

error: Content is protected !!