ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ସଂସ୍କୃତି ଶ୍ରୀ ଜଗନ୍ନାଥ ଆଧାରିତ ଆଲୋଚନାଚକ୍ର

ଓଡ଼ିଆ ସଂସ୍କୃତି ଶ୍ରୀ ଜଗନ୍ନାଥ ଆଧାରିତ ଆଲୋଚନାଚକ୍ର 

ରାଉରକେଲା: ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଆଲୋଚନା,”ଓଡ଼ିଆ ସଂସ୍କୃତିରେ ଶ୍ରୀ ଜଗନ୍ନାଥ”। ଆଲୋଚକ ଭାବେ ଯୋଗଦେଇ ଥିଲେ ପ୍ରଖ୍ୟାତ ସାହିତ୍ୟିକ ରାଜୀବ ପାଣି । ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡ଼ିଆ ସଂସ୍କୃତି ଓ ଶ୍ରୀଜଗନ୍ନାଥ ଓତଃପ୍ରୋତଭାବେ ଜଡ଼ିତ ଏବଂ ଓଡ଼ିଆ ସଂସ୍କୃତି ଶ୍ରୀ ଜଗନ୍ନାଥ ଆଧାରିତ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ଅଧ୍ୟାପିକା ନୀତି ସେଠ ଓ ନୂଆ-ଓ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ ଡଃ ଦିବ୍ୟକାନ୍ତି ବିଲୁଙ୍ଗ । ଡଃ ଅପର୍ଣ୍ଣା ଧର ସ୍ବାଗତ ଭାଷଣ ଦେଇଥିଲେ ଓ ଅଧ୍ୟାପିକା ବୈଦେହୀ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଆଲୋଚ୍ୟ ବିଷୟ ‘ଭାଷା ସାହିତ୍ୟରେ ସମ୍ବାଦପତ୍ରର ଭୂମିକା ସମ୍ପର୍କରେ ‘ଆଲୋଚନା କରିଥିଲେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ । ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଭାଷା ଉପରେ ସମ୍ବାଦପତ୍ର ପ୍ରଭାବ ସମ୍ପର୍କରେ ମାର୍ମିକ ତଥା ଉପାଦେୟ ତଥ୍ୟ ସହ ଆଲୋଚନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ସଞ୍ଜୟ ମହାପାତ୍ର । ସହଯୋଗ କରିଥିଲେ ବିଜୟଲକ୍ଷ୍ମୀ ଦେଓ, ଆକାଶ ଦାସ, ବିଜୟ ପାଢ଼ୀ, ଦୀପ୍ତି ରଞ୍ଜନ ମହାନ୍ତି ଓ ଅନ୍ୟମାନେ । ବହୁ ସଂଖ୍ୟାରେ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ,ଓଡ଼ିଶାରେ ଓଡ଼ିଶା ଦିବସ -୨୦୨୩ ପାଳିତ

Sunil Chandra Nayak

ଗର୍ଭଣା ସଙ୍କରାନ୍ତି ଓ ଶ୍ରାଦ୍ଧ ପାଇଁ ସବୁ ପରିବା ଦର ୮0 ରୁ ୧00 ମଧ୍ୟବିତ୍ତ ଓ ଗରିବ ଙ୍କ ଉପରେ ମହଙ୍ଗା ମାଡ଼

Sunil Chandra Nayak

Leave a Comment

error: Content is protected !!