ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପିର ନ୍ୟାୟ ଓ ପରିବର୍ତ୍ତନ ଯାତ୍ରା

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପିର ନ୍ୟାୟ ଓ ପରିବର୍ତ୍ତନ ଯାତ୍ରା

 ନିର୍ବାଚନ ମଣ୍ଡଳୀ ପରିକ୍ରମା କଲା ମମିତା ରଥ

 ଜୁନାଗଡ଼,୧୩/୨(ନି.ପ୍ର)ବିଜେପି ପକ୍ଷରୁ ମମିତା ମେହେରଙ୍କୁ ନ୍ୟାୟ ଓ ପରିବର୍ତ୍ତନ ଯାତ୍ରା ନେଇ ଆଜି ଠାରୁ ମମିତା ରଥ ବାହାରିଛି । ଆଜି ଏହିରଥ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପରିକ୍ରମା କରିବ । ବିଗତ ୨ ବର୍ଷ ବିତିଗଲା ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲର ଅଧ୍ୟକ୍ଷ୍ୟା ମମିତା ମେହେର ହତ୍ୟା ଘଟଣାକୁ ପ୍ରାୟ ୨ ବର୍ଷରୁ ଉର୍ଦ୍ଧ୍ବ ଦିନ ପୁରିଲା ହେଲେ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ । ମମିତା ମେହେରଙ୍କ ବାପା ମାଁ ମଧ୍ୟ ସିବିଆଇ ତଦନ୍ତ ଦାବୀ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ମଧ୍ୟ ହୋଇନାହିଁ । ରାଜ୍ୟ ସରକାର ନିଜ ବିଧାୟକ ଓ ନିଜ ଦଳ କୁ ଘଣ୍ଟ ଘୋଡାଇବା ପାଇଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମଧ୍ୟ ଜେଲରେ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥିଲା । କେବଳ ମମିତା ମେହେର ନୁହଁ ,ସେହି ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗାଁର ଦଶମ ଶ୍ରେଣୀ ଛାତ୍ରୀ କନକ ନିଆଲକୁ ମଧ୍ୟ ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆଗଲା । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ସରକାରଙ୍କ ବିଧାୟକ ପ୍ରାୟ ୧୦ ବର୍ଷ ଶାସନାଧୀନ ଥିବା ବେଳେ ଆଜି ବି ପରିବର୍ତ୍ତନ ହୋଇନାହିଁ । ବିଜେଡି ସରକାରରେ ମହିଳା ହିଁ ଅନ୍ୟାୟ ଅତ୍ୟାଚାର ର ଶିକାର ହୋଇଛନ୍ତି । ତେଣୁ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ବିଜେପି ପକ୍ଷରୁ ମମିତା ମେହେରଙ୍କୁ ନ୍ୟାୟ ଏବଂ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ଯାତ୍ରା ପାଇଁ ମମିତା ରଥ ଆଜି ଠାରୁ ଗାଁ ଗାଁ ପରିକ୍ରମା କରିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଲେ” ଆଶା ଭରସା “ସ୍ଵାଧୀନ ପାର୍ଟିର ୨ ପ୍ରାର୍ଥୀ

masiha

ଜଣାଶୁଣା ଚେହେରା ତଥା ପୂର୍ବତନ ସରକାରୀ କର୍ମଚାରୀ ଶ୍ରୀ ସୁରେଶ ସାସ୍ତ୍ରୀ ଭାରତୀୟ ଜନତା ପାର୍ଟି ହେଲେ ସାମିଲ 

masiha

Leave a Comment

error: Content is protected !!