ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଦଳକୁ ଧରି ପାଞ୍ଚ ଲକ୍ଷ ଟଙ୍କା କଲା ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଦଳକୁ ଧରି ପାଞ୍ଚ ଲକ୍ଷ ଟଙ୍କା କଲା ଉଦ୍ଧାର

ଗତ ୨୫ ତାରିଖରେ ଭବାନୀପାଟଣା ରାଧାକୃଷ୍ଣ ନଗର ରେ ଅନନ୍ତ ପାତ୍ର ଙ୍କ ଠାରୁ ତିନିଜଣ ଡକାୟତ ସାଢେ ୫ଲକ୍ଷ ଟଙ୍କା ଛଡାଇ ନେଇଥିଲେ । ଏହାକୁ ନେଇ ଟାଉନ ଥାନା ରେ କେଶ ନଂ ୨୭/୨୪ ରେ ଏକ କେଶ ରୁଜ୍ଜୁ କରାଯାଇଥିଲା । ଆଜି ଏହି ଡକାୟତ ଦଳ କୁ ଧରିବାରେ ସଫଳ ହେଇଛନ୍ତି ଭବାନୀପାଟଣା ଟାଉନ ଥାନା ପୋଲିସ । ଛତିଶଗଡ଼ ଭୀମଖୋଜ ରୁ ଦୁଇଜଣ ଡକାୟତ ଙ୍କୁ ଧରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ନାବାଳକ ବୋଲି ଜଣାପଡିଛି । ତାଙ୍କ ଠାରୁ ୫ଲକ୍ଷ ଟଙ୍କା ଏବଂ ଏକ ଆପାଚି ବାଇକ ଜବତ କରାଯାଇଥିବା ଟାଉନ ଥାନା ଆଇଆଇସି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ଆହୁରି ଦୁଇଜଣ ସଂପୃକ୍ତ ଥିବା ଓ ଅତିଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ଟାଉନ ଥାନା ଅଧିକାରୀ ଶ୍ରୀ ଯଶୋବନ୍ତ ହିଆଳ ପ୍ରକାଶ କହିଛନ୍ତି। ଜିଲ୍ଲାରେ ଟ୍ରେନିଙ୍ଗ ରେ ଥିବା ଆଇ ପି ଏସ୍ ଅଧିକାରୀ ଆଜୀଙ୍କ୍ୟ ମାନେ, ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ୍, ସବ_ଇନ୍ସପେକ୍ଟର ତପନ କାଲୋ ପ୍ରମୁଖ ଉପସ୍ଥିତ ରହି ଥିଲେ । ପୋଲିସ୍ ପକ୍ଷରୁ ଏପରି ଦିନ ଦ୍ଵି ପହର ରେ ଘର ସମ୍ମୁଖ ରୁ ଟଙ୍କା ବ୍ୟାଗ୍ ଲୁଟ ଘଟଣା ର ପର୍ଦ୍ଦାଫାଶ କରି ପାରି ଥିବାରୁ ସାଧାରଣ ରେ ପୋଲିସ୍ ପ୍ରତି ଆସ୍ଥା ବୃଦ୍ଧି ପାଇଥିବା ବେଳେ ଟାଉନ ଥାନା ଅଧିକାରୀ ଶ୍ରୀ ହିଆଲ ଟଙ୍କା ଉଠାଇ ଆଣିବା ଓ ନେବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତୁମୁସିଙ୍ଗା ଥାନା ହାଜତରୁ ଅଭିଯୁକ୍ତ ଗୁଡ଼ୁ ଫେରାର।  ଥାନାରେ ନୂଆ ମାମଲା ରଜୁ

Sunil Chandra Nayak

ପଣ୍ଡକୁଳ ଠାରେ ବେଆଇନ ଭାବେ ଚାଲିଛି ବାଲି ଚାଲାଣ , ବିନା ନମ୍ବରରେ ଚାଲିଛି ଟ୍ରାକ୍ଟର ପୁଣି ବାଲି ଚାଲାଣ

୧୬୨ କେଜି ଗଂଜେଇ ସହିତ କାର ଜବତ ନାବାଳକ ସହିତ ଜଣେ ଗିରଫ….

Sunil Chandra Nayak

Leave a Comment

error: Content is protected !!