ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶାଳ ମାଗଣା ଚିକିତ୍ସା ଶିବିର

ବିଶାଳ ମାଗଣା ଚିକିତ୍ସା ଶିବିର

   ନୂଆପଡ଼ା ଜିଲ୍ଲା ଖଡିଆଳ ମେଡି-ହବ ଜିଜ୍ଞାସା ଓ ମୁଣ୍ଡ ହେଲଥ କେୟର ଏବଂ ଡ. ଗୋବିନ୍ଦ ଫାଉଣ୍ଡେସନ କଣ୍ଟାବାଞ୍ଜି ମିଳିତ ଉଦ୍ୟମରେ ଏକ ବିଶାଳ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଡ. ଗୋବିନ୍ଦ ଅଗ୍ରୱାଲ ଡାକ୍ତରୀ ପରାମର୍ଶ ପାଇଁ ଉପଲବ୍ଧ ଥିଲେ । ଏହି ଶିବିରରେ ଶତାଧିକ ରୋଗୀ ମାଗଣାରେ ଚିକିତ୍ସିତ ହେବାର ଲାଭ ପାଇଥିଲେ । ସମସ୍ତ ରୋଗୀ ମାନଙ୍କୁ ମାଗଣା ରକ୍ତ-ଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା । ଏହି ଶିବିରକୁ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସବୁଜ ସଙ୍କେତ ଦେଇ ଶିବିରକୁ ଉଦଘାଟନ କରିଥିଲେ ଏବଂ ଏହି ଭଳି ସମାଜ ସେବା ମୂଳକ କାର୍ଯ୍ୟ ପାଇଁ ଟିମ ମେଡି-ହବ କୁ ଶୁଭେଚ୍ଛା ସହିତ ଧନ୍ୟବାଦ ଦେଇଥିଲେ ଏବଂ ଆବଶ୍ୟକ ସଂଶାଧନ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ଯାହାଦ୍ଵାରା ସ୍ଥାନୀୟ ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରେ ଲାଭବାନ ହେବେ । ମେଡି-ହବ ର ପ୍ରବନ୍ଧ ନିର୍ଦ୍ଧେଶକ ଜିତେନ୍ଦ୍ର ନାଏକ ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ପୂଣ୍ୟତୋଷ ମୁଣ୍ଡ ଏହି ଶିବିର ଦ୍ଵାରା ସ୍ଥାନୀୟ ଜନ ସାଧାରଣ ଏବଂ ରୋଗୀ, ଡାକ୍ତର ପରାମର୍ଶ ନିୟମିତ ଭାବେ ଆଗାମୀ ଦିନ ଗୁଡ଼ିକରେ ସୁବିଧା ପାଇ ପାରିବେ ଏବଂ ଭବିଷ୍ୟତରେ ଏହିଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଥିବେ ବୋଲି ପ୍ରକାଶ କରିଥିଲେ । ଏହି ଶିବିରକୁ ଡ. ଗୋବିନ୍ଦ ଫାଉଣ୍ଡେସନ ର କର୍ମଚାରୀ ଏବଂ ମେଡି-ହବ ଜିଜ୍ଞାସା ଓ ମୁଣ୍ଡ ହେଲଥ କେୟର ର କର୍ମଚାରୀ ମାନେ ଶିବିରର କାର୍ଯ୍ୟଭାର ସୂଚାରୁ ଏବଂ ଶାନ୍ତି ଶ୍ରୁଙ୍ଖଳା ରୂପେ ସମ୍ପାଦନ କରିଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନାରୀ ସବୁ ଯୁଗରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛି.

Sunil Chandra Nayak

କର୍ଲାଗୁଡା ଠାରେ ଶ୍ରୀରାମ ଲୀଲା ମହୋତ୍ସବ ଅନୁଷ୍ଠିତ 

masiha

ନଦୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

masiha

Leave a Comment

error: Content is protected !!