ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଂଶୁମାନଙ୍କ ପରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତର କଂଗ୍ରେସ ସଭାପତି, ସମ୍ପାଦକ ,ସଭ୍ୟ ,ବ୍ଲକ କଙ୍ଗ୍ରେସ କମିଟି ଆଜି ଇସ୍ତଫା ଦେଲେ

ଅଂଶୁମାନଙ୍କ ପରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତର କଂଗ୍ରେସ ସଭାପତି, ସମ୍ପାଦକ ,ସଭ୍ୟ ,ବ୍ଲକ କଙ୍ଗ୍ରେସ କମିଟି ଆଜି ଇସ୍ତଫା ଦେଲେ

ରାଜନଗର -୧୫.୨.୦୨୩ ରାଜ୍ୟରେ 2024 ନିର୍ବାଚନ ଯେତେ ପାଖେଇ ଆସୁଛି ସାଧାରଣ ଜନତା ନେତାମାନଙ୍କ ସୁନାମ ଦୁର୍ନାମ ରଚନା ଏଵଂ ସିଲେକ୍ସନ କରିବା ସମୟ ପାଖକୁ ଆସୁଛି। ପାଞ୍ଚ ବର୍ଷରେ ଲୋକମାନଙ୍କ ଵିକାଶ ନାରେ ନିଜର ଓ ହାତଗଣତି କର୍ମୀଙ୍କୁ ନିଜସ୍ବ ଆର୍ଥୀକ ମାନଦଣ୍ଡ ଵୃଦ୍ଧି କରି ଆସୁଛନ୍ତି। ଏପରି ସ୍ଥଳେ ଵିଧାୟକଙ୍କ ଉପରେ ଅତିସୟ ହୋଇ ବିଷଦଗାର ହେଉଥିବା ରାଜନଗର ଅଞ୍ଚଳ ବାସୀ ବିଧାୟଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ସୁଯୋଗ ଖୋଜୁଥିବା ଵେଳେ ସେ ସୁଯୋଗ ପାଖେଇ ଆସୁଛି। ହେଲେ କଙ୍ଗ୍ରେସ ଦଳର ଜିଲ୍ଲା ସଭାପତି ତଥା ପ୍ରାକ୍ତନ ବିଧାୟକ ଉଦୟମାନ କର୍ମଠ ଯୁବକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତିଙ୍କୁ ଦଳଗତ ନିର୍ଵିଶେଷରେ ଵିଶେଷକରି ବିଜେଡିର ଅଞ୍ଚଳଵାସୀ ଭଲପାଇବା ଦେଇ ଆସୁଥିଲେ। କିନ୍ତୁ ସେମାନେ ଚାହୁଁଥିଲେ ଅଂଶୁମାନଙ୍କୁ ବିଜେଡିରେ ନେତା କରି ଆଗାମି ନିର୍ବାଚନରେ ଵିଧାୟକ ହେବାର ସୁଯୋଗ ଦେଇ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟକ୍ରମ ହୋଇପାରିବା ସହ ଵହୁ ଗରିବ ବିନା ଅର୍ଥରେ ବିଭିନ୍ନ ଯୋଜନାର ସୁଫଳ ପାଇବା ଆଶା ପ୍ରକଟ କରିଛନ୍ତି। ଲୋକଙ୍କ ଆଶା ଭରଷାକୁ ସମ୍ମାନ ଜଣାଇ କଙ୍ଗ୍ରେସ ଜିଲ୍ଲା ସଭାପତି ପଦରୁ ଅଂଶୁମାନ ମହାନ୍ତି ଇସ୍ତଫା ଦେବା ସହ ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିଲେ। ଅଂଶୁମାନ ଯେମିତି ତାଙ୍କ ପିତା ସ୍ବର୍ଗତ ନଳିନୀ କାନ୍ତ ମହାନ୍ତିଙ୍କ ନିତି ଆଦର୍ଶକୁ ପାଥେୟ କରି ଜନ ସେଵା କରିଚାଲିଛନ୍ତି। ସେହିପରି ଅଂଶୁମାନଙ୍କୁ ସମର୍ଥନ ଜଣାଇ ବ୍ଲକ ସଭାପତି, ସମ୍ପାଦକ, ପିସିସି ସଭ୍ୟ ଗତକାଲି ଇସ୍ତଫା ଦେଇଥିବା ଵେଳେ ଆଜି ବ୍ଲକ କଙ୍ଗ୍ରେସ କମିଟି, ୨୯ଟି ପଞ୍ଚାୟତର କଙ୍ଗ୍ରେସ ସଭାପତି, ସମ୍ପାଦକ, ସଭ୍ୟ, ସଭ୍ୟା, ଏବଂ କଙ୍ଗ୍ରେସ ସମର୍ଥକ ସରପଞ୍ଚ ଓ ସମିତି ସଭ୍ୟ /ସଭ୍ୟା ପ୍ରମୁଖ ଆଜି ସମୁହ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଅଂଶୁମାନ ମହାନ୍ତି ଆସନ୍ତା କାଲି ଵିଜେଡିରେ ମିଶିବା ସୂଚନା ମିଳୁଥିଲେ ମଧ୍ୟ ଯେପର୍ଯ୍ୟନ୍ତ ଦଳର ମୁଖିଆଙ୍କ ମୋହର ବାଜିନି ସେ ପର୍ଯ୍ୟନ୍ତ ଅପେକ୍ଷା କରିବସିଛନ୍ତି । ହେଲେ ଏପଟେ ଅଂଶୁମାନଙ୍କ ନିସ୍କଳଙ୍କ, ଦୁର୍ନୀତି ବିହୀନ, ଗରିବଙ୍କ ସୁଖ ଦୁଃଖର ସାଥି ଏବଂ ସମସ୍ତଙ୍କର ଭଲପାଇବା ଲୋକସମ୍ପର୍କ ଜାଣି ମୁଖ୍ୟ ମନ୍ତ୍ରୀଙ୍କ ଗୁଡ ଉଇଲ୍ ରେ ଥିବା ଏହି ନିଷ୍କପଟ ଯୁବକ ଅଂଶୁମାନ ଏଵେ ସ୍ଥାନୀୟ ବିଧାୟକଙ୍କ ରୋଷର ଶିକାର ପାଲଟିଛି। ଯାହାଫଳରେ ଗତକାଲି ବିଧାୟକ ଶ୍ରୀଯୁକ୍ତ ସାହୁ ଡାକିଥିବା ବୈଠକକୁ ୨୦୦ଲୋକ ଯୋଜନାରୁ ମାତ୍ର ୨୦/୨୫ ଜଣ ଯୋଗ ଦେଇଥିବା ଵେଳେ ଆଜି ବସଷ୍ଟାଣ୍ଡ ଭର୍ଚୁଆଲ ମୋଡରେ ଉଦ୍ଘାଘାଟନ ଉତ୍ସଵରେ ବିଧାୟକଙ୍କ ସହିତ ମାତ୍ର ୧୫/୨୦ ଜଣ ଲୋକ ଵଙ୍ଗଳାରୁ ବସ ଷ୍ଟାଣ୍ଡକୁ ଯାଉଥିବା ଦେଖିବାକୁ ମିଳିଛି। ହେଲେ ୱୌଷଧ ଵିନା ତାଟିଆ କାମୁଡିବା ଆଳରେ ଅଂଶୁମାନ ମହାନ୍ତି ଏଵେ ପର୍ଯ୍ୟନ୍ତ କେଉଁ ଦଳରେ ମିଶିବେ ତାହା ଜଣା ପଡିନଥିବା ଵେଳେ ପୁନର୍ବାର ବିଜେଡି ବିଧାୟକ ହେଵା ଆଶା ନେତାଙ୍କୁ ବାୟା କରିଦେଇଛି। ଏଵେ ସନ୍ୟାସୀ ନେଵାର ସମୟ ପାଖେଇ ଆସୁଥିବାରୁ , କପୋଳ କଳ୍ପିତ ଭାବେ ପିଡିଏଫ ଫାଇଲ୍ ରେ ଖବର ପ୍ରକାଶ ପାଈଥିବା ଏକପତ୍ରୀକାରେ ଶଙ୍ଖ ଚିହ୍ନ ଥାଇ ‘ଅଂଶୁମାନ ମହାନ୍ତି “ଵିଜେଡିରେ ମିଶି ଛନ୍ତି ଏଵଂ ସେ ଶଙ୍ଖ ଚିହ୍ନରେ ଲୋକସଭା ପାଇଁ ପ୍ରାଥି ହେଵେ ବୋଲି ମିଥ୍ୟା ଖବର ପ୍ରଚାର କରି ସମ୍ପୃକ୍ତ ଖବର କାଗଜ ତାର ନୈତିକ ହରାଇ ଵସିଛି ।ଏନେଇ ଆଜି ସକାଳେ ଅଂଶୁମାନ ମହାନ୍ତିଙ୍କର ପ୍ରତିକ୍ରିୟା ନେଵାରୁ ସେ କହିଛନ୍ତି ମୁ ଏପର୍ଯ୍ୟନ୍ତ ବିଜେଡିରେ ମିଶିଥିବା ଵିଜେଡି ସୁପ୍ରିମ ମୋତେ ପ୍ରମାଣ ପତ୍ର ଦେଇ ନାହାନ୍ତି, ତାଛଡା ମୁଁ ଲୋକସଭା ନିର୍ବାଚନରେ ପ୍ରାର୍ଥି ହେବା ପାଇଁ ମୁଁ ସ୍ବପ୍ନରେ ଭାବି ନାହିଁ, କିମ୍ବା କାହାରିକୁ କହିନାହିଁ । ଯେଉଁ ମାନେ ଵିଧାୟକ ହେଵା ଆଶା କରୁଛନ୍ତି, ତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ମୁଖିଆ ଜାଣିବା ପରେ ତାଙ୍କର ଵିଧାୟକ ହେବା ଆଶା ମଉଳି ଗଲାଣି। ସେଥିପାଇଁ ତାଙ୍କ ପାଖରୁ ଲୋକ ଖସିଲେଣି, ତେଣୁ ଅଂଶୁମାନ ଲୋକସଭାକୁ ଯିବା କଥା ମିଥ୍ୟା ପ୍ରଚାର କଲେ, ଲୋକମାନେ ଭାବିବେ ଆମ ନେତା ପୁଣି ଵିଧାୟକ ହେଵେ ସେହି ଆଶା ନେଇ ତାଙ୍କ ପାଖରେ ପଡି ରହିବେ, ଦୁର୍ନୀତି ଖୋର୍ ନେତାଙ୍କ ମିଛ ଚାଲାକ ଅଂଶୁମାନ ମହାନ୍ତିଙ୍କ ଜନସମର୍ଥନ ପାଖରେ ହାର ମାନିବ ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ରାଇରଙ୍ଗପୁରରେ ଓଡିଶା ବିଜେପି ବିନ୍ଧାଣି ଡ଼ଃ ଦେଵେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି 

masiha

ତ୍ରିଲୋଚନ ପାଣିଗ୍ରାହି , ଏକ ସଂକ୍ଷିପ୍ତ ବିବରଣୀ 

masiha

ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ଝରିଗାଁ ବିଧାନସଭା ଗସ୍ତ ଓ ରୋଡ ସୋ

masiha

Leave a Comment

error: Content is protected !!