ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜସୁ ପାର୍ଟି ତରଫରୁ ଧାରଣା

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜସୁ ପାର୍ଟି ତରଫରୁ ଧାରଣା

 ମୟୂରଭଞ୍ଜ – ୧୬/୦୨ ( ମସିହା) ଆଜି ସାନ୍ତାଳୀ ସମାଜର ଆଇକନ, ସାନ୍ତାଳୀ ସାରସ୍ଵତ ସାଧକ, ରାଇରଙ୍ଗପୁର ମାଟିର ସୁଯୋଗ୍ୟ ସନ୍ତାନ,ତଥା ସାନ୍ତାଳୀ ଲିପି ‘ ଅଲଚିକି’ ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ୪୨ ତମ ଶ୍ରାଦ୍ଧ ଦିବସ । କିନ୍ତୁ ରାଜ୍ୟ ସରକାର ସାନ୍ତାଳୀ ଭାଷାକୁ ଏବଂ ଭାଷା ଉଦ୍ଭାବକ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କୁ ଉଚିତ ସମ୍ମାନ ନ ଦେବା ନେଇ ଆଜସୁ ପାର୍ଟି ତରଫରୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଆଜସୁ ପାର୍ଟି ରାଜ୍ୟ ସଭାପତି ଆନ୍ତା ଆଲୋକ ବାସ୍କେଙ୍କ ତରଫରୁ ଧାରଣା ଦିଆଯାଇଥିଲା । ପ୍ରଥମେ ଦଳୀୟ କର୍ମୀଵୃନ୍ଦ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦାବି ଗୁଡ଼ିକ ହେଲା ଏକବିଂଶ ଶତାବ୍ଦୀର ସାନ୍ତାଳୀ ଲିପି’ ଅଲଚିକି’ ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ଦେବା, ସାନ୍ତାଳୀ ଶିକ୍ଷକ ମାନଙ୍କୁ ସ୍ଥାୟୀ କରିବା,ସାନ୍ତାଳୀ ଭାଷା ବୋର୍ଡ଼ ଗଠନ କରିବା, ସାନ୍ତାଳୀ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ଦେବା, ରାଇରଙ୍ଗପୁର ଉଚ୍ଚ ବାଳକ ବାଳକ ବିଦ୍ୟାଳୟରରେ ଶିକ୍ଷକତା କରୁଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ବିଦ୍ୟାଳୟକୁ ନାମିତ କରିବା, ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଭଳି ଆସନ୍ତା ୨୦୨୫ ରେ ସାନ୍ତାଳୀ ଭାଷାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଶ୍ଵ ସାନ୍ତାଳୀ ଭାଷା କାର୍ଯ୍ୟକ୍ରମ ଆୟୋଜନ କରିବା , ସାନ୍ତାଳୀ ଶିକ୍ଷକ ନିଯୁକ୍ତି ଇତ୍ୟାଦି ।ପରେ ଦଳୀୟ କର୍ମୀ ମାନେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟୀ କଲେକ୍ଟର ମନୋଜ ମହାନ୍ତଙ୍କୁ ୫ ଦଫା ଦାବି ନେଇ ଲିଖିତ ଦାବିପତ୍ର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।ଏହି ଆନ୍ଦୋଳନରେଜିଲ୍ଲା ସଭାପତି ଶରତ ଚନ୍ଦ୍ର ମହାନ୍ତ, ରାଜ୍ୟ ସଂପାଦକ ଗୋପୀନାଥ ବାସ୍କେ, ରାଇରଙ୍ଗପୁର ନଗର ସଭାପତି ବୁଲୁ ବେହେରା, ସାବିତ୍ରୀ ମହାନ୍ତଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ଦାବିନେଇ ଅଗ୍ନିଶମ ବାହିନୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

masiha

ନିଲାବାଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ନ ଥିବାରୁ ଘୁମୁରା ଗାଁରେ ପିଇବା ପାଣି ବିଲ୍ ପୈଠ ନହେବା ଯୋଗୁଁ ବିଜୁଳି କାଟ, ପାଣି ପାଇଁ ୧୬୦ ପାରିବାର ହନ୍ତସନ୍ତ

masiha

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ 2025 ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!