ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି: ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ନାବାଳକ, ଉଦ୍ଧାର ହେଲା ମୃତଦେହ

କଳାହାଣ୍ଡି: ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ନାବାଳକ, ଉଦ୍ଧାର ହେଲା ମୃତଦେହ

ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ପାଡେପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ପାଡେପଦର ଗାଁରେ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଦୁରେଶ ପଦର ଗାଁର ୮ବର୍ଷ ବୟସ୍କ ଆସମାନ ନାଏକ ଏବଂ ୭ବର୍ଷ ବୟସ୍କ ସାନ୍ତୁନ ନାଏକ । ଦୁଇ ଜଣ ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇଥିବା ସୂଚନା ମିଳିଛି । ଥୁଆମୁଳ ରାମପୁର ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେରେ ପହଞ୍ଚି ନାବାଳକମାନଙ୍କ ମୃତଦେହ ଉଦ୍ଧାର କରିଥିଲେ । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର ଆଞ୍ଚଳିକ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ପ୍ରକୃତି ପ୍ରେମୀ ପାଳିଲେ ବିଶ୍ଵ ପରିବେଶ ଦିବସ

ପୋଖରୀରେ ବୁଡି ମୄତ 

Sunil Chandra Nayak

Leave a Comment

error: Content is protected !!