ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭରଚୁଆଲ ମାଧ୍ୟମରେ ଉଦଘାଟନ

ଭରଚୁଆଲ ମାଧ୍ୟମରେ ଉଦଘାଟନ

 ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଭାରଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଫାଇଟି ଅଧୀନରେ ଥିବା ଦୁଇଟି ଚିକିତ୍ସାଲୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ନୂଆପଡ଼ା ଜିଲ୍ଲାରେ ଫାଇପ ଟି ଉପକ୍ରମରେ ଆମ ହସପିଟାଲ ଯୋଜନାରେ ନୂଆପଡ଼ା ଓ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଭୁକ୍ତ ଏବଂ ଡ଼ାଇଲିଶିସ କେନ୍ଦ୍ର ଲୋକାର୍ପିତ ହୋଇଅଛି । ନୂଆପଡ଼ା ଜିଲ୍ଲାର ସ୍ବାସ୍ଥ୍ୟ ସେବାକୁ ଉନ୍ନତମାନର କରିବା ସହିତ ଉନ୍ନତି ଚିକିତ୍ସା ସେବା ଯୋଗାଇ ଦେବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରିରଖିଥିବା ବେଳେ ସେଥିରେ ନୂଆପଡା ଜିଲ୍ଲାକୁ ସାମିଲ କରି ନୂଆପଡା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ କୋଟି ୩୩ ଲକ୍ଷ ଟଙ୍କା ଓ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟକୁ ୩ କୋଟି ୨୯ ଲକ୍ଷ ଟଙ୍କା ଫାଇପ ଟି ଉପକ୍ରମରେ ଆମ ହସ୍ପିଟାଲ ଯୋଜନାରେ ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଖଡ଼ିଆଳ, ବୋଡେ଼ନ ସିନାପାଲି, କୋମନା ଅଞ୍ଚଳର କିଡନୀ ରୋଗୀ ମାନଙ୍କ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା ଲୟରେ ଚାରି ଗୋଟି ଡାଇଲିସିସ ସେଣ୍ଟର ଉଦଘାଟନ କରିଥିଲେ । ଏହି ଅବସରରେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂଆପଡା ଜିଲ୍ଲାରେ ଲୌହ ମିଶ୍ରିତ ପାଣି ଜନସାଧାରଣ ବ୍ୟବହାର କରୁଥିବାରୁ କିଡନୀ ରୋଗୀ ସଂଖ୍ୟା ବଢି ଚାଲିଥିବା ବେଳେ ବର୍ତମାନ ୬୮ ଜଣ କିଡନୀ ରୋଗୀ ପଞ୍ଜିକୃତ ହୋଇ ଡାଇଲିସିସ ହେଉଥିବା ବେଳେ ନୂଆପଡା ଜିଲ୍ଲା ଚିକିତ୍ସାଲୟ ଓ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟକୁ ମିଶି ମୋଟ ୧୨ ଗୋଟି ଡାଇଲିସିସ କେନ୍ଦ୍ରରେ ଚିକିତ୍ସା ସେବା ପାଇଁ ପାରିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରର ଅନ୍ୟତମ ଅତିଥି ଭାବରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ, ସିଡିଏମଓ ଧରଣୀଧର ସେନାପତି, ଖଡ଼ିଆଳ ନଗର ପାଳ ଉଜ୍ଜ୍ୱଳ ଗୁପ୍ତା, ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିସଦ ଚିତ୍ତରଞ୍ଜନ ବେହେରା, ତନୟା ଶବର, ପ୍ରମୁଖ ଯୋଗ ଦେଇଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖା ପୁନର୍ଗଠନ 

Sunil Chandra Nayak

ବାଣପୁର ସାନ ହନ୍ତୁଆଡ ବାଉଁଶ ନଇଁ ନିକଟରେ ସଡ଼କ ଦୁର୍ଘଟଣା ରେ ଯୁବ ବିଜେଡ଼ି ନେତା ଙ୍କ ମୃତ୍ୟୁ !!!

Sunil Chandra Nayak

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୪ ପାଇଁ କୋର କମିଟି ବୈଠକ

masiha

Leave a Comment

error: Content is protected !!