ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ର କଳା ଦେବୀ ଙ୍କ କବିତା – ଜୟ ହନୁମାନ

ଜୟ ହନୁମାନ

 

ଚନ୍ଦ୍ରକଳା ଦେଵୀ,ବନ୍ଧୁଗାଁ,କୋରାପୁଟ

ଜୟ ଜୟ ହନୁମାନ ଶ୍ରୀରାମଙ୍କ ଦୂତ

ତଵ ପଦ ଯୁଗଳରେ କରେ ପ୍ରଣିପାତ |

ଦିବାକର ଶିଷ୍ୟ ତୁମେ ମହାନ ପଣ୍ଡିତ

ଆରକ୍ତ ନୟନ ସଦା ସିନ୍ଦୁରେ ଶୋଭିତ |

ପିତାତୁମ ପ୍ରଭଞ୍ଜନ ଅଞ୍ଜନାଯେ ମାତା 

ସୁବିଶାଳ ଉରୁ ଭୂଜ ଶତ୍ରୁ ବିମର୍ଦ୍ଦିତ |

ଯାହାଙ୍କ ହୁଙ୍କାର ନାଦେ କମ୍ପଇ ମେଦିନୀ

ହୃଦୟ ମନରେ ସଦା ଜାଗେ ରାମବାଣୀ |

ଶ୍ରୀରାମ ସହିତ ସୁଗ୍ରୀବ ଙ୍କର କିଙ୍କର

ପରଂଯୋଗୀ ଜିତେନ୍ଦ୍ରିୟ ସର୍ବ ମନୋହର |

ସାତ ସମୁଦର ଲଙ୍ଘି ଜାନକୀ ସନ୍ଧାନ

ଗନ୍ଧମ|ର୍ଦ୍ଦନ ଯେ ଆଣି ଲଷ୍ମ6ଣ ଜୀବନ |

ମହାସତୀ ଚିତ୍ତତୋଷି ଲଙ୍କାରେ ପ୍ରବେଶ

ନିମିଷେକ ସ୍ବର୍ଣ୍ଣ ମୟ ଲଙ୍କା କଲ ଧ୍ବଂସ |

ବାଳକାଳେ ଉଦିତ ସୂର୍ଯ୍ୟଙ୍କୁ ପ୍ରଭୁ ତୁମେ

ଫଳ ବୋଲି ଭାବିକରି ଆହାରିଲ ଭବେ |

ନନ୍ଦିଘୋଷ ରଥେ ତୁମେ ସାରଥୀ ସାଜିଣ

ଭକ୍ତ ଶିରୋମଣି ରକ୍ଷସ କୂଳ ନିଧନ |

କଳ୍ପତରୁ ମୂଳବାସୀ କଳପ ପୁରୁଷ

ପାନକର ଭକ୍ତିଭରେ ପ୍ରେମେ ରାମରସ |

ଦ୍ୱାପରରେ ଥିଲ ତୁମେ ପଣ୍ଡୁ ମଧ୍ୟସୂତ

ଅଣଚାଶ ରୂପ ଦେଖି ସର୍ବେ ସ୍ତମ୍ଭିଭୂତ |

ଚାରି ଯୁଗେ ରହିଅଛ ଅମର ହୋଇଣ

ତଵ ପୂଜାକରି ଧନ୍ୟ ହେଉ ମୋଜୀବନ |

**************************

Related posts

ପଦ୍ମଲୋଚନ ମିଶ୍ର ରୋଗୀ କଲ୍ୟାଣ ସମିତି ସାଂସଦ ପ୍ରତିନିଧି ନିଯୁକ୍ତ 

Sunil Chandra Nayak

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ହେମନ୍ତ

Sunil Chandra Nayak

Leave a Comment

error: Content is protected !!