ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୂପାନ୍ତରିକରଣ ଲୋକାର୍ପିତ

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୂପାନ୍ତରିକରଣ ଲୋକାର୍ପିତ

ଜୁନାଗଡ଼,୧୭/୨(ମ ନି ସ)ଜୁନାଗଡ ସହର ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ୫ ଟି ଅଧୀନରେ ହୋଇଥିବା ଆମ ହସ୍ପିଟାଲ ରୂପାନ୍ତରିକରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି l ଏହି ଅବସରରେ ସ୍ତାନୀୟ ହାଇ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ତାନୀୟ ବିଧାୟକ୍ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସୀ ମାଧ୍ୟମ ରେ ଆମ ହସ୍ପିଟାଲ ରୂପାନ୍ତରିକରଣ ଶୁଭ ଉଦ୍ଘାଟନ କରିଥିଲେ l ଏବଂ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ରୂପାନ୍ତରିତକରଣ କରିଥିବା ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜୁନାଗଡ ବସି ଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ସ୍ଵସ୍ଥ୍ଯ କେନ୍ଦ୍ର ମାଧ୍ୟମ ରେ ଅତ୍ୟାଧୁନିକ ସୁବିଧା ସହ ରୋଗୀ ସେବା ତ୍ୱରାନିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ l ଏଥି ସହିତ ପର୍ଯ୍ୟାୟକ୍ରମେ ଜୁନାଗଡ ଠାରେ ନୂତନ ମାତୃ ଓ ଶିଶୁ ଡାକ୍ତର ଖାନା ନିର୍ମାଣ ହେବାସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୫ ଟି ମାଧ୍ୟମ ରେ ଉନ୍ନୀତ କରାଯିବl ପାଇଁ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିଥିଲେ l ସୂଚନା ଯୋଗ୍ୟ ଯେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାୟ ତିନି କୋଟି ବ୍ୟୟ ରେ ନିର୍ମାଣ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଏହା ସଂପ୍ରସାରଣ ହେବ ବୋଲି ଓଡ଼ିଶା ସ୍ଵସ୍ଥ୍ଯ ପରିବାର କଲ୍ଯାଣ ବିଭାଗ ତରଫରୁ ଜଣାଯାଇଛି l କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ସୁଧିରl ମେହେର୍, ବ୍ଲକ ଅଧ୍ୟକ୍ଷl ସବିତା ମେହେର, ବ୍ଲକ ଉପାଧ୍ୟକ୍ଷ ପ୍ରୋମୋଦ ବେହେରା, ଏନ୍ ଏ ସି ଉପାଧକ୍ଷl ହିଁମାଦ୍ରୀ ନାଏକ, ବିଡିଓ ଦେବାଶିଷ କର, ଏନ୍ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟ ସେନ୍ ଧାରୁଆ, ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ ଭଗବାନ ପଣ୍ଡା, ଡଃ ପ୍ରହଲ୍ଲାଦ ନାଏକ, ଡଃ ବିବେକାନନ୍ଦ ମହାନନ୍ଦ,ପୂର୍ତ୍ତ ବିଭଗ ର ସହକାରୀ ଯନ୍ତ୍ରୀ ସୁନା ରାମ ମୁର୍ମୁ, କନିଷ୍ଟ ଯନ୍ତ୍ରୀ ରଶ୍ମି ରଞ୍ଜନ ଭୋଇ, ପୂର୍ବତନ ନଗରପାଳ ମହେଶ୍ ସାହୁ, ସମସ୍ତ ପlରିଷଦ ଓ ସହର ବାସୀ ଉପସ୍ଥିତ ରହିଥଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଦଶପୁର ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ମୃତ୍ୟୁ

masiha

ଜିଲ୍ଲାସ୍ଥରୀୟ କୃଷିମେଳା ଉଦଯାପିତ

Sunil Chandra Nayak

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!