ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର:ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ କଂଗ୍ରେସର ପ୍ରତିବାଦ ସଭା ସହ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବଙ୍କ କୁଶପୁତ୍ତଳିକା ଦାହ

ରାଇରଙ୍ଗପୁର:ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ କଂଗ୍ରେସର ପ୍ରତିବାଦ ସଭା ସହ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବଙ୍କ କୁଶପୁତ୍ତଳିକା ଦାହ

 ମୟୂରଭଞ୍ଜ -୧୭/୦୨ ( ମସିହା) ରାଜ୍ୟ ସରକାରଙ୍କ କୃଷମାରଣ ନୀତି ଯୋଗୁଁ ରାଜ୍ୟରେ କୃଷକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି ।ଦିନକୁ ଦିନ କୃଷକ ସଶକ୍ତ ବଦଳରେ ଗରିଵି ସଂଖ୍ୟା ହୁ ହୁ ବୃଦ୍ଧି ପାଉଛି । ଓଡ଼ିଶାରେ ଧାନ ମଣ୍ଡିରେ ସରକାର ଓ ମିଲ ମାଲିକ ମଧୁଚନ୍ଦ୍ରିକା ଅହେତୁକ କଟନୀ ଛଟନୀ, ଚାଷୀଙ୍କୁ ବସ୍ତା ଓ ସୂତୁଲି ଟଙ୍କା ନ ଦେବା ।ଧାନ ମଣ୍ଡିରେ ଧାନ ରଖିବା ଓ ଚାଷୀ ରହିବା,ପିଇବା ପାଣି ନ ଥିବା, ତଦସହ ଵ୍ଳକରେ ଶୀତଳ ଭଣ୍ଡାର ନ ଖୋଲିବା ଇତ୍ୟାଦି ଯୋଗୁଁ ଚାଷୀ ଚାଷ କରି ଉତ୍ପାଦିତ ଦ୍ରବ୍ୟକୁ ରଖି ନ ପାରି ହନ୍ତସନ୍ତ ଓ ଆର୍ଥିକ ଶୋଷଣର ଶୀକାର ହେଉଛି । ଜମିକୁ ଠିକ୍ ସମୟରେ ପାଣି ନ ଦେବା,ଅଧିକ ଜମିକୁ ଜଳସେଚନ ପାଇଁ ପଦକ୍ଷେପ ନ ନେବା ଇତ୍ୟାଦି ସରକାର ଦୀର୍ଘ ବର୍ଷ ଧରି ସ୍ବାମୀନାଥନ କମିଶନଙ୍କୁ କାର୍ଯ୍ୟକାରୀ ନ କରିବା ଯୋଗୁଁ ଚାଷୀ ଆଜି ସବୁଠାରୁ ଆର୍ଥିକ ପଛୁଆ ହୋଇ ପଡ଼ିଛି । ସେମାନଙ୍କୁ ପେନସନ ବ୍ୟବସ୍ଥା ନ କରିବା ଫଳରେ ଚାଷୀର ବାର୍ଦ୍ଧକ୍ୟ ଜୀବନ ଅତ୍ୟନ୍ତ ଦୟନୀୟ ।ତଦସହ ଦିଲ୍ଲୀରେ କୃଷକଙ୍କ ଧର୍ମଘଟ ରେ କେନ୍ଦ୍ର ସରକାର ପୋଲିସ ଦ୍ବାରା ନିରିହ ଚାଷୀଙ୍କ ଉପରେ ଆଖିବୁଜା ବର୍ବୋଚିତ ଆକ୍ରମଣ,ମାଡକୁ ବିଜେଡି ସରକାର ନିରବ ସମର୍ଥନ ଦେବା ଅତ୍ୟନ୍ତ ଦୁଃଖର ବିଷୟ । ରାଜ୍ୟରେ ଚାଲିଛି ବିଜେଡି ଓ ବିଜେପିର ମିଲି ଭଗତ କାର୍ଯ୍ୟକ୍ରମ ।ଏହାରି ପ୍ରତିବାଦରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ ଶନିବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ହେବା ସହ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।ଏହି ଆନ୍ଦୋଳନରେ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା,ସାରସକଣା କଂଗ୍ରେସ ପର୍ଯ୍ୟବେକ୍ଷକ ଭଜହରି ମହାନ୍ତ,ଅଶୋକ ଅଗ୍ରୱାଲ,ହରି ଚରଣ ସାହୁ, ଲଳିତ ମହାନ୍ତ ବସନ୍ତ ପଟ୍ଟନାୟକ,ରୂପକ ମହାନ୍ତି,ହେଲେନା ବାଗେ,ଵେରେଲ ସିର୍କା,ରାଇସେନ ସୋରେନ, କିଶୋର ମହାନ୍ତ,ବୈଲୋଚନ ଗିରି, ଶ୍ରୀମତୀ କିରଣ ବାଲ୍ମୀକି,ଦିବାକର ମହାନ୍ତ, ଦୀପଙ୍କର ମହାନ୍ତି,ସନ୍ତୋଷ ନନ୍ଦ ସମେତ ବହୁ କଂଗ୍ରେସ ନେତାପ୍ରତିବାଦ ସଭାରେ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡିଶା ମିଲେଟ ମିଶନର ଏସଏଚଜି ମହିଳା ମାନଙ୍କୁ ତାଲିମ 

masiha

ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ

masiha

ବାଲୁକା କଳାରେ ରାଧାକ୍ରିଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!