ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଏସଡିସି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କୁଳିଅଣା ଚମ୍ପିୟାନ

ରାଇରଙ୍ଗପୁରରେ ଏସଡିସି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କୁଳିଅଣା ଚମ୍ପିୟାନ

 ମୟୂରଭଞ୍ଜ – ୧୮/୦୨ ( ମସିହା) ରାଇରଙ୍ଗପୁର ଷ୍ଟାଡିୟମରେ ମୟୂରଭଞ୍ଜ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଫେବୃଆରୀ ୧୩/୧୪/୧୧୫ ୩ ଦିନ ଧରି ‘ଏସଡିସି କପ୍ ‘ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲାର ୨୬ ଟି ବ୍ଳକର ଶ୍ରେଷ୍ଠ ଖେଳାଳି ମାନେ ଖେଳରେ ଅଂଶ ଗ୍ରହଣ କରିଥିଲେ ।୧୫ ତାରିଖ ଦିନ ଅଦିନିଆ ବର୍ଷା ଯୋଗୁଁ ପଡ଼ିଆର ଵେହାଲ ନେଇ ଫାଇନାଲ ଖେଳ ଅନୁଷ୍ଠିତ ହୋଇ ପାରି ନ ଥିଲା । ସଂଧ୍ୟାରେ ୧୫ ତାରିଖ ଦିନ ବଲିଉଡ ତାରକା ଗୁଲସନ ଗ୍ରୋବରଙ୍କ ମନଛୁଆଁ ସମସ୍ତଙ୍କୁ ଆନନ୍ଦିତ କରିଥିବାବେଳେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସଂଗୀତ ସମସ୍ତଙ୍କୁ ବିମୋହିତ କରିଥିଲା।ଆଜି ୧୮ ତାରିଖ ଦିନ ଏସିଡିସି ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଅବସରରେ ମାନ୍ୟଗଣ୍ୟ ବ୍ୟକ୍ତି ସମାଜସେବୀ କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ସମାଜସେବୀକା ତନୁଜା ମହାନ୍ତ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ଜାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ, ଓଡ଼ିଶାର ସୁନାମ ଧନ୍ୟ ପ୍ରାକ୍ତନ ଫୁଟବଲ ତାରକା ଧର୍ମପଦ ମହାନ୍ତ, ଡଃ ଦେବେନ୍ଦ୍ର ନାଥ ଟୁଡୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି,ଭାଷ୍ଯକାର ପ୍ରଭାସ ପାତ୍ର ,ତଇରଇଂ ବ୍ଳକ ପ୍ରାକ୍ତନ ଅଧ୍ୟକ୍ଷ ବଳଦେବ ହେମ୍ରମ,ପ୍ରାକ୍ତନ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି ପ୍ରମୁଖ ଉପସ୍ଥିତ ରହି ରାଇରଙ୍ଗପୁର ଷ୍ଟାଡିୟମରେ ଫାଇନାଲ ଖେଳ ତିରିଂ ବ୍ଳକ ସହ କୁଳିଅଣା ବ୍ଳକ ଖେଳ ହୋଇଥିଲା । କୁଳିଅଣା ୧/୦ ରେ ବିଜୟୀ ହୋଇ ଏସଡିସି କପ୍ ବିଜେତା ହୋଇଥିଲେ । ହଜାର ହଜାର ଦର୍ଶକ ଫାଇନାଲ ଖେଳ ଉପଭୋଗ କରିଥିଲେ। ରେଫେରୀ ଭାବେ ପ୍ରଭୁପଦ ଵିଶ୍ଵାଳ,ହରି ମୋହନ ସିଂ, ସୁଲତାନ ହାଁସଦା ଦାୟିତ୍ଵ ନିଭାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ କର୍ମଶାଳା

masiha

ଆସନ୍ତା ୩ରେ ରାଉରକେଲା ଦିବସ

Sunil Chandra Nayak

ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ

masiha

Leave a Comment

error: Content is protected !!