ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଓ ସୃଜନୀ ସାହିତ୍ୟର କର୍ଣ୍ଣଧାର ବାବୁଲାଲ ପଲେଇଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଯୋଗଦେଲେ ବାଲେଶ୍ଵର ମସୀହା ନିଉଜ୍ ସାମ୍ବାଦିକ

ଶିକ୍ଷା ଓ ସୃଜନୀ ସାହିତ୍ୟର କର୍ଣ୍ଣଧାର ବାବୁଲାଲ ପଲେଇଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଯୋଗଦେଲେ ବାଲେଶ୍ଵର ମସୀହା ନିଉଜ୍ ସାମ୍ବାଦିକ

ବାଲେଶ୍ଵର,/କେନ୍ଦୁଝର,୦୧/୭/୨୪ : କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ସ୍ଥାନୀୟ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା ତରଫରୁ ଶିକ୍ଷା ତଥା ସୃଜନୀ ସାହିତ୍ୟର କର୍ଣ୍ଣଧାର ବାବୁଲାଲ ପଲେଇଙ୍କ ସରକାରୀ ସେବା ନିବୃତ୍ତି ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସ୍ବାଗତ ସମ୍ବର୍ଦ୍ଧନା ସମାରୋହରେ ଜଣେ ଉତ୍ତମ ଛାତ୍ର ହିଁ ପ୍ରକୃତ ଗୁରୁ ହୋଇପାରିବ ବୋଲି ଅତିଥି ବୃନ୍ଦ ମତପୋଷଣ କରିବା ସହିତ ତାଙ୍କ ଦ୍ବାରା ଗଠିତ ସଂଯୋଗୀ ପାଠାଗାର କୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ।

        ଏହି ଉପଲକ୍ଷେ ଓଷ୍ଟାର ପ୍ରାକ୍ତନ ରାଜ୍ୟ ସଂପାଦକ କାହ୍ନୁ ଚରଣ ସାମଲଙ୍କ ପୈାରହିତ୍ଯରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଅର୍ଜୁନ ଚରଣ ବେହେରା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚିଦାନନ୍ଦ ସାହୁ ଏବଂ ପରମ ପୂଜ୍ୟ ଗୁରୁଜୀ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବଟକୃଷ୍ଣ ନାଥ, ଅଧ୍ୟାପକ ଧୀରେନ ମହାନ୍ତି, ସଚ୍ଚିଦାନନ୍ଦ ପରିଡ଼ା, ହରିଚନ୍ଦନପୁର ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କୃତ ପ୍ରଧାନ ଶିକ୍ଷକ ରଘୁନାଥ ମହାରଣା, ଆଦର୍ଶ ଶିକ୍ଷକ ତଥା କବି ଧ୍ରୁବାନନ୍ଦ ରାଉତ, ଅନୁଷ୍ଠାନର ସଭାପତି ଉପେନ୍ଦ୍ର ଦାଶ, ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ଓଡ଼ିଶାର ସାଧାରଣ ସଂପାଦକ ପ୍ରଣବ ରାଉତରାୟ ଓ କେନ୍ଦୁଝର ଜିଲ୍ଲା ଶାଖା ସଂପାଦକ ହରିହର ମିଶ୍ର ଯୋଗଦେଇ ସଂସଦର ଏପରି ମହତ୍ କାର୍ଯ୍ୟକୁ ଭୁୟସି ପ୍ରଶଂସା କରିବା ସହିତ ବାବୁଲାଲ ପଲେଙ୍କ ବିଭିନ୍ନ ଗୁଣାବଳିକୁ ନେଇ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଶ୍ରୀ ପଲେଇ ଓ ତାଙ୍କ ପତ୍ନୀ ମିନା ବେହେରାଙ୍କ ଦ୍ବାରା ଗୁରୁ ପୂଜନ କରାଯିବା ପରେ ସ୍ବର୍ଗତ କଳାକାର ବଳ ଓ କିଶୋର ଚନ୍ଦ୍ର ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି ସ୍ବାଗତ ସମ୍ବର୍ଦ୍ଧନା ସମାରୋହର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିବା ବେଳେ ବରିଷ୍ଠ ଗାଳ୍ପିକ ଶାନ୍ତନୁ କୁମାର ମହାପାତ୍ର ଅତିଥି ମାନଙ୍କୁ ସ୍ବାଗତ ଓ ଅଭିନନ୍ଦନ ଜଣାଇଥିଲେ । ଶିକ୍ଷକ ଓ କାବ୍ଯକାର ପ୍ରତାପ କିଶୋର ରାଉତ ଭାବଗର୍ଭକ ସଂଗୀତ ଗାନ କରି ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ । ଏହି ଅବସରରେ ବରିଷ୍ଠ କବି ମଂଗୁଳି ଚରଣ ପୃଷ୍ଟି, ବେଣୁଧର ସାହୁ , ନିତ୍ୟାନନ୍ଦ ବେହେରା, ମିହିର କୁମାର ସାହୁ, କୁଳମଣି ଦତ୍ତ, ବାଲେଶ୍ଵର କବି ତଥା ମସୀହା ନିଉଜ୍ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ସଞ୍ଜୟ କୁମାର ସାହୁ, ରାମଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଡମ୍ବରୁଧର ମହାନ୍ତଙ୍କ ସମେତ କେନ୍ଦୁଝର, ଯାଜପୁର ଓ ବାଲେଶ୍ଵର ଜିଲ୍ଲାର ଶତାଧିକ କବି କବୟିତ୍ରୀ ପ୍ରଧାନ ଶିକ୍ଷକ, ଶିକ୍ଷକ ଯୋଗଦେଇ ବାବୁଲାଲ ପଲେଇଙ୍କ ଉଦ୍ଦେଶ୍ୟରେ କବିତା ଓ ଗଳ୍ପ ପାଠ କରିଥିଲେ । କବୟିତ୍ରୀ ସନ୍ଧ୍ୟାରାଣୀ ପୃଷ୍ଟି ଓ ସନ୍ତୋଷିନୀ ଦାଶ ସଂଯୋଜନା କରିଥିଲା ବେଳେ ଶିକ୍ଷକ ବିଜୟ କୁମାର ନନ୍ଦ, ଜ୍ୟୋତ୍ସ୍ନା ରାଣୀ ଦାଶ, ସ୍ମିତା ରାଣୀ ରାଉତ, ରମେଶ ଚନ୍ଦ୍ର ଶତପଥୀ ସଭା ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ କବି କବୟିତ୍ରୀ, ଶିକ୍ଷକ, କଳାକାର, ସାମ୍ବାଦିକ ଓ ଅନୁଷ୍ଠାନର ଶୁଭେଚ୍ଛୁ ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । କବି ଓ ମସୀହା ନିଉଜ୍ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ସମ୍ପାଦକ ବାବୁଲାଲ ପଲେଇ ଉତ୍ତରୀ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିୟୋଗରେ ଶୋକ

Sunil Chandra Nayak

ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା ବସନ୍ତ ନାଏକ ସଭାପତି : ବିଭୀଷଣ ନାଏକ ସାଧାରଣ ସଂପାଦକ

masiha

ନର୍ଲା ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!