ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମମିତା ରଥ କରି ବିଜେପି ହୀନ ରାଜନୀତି କରୁଛି …ବିଜେଡି 

ମମିତା ରଥ କରି ବିଜେପି ହୀନ ରାଜନୀତି କରୁଛି …ବିଜେଡି 

ଜୁନାଗଡ଼,୧୧/୧୨(ମ ନି ସ୍) ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷ।ମମିତା ମେହେର ହତ୍ୟା କାଣ୍ଡ ମାମଲା ପରିବାର କୁ ନ୍ୟାୟ ପ୍ରଦାନ କରିବା ପାଇଁ ବିଜେପି ର ମମିତା ରଥ ଆସନ୍ତା ୨୫ ତାରିଖ ରୁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ବୁଲିବ ବୋଲି ବିଜେପି ପକ୍ଷରୁ କୁହାଯାଉଥିବା ବେଳେ । ବିଜେଡି ଏହାକୁ ଦୃଢ ନିନ୍ଦା କରିବା ସହ ବିଜେପିଏହା ଏକ ହୀନ ରାଜନୀତି କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି।ସ୍ଥାନୀୟ ଆରଏମସି ସଭାଗୃହ ଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ନଗରପାଳ ତଥା ଦଳର ସମ୍ପାଦକ ମହେଶ ସାହୁ, ବ୍ଲକ ଉପାଧକ୍ଷ୍ୟ ପ୍ରମୋଦ ବେହେରା ଜୁନାଗଡ଼ ଏନଏସି ପାରିଷଦ ତଥା ଦଳୀୟ କର୍ମକର୍ତା ଉପସ୍ଥିତ ହୋଇ ଦଳ ପକ୍ଷରୁ ନିଜର ମତ ରଖିଥିଲେ। ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଓ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୀର୍ବାଦ ରୁ ରାଜ୍ୟ ସରକାର ଙ୍କ ବିକାଶ ମୂଳକ ଯୋଜନା ଓ ଜନ ହୀତକାରୀ କାର୍ଯ୍ୟ ଏଠାରେ ଚାଲୁ ରହିଛି ,ଏଥିନେଇ ଆମର ପ୍ରିୟ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତି ଲୋକଙ୍କ ଆସ୍ଥା ,ବିଶ୍ୱାସ ଓ ଲୋକପ୍ରିୟତା ବୃଦ୍ଧି ପାଇଛି ଏହାକୁ ବିଜେପି ଦଳ ସହି ପାରୁନାହିଁ । ଏକ ତଥ୍ୟ ହୀନ କଥା କୁ ପ୍ରସଙ୍ଗ କରି ହୀନ ରାଜନୀତି କରୁଛି ବିଜେପି ଦଳ, ଆଗକୁ ନିର୍ବାଚନ ଥିବାରୁ ରାଜନୀତି ବୈତରଣୀ ପାରି ହେବାକୁ ଏକ ହଜିଯାଇଥିବା ପ୍ରସଙ୍ଗ କୁ ମୁଦ। କରି ଅପପ୍ରଚାର କରୁଛି ବିଜେପି ଦଳ । ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ସାଢ଼େ ନଅ ବର୍ଷ ର କାର୍ଯ୍ୟକାଳ ମଧ୍ୟ ରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଓ ଜନହିତ କାରୀ ଯୋଜନା ଲୋକ ଙ୍କ ପାଖ କୁ ପହଚାଇ ସଫଳ ହୋଇ ଲୋକ ପ୍ରିୟତା ହୋଇପାରିଛନ୍ତି । ଏହାକୁ ବିରୋଧୀ ସହିନ ପାରି ହୀନ ରାଜନୀତି କରୁଛି ଏହା ଅତି ନିନ୍ଦନୀୟ ଘଟଣା ବୋଲି ଏହି ସାମ୍ବାଦିକ ସମିଳନୀ ରେ ବିଶୋଦ ଗାର କହିଛି ବିଜେଡି ଦଳ ।ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ଓ ପୂର୍ବତନ ବ୍ଲକ ଅଧକ୍ଷ ମନୋଜ ମେହେର ନିଜ ଅସ୍ତିତ୍ୱକୁ ଉଜ୍ଜୀବିତ କରିବା ପାଇଁ ଏହି ପ୍ରୟାସ ଚଳାଇଛନ୍ତି ବୋଲି କାଟୁ ସମାଲୋଚନା କରିଛ ବିଜେଡି। ଆସନ୍ତା ଜାନୁଆରୀ ୨୦ ତାରିଖ ଦିନ ଠୁ ରାଜ୍ୟ ସରକାର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କୁ ଲୋକ ଲୋଚନ କୁ ଆଣିବା ପାଇଁ ବିକାଶ ରଥ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ବୁଲିବ ବୋଲି ବିଜେଡି ଦଳରୁ ସ୍ପଷ୍ଟ କରାଯାଇଛି। । ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ଯେଭଳି ବିକାଶ ହେଉଛି ରାଜ୍ୟ ସରକାର ଙ୍କ ବିକାଶ ବନାମ ବିଜେପିର ଷଡ଼ଯନ୍ତ୍ର ବୋଲି ବିଜେଡି ଦଳ ପକ୍ଷରୁ ପ୍ରକାଶ କରିବା ସହ ଆଗାମୀ ନିର୍ବାଚନରେ ଏହାର କଡା ଜବାବ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ବିଜେଡିଏହି ସାମ୍ବାଦିକ ସମିଳନୀରେ ସରପଞ୍ଚ ସଂଘ ସଭାପତି ତାରାପ୍ରସାଦ ରାଇଗୁରୁ, ସରପଞ୍ଚ ତଥା ଦଳର ଜିଲ୍ଲା ସମ୍ପାଦକ ମଳୟ ଆଚାର୍ଯ୍ୟ, ସଚିନ ଆନଦାନୀ ଭୁପିନ୍ଦ୍ର ଦଣ୍ଡସେନା ,କାଳିଆ କନ୍ଦପାନ,ସତୀଶ ପ୍ରଧାନ, ଚକ୍ର ବାଗ,ବାପି ରାଉତ, ପ୍ରମୁଖଙ୍କ ସହ ଅନେକ ଦଳୀୟ କର୍ମୀ ଉପସ୍ଥିତ ରହି ଥିଲେ। ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କିଛି ଦିନ ତଳେ ଆସିଥିବା ପୁରୁଣା ଆମ୍ବୁଲାନ୍ସ ରୋଗୀକୁ ଆଣିବା ପାଇଁ ଯାଉଥିବା ବେଳେ  ସର୍ଟସର୍କିଟ ରେ ଜଳିଲା , ଅପେକ୍ଷା କରି ରୋଗୀ ଶେଷ ନିଶ୍ବାସ ତ୍ୟାଗ କଲେ 

ସଂଯୋଗୀ ସଜଫୁଲ ର ପୂର୍ବ – ଦକ୍ଷିଣାଞ୍ଚଳ ବିଶେଷାଙ୍କ ନିମନ୍ତେ ଲେଖା ଆବଶ୍ୟକ 

masiha

ଆଦିବାସୀଙ୍କ କୁଇଁ ସଙ୍ଘର ବନ୍ଧୁମିଳନ

Sunil Chandra Nayak

Leave a Comment

error: Content is protected !!