ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣେଷ ପୂଜା ପାଇଁ ବି ସି ରୋଡ ଉତ୍ସବ ମୁଖର, ସେନସର ଦ୍ଵାରା କାନ ହଲୁଥିବା ବିଶେଷ ଆକର୍ଷଣ

ଗଣେଷ ପୂଜା ପାଇଁ ବି ସି ରୋଡ ଉତ୍ସବ ମୁଖର, ସେନସର ଦ୍ଵାରା କାନ ହଲୁଥିବା ବିଶେଷ ଆକର୍ଷଣ

ରାୟଗଡ଼ା- ପାର୍ବଣର ବାସ୍ନାରେ ସାରାଜଗତ ।ଏକା ସାଥେ ବିଶ୍ଵକର୍ମା ଓ ଗଣେଷ ପୂଜା ପଡ଼ିଥିବା ଯୋଗୁଁ ପୁରପଲ୍ଲୀ ସବୁଠାରେ ଉତ୍ସବମୁଖର। ସେହିଭଳି ରାୟଗଡ଼ା ଜିଲ୍ଲା ଜେକେପୂର୍ ବି ସି ରୋଡ ଠାରେ ଚଳିତ ବର୍ଷ ବିଘ୍ନରାଜଙ୍କ ପୂଜା ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ମଧୁସୂଦନ ୟୁଥ୍ ଆସୋସିଏସନ୍ ତରଫରୁ ପାଳନ କରାଯାଉଥିବା ଏହି ପୂଜା  ନଅଦିନ ଧରି ପାଳନ କରାଯାଉଥାଉଥିବା ବେଳେ ସୁଦୂର ଆନ୍ଧ୍ର ପ୍ରଦେଶର ବିଜୟୱାଡା ଠାରୁ ଏକ ଟ୍ରକ ଯୋଗେ ସୁରକ୍ଷିତ ଭାବେ ପୂଜା ପୂର୍ବଦିନ ଗଣେଷ ମୂର୍ତ୍ତିଟି ଅଣାଯାଇଥିଲା। ଉକ୍ତ ଗଣେଷ ମୂର୍ତ୍ତିର ଉଚ୍ଚତା ପାଖାପାଖି  40 ଫୁଟ ଥିବା ବେଳେ କାରିଗରଙ୍କ ଦ୍ଵାରା ମୂର୍ତ୍ତିର ଭିତର ପାର୍ଶରେ ଆତ୍ୟାଧୁନିକ ଢଙ୍ଗରେ ସେନସର୍ ଖଞ୍ଜା ଯାଇଥିବା ଯୋଗୁଁ ଅଟୋମେଟିକ ଭାବେ ଗଣେଷଙ୍କ ଦୁଇଟି କାନ ହଲିବା ସହ ମୁଣ୍ଡ ଉପରେ ଥିବା ନାଗସାପ ମଧ୍ୟ ଅହରହ ହଲୁଛି। ଏଭଳି ଆକର୍ଷଣୀୟ ମୂର୍ତ୍ତି ଦେଖିବା ପାଇ ସନ୍ଧ୍ୟା ସମୟରେ ଦର୍ଶକଙ୍କ ପ୍ରବଳ ଭିଡ଼ ରହୁଥିବା ଦେଖିବାକୁ ମିଳୁଥିବା ବେଳେ ଗଣେଷଙ୍କ ନିକଟରେ ସେଲ୍ଫି ନେବାପାଇଁ ଏକ ପ୍ରକାର ପ୍ରତିଯୋଗିତା ସୃଷ୍ଟି ହେଉଛି। ଆସନ୍ତା ଶୁକ୍ରବାର ଦିନ ଗଣେଷ ମୂର୍ତ୍ତି ସ୍ଥାନୀୟ ନାଗାବଳୀ ନଦୀରେ ବିସର୍ଜନ କାର୍ଯକ୍ରମ ରହିଥିବା ବେଳେ ଶନିବାର ଦିନ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଉକ୍ତ ପୂଜା କାର୍ଯ୍ୟକ୍ରମକୁ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପି ଗୌରୀ ଶଙ୍କର, ଈଶ୍ୱରରାଓ ଇସୁ, ଗୌରପା,ଜାନକୀ , ଅଶୋକ କୁମାର, ସୁରେଶ କଣ୍ଡା,ଏସ ମୁରଲୀ ପ୍ରସାଦ,ଅନିଲ ଅଧିକାରୀ, ପ୍ରଭାତ ସ୍ୱାଇଁ, ଶ୍ରୀକାନ୍ତ, ସନ୍ତୁ, ରବି ପ୍ରମୁଖ ପରିଚାଳନା କରିଥିବା ବେଳେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଦୂର୍ଗା ପ୍ରସାଦ ପାଢୀ, ଗୁରୁବିନ୍ଦର୍ ସିଂ ଓ ମଧୁସୂଦନ ୟୁଥ୍ ଆସୋସିଏସନ୍  ର ସଦସ୍ୟ ମାନେ ସହଯୋଗ କରିଥିଲେ। 

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ 

masiha

ଟାଟା ମେଜିକ ସହିତ ବାଇକ ଧୋକ୍କା ରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର

masiha

କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍ ଘାଟ୍ ପାଳିତ

Sunil Chandra Nayak

Leave a Comment

error: Content is protected !!