ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଷିଡାରେ ଝାମୁଯାତ୍ରା ପ୍ରସ୍ତୁତି ବୈଠକ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ମାଁ ତାରିଣୀ ଶୈବଶକ୍ତି ପୀଠ, ରିଷିଡା ଠାରେ ଝାମୁଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ କିପରି ଶାନ୍ତିପୂର୍ଣ୍ଣ ଭାବେ ଚାରିଦିନ ଧରି ଝାମୁଯାତ୍ରା ପାଳନ କରାଯିବ ସେ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥିର କରାଯାଇଛି l ଏହି ବୈଠକରେ ଗ୍ରାମର ନୂତନ ସରପଞ୍ଚ ଏବଂ ନାଏବ ସରପଞ୍ଚ ସମେତ ଅଞ୍ଚଳର ଶିକ୍ଷାବିତ୍ ତଥା ବୁଦ୍ଧିଜୀବିମାନେ ଉପସ୍ଥିତ ରହି ନିଜନିଜ ମନ୍ତବ୍ୟ ରଖିଥିବା ବେଳେ ମନ୍ଦିର ସୁରକ୍ଷା ଓ ସୁବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେବାକୁ ସମସ୍ତ ସଦସ୍ୟକୁ ଅବଗତ କରାଇଥିଲେ l ଚଳିତ ବର୍ଷ ଚାରି ଦିନ ଯାତ୍ରା କରିବା ପାଇଁ ପୂଜା କମିଟି ପକ୍ଷରୁ ସ୍ଥିର କରାଯାଇଛି l ସୂଚନା ଅନୁସାରେ ପ୍ରଥମ ଦିନ ଗ୍ରାମ ପରିକ୍ରମା କରି ଦ୍ଵିତୀୟ ଦିନ ଝାମୁଯାତ୍ରା ଓ ତୃତୀୟ ଦିନ ପଣାସଂକ୍ରାନ୍ତି ପାଳନ ହେବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କଳାହାଣ୍ଡି, ନୂଆପଡା ଜିଲ୍ଲାରେ ଚୋର ଆତଙ୍କ, ଚନ୍ଦାହାଣ୍ଡି ରେ କୋକୁଆ ଭୟ

Sunil Chandra Nayak

ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

Sunil Chandra Nayak

Leave a Comment

error: Content is protected !!