ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ 

ବସ୍ତା,20/02 :ବସ୍ତା ବ୍ଲକ କଇନଗରୀ ପଞ୍ଚାୟତ ନିକଟ ପଡିଆରେ ମଙ୍ଗଳବାର ଅପରାହ୍ନ ଗୁଟେ ସମୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ରାଧା ବଲ୍ଲଭ ମଣ୍ଡଳ ସଭାପତିତ୍ୱ କରି ଥିବାବେଳେ ଅତିଥି ଭାବରେ ବିଜୟୀ କୁମାର ଭୂୟାଁ, ବରିଷ୍ଠ ପାଲା ଗାୟକ ପିତାମ୍ବର ଦାସ, ସମିତି ସଭ୍ୟା ଅମିତା ମୈକାପ, ନାଏବ ସରପଞ୍ଚ ଗୀତାରାଣୀ ଶାସମଲ, ମିଶନ ଶକ୍ତି ସଭାପତି କବିତା ଜେନା, ସମାଜ ସେବି ରବୀନ୍ଦ୍ର କୁମାର ମାନ୍ନା, ବିଡ଼ିଓ ମୋହିନୀ କୁମାର ନାୟକ,ପ୍ରମୁଖ ମଞ୍ଚାସୀନ ରହି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ଗ୍ରାମାଞ୍ଚଳର ଭିତ୍ତି ଭୂମି ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ସଂସ୍କୃତି ସଂରକ୍ଷଣ,ମହିଳା ସଶକ୍ତ କରଣ ଓ ଭିତ୍ତିଭୂମି ବିକାଶରେ ବ୍ୟାଙ୍କ ସେବା , ସୁଗମ ପରିବହନ, ଐତିହ୍ୟ ଭିତ୍ତିଭୂମିର ବିକାଶ ଭଳି ବହୁ ବିବିଧ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସମସ୍ତ ଅତିଥି ଗଣ ମଂଚାସୀନ ହୋଇ ଅଭିଭାଷଣ ରଖିଥିଲେ l ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆଗାମୀ ଦିନରେ ଅନ୍ୟପଞ୍ଚାୟତ ମାନଙ୍କରେ ହେବ । ଏହି ଅବସରରେ ପଂଚାୟତ ବାସୀଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଶେଷରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ନିତ୍ୟାନନ୍ଦ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ପୋଷଣ ମାସ ପାଳନ 

masiha

ଖନ୍ତ ବଜାରରେ ଥିବା ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ଓ ଶୌଚାଳୟ ଜନ ସାଧାରଣଙ୍କ କାମରେ ଆସୁନି

Sunil Chandra Nayak

ତୁଲାପଡା ଧାନମଣ୍ଡିରୁ ୭୯ ବସ୍ତା ଧାନ ଜବତ

Sunil Chandra Nayak

Leave a Comment

error: Content is protected !!