ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ

ଜିଲ୍ଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ

କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ସମବାୟ ସମିତି(ପ୍ୟାକ୍ସ) ଭାବରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣ ବ୍ୟବସ୍ଥା ଆଜି ଉଦଘାଟିତ ହୋଇଯାଇଛି । ସମବାୟ ସମିତି ସମୁହର ଉପନିବନ୍ଧକ ମୋନିକା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣ ବ୍ୟବସ୍ଥାକୁ ଉଦଘାଟନ କରିବା ସହ ଭରତପୁର ମିନି ବ୍ୟାଙ୍କର ଗ୍ରାହକମାନଙ୍କୁ କମ୍ପ୍ୟୁଟରାଇଜଡ୍ ପାସବୁକ୍‌(ଜମାବହି )ବଣ୍ଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ରାଓ ଏହି ଅବସରରେ କହିଥିଲେ ଯେ ଭରତପୁର ପ୍ୟାକ୍ସ କେବଳ ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣରେ ପ୍ରଥମ ହୋଇଛି । ଏହି ପ୍ୟାକ୍ସ ତା’ର ଗ୍ରାହକ ଓ ଅଂଶିଦାରମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁ ବୋଲି ଆଶାବ୍ୟକ୍ତ କରିବା ସହ ଏଥିରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶୃତି ଦେଇଥିଲେ । ଏହି ଉପଲକ୍ଷେ ସମିତିର ସଭାପତି ବସନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସନ୍ତୋଷ ଦାସ, ସିସିବି କେନ୍ଦ୍ରାପଡା ଶାଖା ପରିଚାଳକ ତାପସ କୁମାର ସିଂ, ଏସଆରସିଏସ ଗୁରୁପ୍ରସାଦ ବେହେରା ଓ ବିକାଶ କୁମାର ତରାଇ ଏବଂ ନିର୍ଦେଶକ ଶ୍ରୀଧର କୁମାର ସାମଲ ପ୍ରମୁଖ ମଞ୍ଚାସୀନ ଥାଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମିତି ପାଇଁ ଏକ ଗୋଦାମ ଗୃହ ନିର୍ମାଣ, ଚାଷୀଙ୍କୁ ବୋନସ ପ୍ରଦାନ ଓ ଧାନ କ୍ୱିଣ୍ଟାଲ ପିଛା ଦର ବୃଦ୍ଧି ଇତ୍ୟାଦି ଦାବି କରାଯାଇଥିଲା । ସମ୍ପାଦକ ସୁବୋଧ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ଦେଶକ ଅକ୍ଷୟ କୁମାର ମନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ୟାକ୍ସର ନିର୍ଦେଶକ କିଶୋର ଜେନା, ଅଗସ୍ତୀ ସେଣ, ଶାରଦା ପ୍ରସନ୍ନ ରାଉତ, ଗୈାରାଙ୍ଗ ଲେଙ୍କା, ସନ୍ତୋଷ କୁମାର ଦାସ, ସମିତିର କର୍ମଚାରୀ ଜଗନ୍ନାଥ ସେଣ, ଶାରଦା ପ୍ରସନ୍ନ ରାଉତ, ସ୍ମୃତି ପ୍ରିୟଦର୍ଶିନୀ ଦାସଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ହ୍ୟୁମାନିଟି ଫାଉଣ୍ଡେସନ ର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

masiha

ବଡାମତଳିଆ ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ

masiha

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କବି  ଶ୍ରୀଜୟଦେବ ଜୟନ୍ତୀ ସମାରୋହ ପାଳିତ 

masiha

Leave a Comment

error: Content is protected !!