ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବତୀଙ୍କ ଆତ୍ମହତ୍ୟା !

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାରେ ଯୁବତୀଙ୍କ ଆତ୍ମହତ୍ୟା,ଯୁବତୀଙ୍କ ଭାଇଙ୍କ ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ , ଯୁବତୀଙ୍କ ସ୍ୱାମୀ ଅଟକ। ଅଭିଯୋଗ କରି ଭାଇ ଚୁଡାମଣି ଖମାରୀଙ୍କ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ ଅନୁଯାଇ ଗତ ଗୁରୁବାର ଦିନ ଚୁଡାମଣି ଖମାରି ଓ ତାଙ୍କ ମା ଗ୍ରାମ ମୂଷାପାଲି, ଥାନା କୋମନା, ଜିଲ୍ଲା ନୂଆପଡା ରୁ ଖଡ଼ିଆଳ ବ୍ଲକ ବରଗାରେ ଦେଇଥିବା ତାଙ୍କ ଭଉଣୀ ବିଳାସିନୀ ଶବର (୩୦) ଙ୍କ ଘରକୁ ଦେଖିବାକୁ ଆସିଥିଲେ ଓ ନିଜ ଗ୍ରାମ ମୂଷାପାଲିକୁ ଫେରି ଯାଇଥିଲେ । ସୋମବାର ଦିନ ସକାଳେ ବିଳାସିନୀ ଶବରଙ୍କ ସ୍ୱାମୀ ରୋହିତ ଶବର ଭାଇ ଚୁଡାମଣି ଶବରଙ୍କୁ ଫୋନ ଯୋଗେ ଜଣାଇଥିଲେ ଯେ ତୁମ ଭଉଣୀ ବିଲସିନୀ ମୃତ୍ୟୁ ବରଣ କରିଛନ୍ତି । ଚୁଡାମଣି ଆସି ଦେଖିଲା ପରେ ପ୍ରକୃତରେ ଭଉଣୀ ବିଲସିନୀ ମରି ପଡିଛି । ଅଭିଯୋଗ ଅନୁଯାୟୀ ବିଗତ ଦିନରେ ରୋହିତ ଶବର ବିଳାସିନୀଙ୍କୁ ପରକୀୟା ପ୍ରୀତି ନେଇ ଝଗଡା କରି ଆସୁଥିଲେ । ସେନେଇ ବିଳାସିନୀଙ୍କୁ ହତ୍ଯା କରି ଆତ୍ମହତ୍ୟା ବୋଲି କହୁଥିବା ଅଭିଯୋଗ କରିଛନ୍ତି । ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଖଡ଼ିଆଳ ପୁଲିସ, ସାଇଣ୍ଟି ଫିକ୍ସିଂ ଟିମ ଓ ସନ୍ଧାନୀ କୁକୁର ନେଇ ଏସ୍ଡିପିଓ ସନ୍ତକ ଜେନା ଓ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ୱରେ କେଶ ନଂ ୧୨୭/୨୨ ମାମଲା ରୁଜୁ କରି ସ୍ୱାମୀ ରୋହିତ ସବରଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋଲନରା ବ୍ଳକରେ ସଂଯୁକ୍ତା ହେଲେ ପଞ୍ଚାୟତ ସମିତି ଅଧ୍ଯକ୍ଷା

Sunil Chandra Nayak

କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!