ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଥା ରଖିଲେ ସମିତି ସଭ୍ୟା….

 ନଦୀରେ ତିଆରି କଲେ ୧୦୦ ମିଟରର ରାସ୍ତା

ନିର୍ବାଚନ ସମୟରେ ଅନେକ ପ୍ରାର୍ଥୀ ଭୋଟ ପାଇବା ପାଇଁ ଲୋକଙ୍କୁ ଅନେକ ପ୍ରତିଶୢତି ଦେଇ ଥାନ୍ତି । କିନ୍ତୁ ନିର୍ବାଚନ ସରି ଗଲେ ଲୋକଙ୍କୁ ଦେଇ ଥିବା ପ୍ରତିଶୢତିକୁ ଭୁଲି ଯାନ୍ତି । କିନ୍ତୁ ନିଜ କଥା ରଖିଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ଝଗ୍ରାହୀ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ସସ୍ମିତା ଗଡତିଆ । ଏବେ ସସ୍ମିତାଙ୍କ ଉଦ୍ୟମକୁ ଲୋକେ ପ୍ରଶଂସା କରୁଛନ୍ତି ।

    ନୂଆପଡା ଜିଲ୍ଲା କୋମନା ବ୍ଲକ ଝଗ୍ରାହୀ ପଞ୍ଚାୟତର ବରନ୍ଦାଯୋର ଓ କୁରେଶ୍ବର ପଞ୍ଚାୟତର ଜନ୍ଧରାମୁଣ୍ତା ଗାଁ ମଝିରେ ସୁନ୍ଦର ନଦୀ । ବର୍ଷକୁ ପ୍ରାୟ ୬ ମାସ ନଦୀରେ ପାଣି ରହୁ ଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉ ଥିଲେ । ଗତ ପଞ୍ଚାୟତ ନିର୍ବାଚନ ସମୟରେ ୨ ଗାଁ ଲୋକେ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇ ଥିଲେ । ବିଗତ ଦିନରେ ମଧ୍ୟ ଲୋକେ ଭୋଟ ବର୍ଜନ କରି ଥିଲେ । କିନ୍ତୁ ସମସ୍ୟାର ସମାଧାନ ହୋଇ ନ ଥିଲା । ବିଗତ ନିର୍ବାଚନ ପୂର୍ବରୁ ପ୍ରଶାସନ ଗାଁକୁ ଯାଇ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରି ଥିଲେ ।

     ନିର୍ବାଚନ ସମୟରେ ଯେତେ ବେଳେ ଝଗ୍ରାହୀ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ସସ୍ମିତା ଗଡତିଆ ବରନ୍ଦାଯୋର ଗାଁକୁ ନିର୍ବାଚନ ପ୍ରଚାରରେ ଯାଇ ଥିଲେ । ଲୋକେ ନଦୀ ରାସ୍ତା ସମସ୍ୟା ସଂପର୍କରେ ତାଙ୍କୁ ଜଣାଇ ଥିଲେ । ସସ୍ମିତା ଗଡତିଆ ଲୋକଙ୍କୁ କଥା ଦେଇ ଥିଲେ ଯେ, ଯଦି ସେ ଜିତିବେ ରାସ୍ତା କାମ କରିବେ,ହାରିଲେ ବି ରାସ୍ତା କାମ କରିବେ । ଲୋକେ ତାଙ୍କୁ ବିଶ୍ବାସ କରି ଭୋଟ ଦେଲେ । ସସ୍ମିତା ଭୋଟରେ ବିଜୟୀ ହେଲେ । ଦୁଇ ଗାଁ ଲୋକଙ୍କ ସହାୟତାରେ ସୁନ୍ଦର ନଦୀରେ ୧୦୦ ମିଟରର ଏକ ଗମନାଗମନ ଉପଯୋଗୀ ରାସ୍ତା ତିଆରି କରିଛନ୍ତି । ତାହା ପୁଣି ନିଜ ଖର୍ଚ୍ଚରେ ।ତାଙ୍କୁ ଏହି କାମରେ ଝଗ୍ରାହୀ ସରପଞ୍ଚ ପୁଷ୍ପାଞଳି ଚିନାଗୁନ, ୱାଡ ମେମ୍ବର ଧନମତୀ ମାଝି, ସମରଥ ମାଝି,ଦଶମତ ମାଝି, ରଥୁରାମ ମାଝି, ଓକିଲ ମାଝି, ସଦନ ମାଝିଙ୍କ ସହ ଶତାଧିକ ଗ୍ରାମବାସୀ ସହଯୋଗ କରି ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଭାରତ ଜୋଡୋ ଅଭିଯାନ କୋକସରା ଠାରେ କଂଗ୍ରେସ ଯୋନ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

Sunil Chandra Nayak

ବାପା ଛେଉଣ୍ଡ ହେଇଗଲେ କୁନି କୁନି ଝିଅ ଚାରୋଟି 

Sunil Chandra Nayak

Leave a Comment

error: Content is protected !!