ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମାଙ୍କ ଜୟନ୍ତୀ ପାଳିତ

ଶ୍ରୀମାଙ୍କ ଜୟନ୍ତୀ ପାଳିତ

  ନବରଙ୍ଗପୁର, ତା :୨୨.୨.୨୦୨୪ ସ୍ଥାନୀୟ ଦଶହରାପଦା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଶ୍ରୀମାଙ୍କ ପବିତ୍ର ଜୟନ୍ତୀ ଏକ ସୁନ୍ଦର ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଯୁବ ସାଧକ ଶ୍ରୀ ଅନିଲ କୁମାର ସାମନ୍ତରାୟ “ଶ୍ରୀମାଙ୍କ ସ୍ୱରୂପ “ବିଷୟରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରି ତାଙ୍କରି ଦିବ୍ୟ ଉପସ୍ଥିତି କିପରି ସମଗ୍ର ସୃଷ୍ଟି ତଥା ମାନବ ଜାତି ପାଇଁ ଏକ ଉଜ୍ଜଳମୟ ଭବିଷ୍ୟତ ପଥ ଉନ୍ମୁକ୍ତ କରିଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ସୁଶ୍ରୀ ଅରୋଶିଖା ସାହୁ କରିଥିବା ବେଳେ ଶ୍ରୀମତୀ ସି. ଏଚ. ଉଷାରାଣୀ କୃତଜ୍ଞତା ଜ୍ଞ୍ୟାପନ କରିଥିଲେ ।

ସୁରେଶ ମିଶ୍ର ମାତୃ ବନ୍ଦନା ଗାନ କରିଥିଲେ… ସୁଶ୍ରୀ ସି. ଏଚ. ଶୁଭଶ୍ରୀ, ଓମ ପ୍ରକାଶ, ରିତାଞ୍ଜଳୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ରାଧାନାଥ ବେହେରା,ଡା. ପ୍ରଧାନ, ଏଡିଭିଓ,ରାମ ପ୍ରସାଦ ପାତ୍ର,ସନ୍ତୋଷ କୁମାର ପଟନାୟକ, ସୁଧୀରାଜ ରାଉତ, ହରେଶ ମହାନ୍ତି, ଅଞ୍ଜିତା ସାମଲ, ସଂଗୀତା ପଟ୍ଟନାୟକ, ମିହିର ସେଠୀ, ଶ୍ରୀନିବାସ ପଟ୍ଟନାୟକ,ପି. ରବିକାନ୍ତ ରଘୁରାମ, ଭି. ଅନିଲ କୁମାର,ଚନ୍ଦନ ଭୂମିଆ, ଅଜୟ କୁମାର ସାହୁ, ଅଭିମନ୍ୟୁ ବେହେରା, ସୁଚିତ୍ରା ପଟ୍ଟନାୟକ, ଉତ୍କଳିକା ବେହେରା, ପଦ୍ମଜା ବେହେରା, ସୁଜାତା ମିଶ୍ର, ପ୍ରପର୍ଣ୍ଣା ସାହୁ, ଉମା ମହେଶ୍ୱର, ସବିତା ପଟ୍ଟନାୟକ, ପି. ସୁଶୀଲା, ରିତାଞ୍ଜଳୀ ଗୌଡ଼, ଦେବକୀ ଯାନୀ ଏବଂ ଅନେକ ମାତୃପ୍ରେମୀ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜଗନ୍ନାଥ ମନ୍ଦିର ରେ ପାନୀୟ ଜଳ ପ୍ରକଳ୍ପ ରେ ମହାଦୁର୍ନୀତି କଲେ ଠିକାଦାର, ସରପଞ୍ଚ ଙ୍କ ପ୍ରତିନିଧି       

ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

Sunil Chandra Nayak

ଛତାମହୁଲ ପ୍ରାଥମିକ ବିଦ୍ୟାଳୟରେ ‘ଗପ ଶୁଣିବା ଓ କହିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!