ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ବାସୀ ଙ୍କ ପ୍ରଶ୍ନ,କେବେ ଆସିବ କୁକୁଡାବାଇ ପଞ୍ଚାୟତ ରେ ଲକ୍ଷ୍ମୀ ବସ

ପଞ୍ଚାୟତ ବାସୀ ଙ୍କ ପ୍ରଶ୍ନ,କେବେ ଆସିବ କୁକୁଡାବାଇ ପଞ୍ଚାୟତ ରେ ଲକ୍ଷ୍ମୀ ବସ

ନବରଙ୍ଗପୁର,(୨୩/୨) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଜୋନ-୧ ର ୭ ଟି ଗ୍ରାମ ପଞ୍ଚାୟତ ଅଞ୍ଚଳଗୁମ୍ମା, ପାତ୍ରପୁଟ, ଝରିଗୁମ୍ମା, କଣ୍ଟାଗାଁ ଅମଲାଭଟା, କାମତା , କଂଗରା ପଞ୍ଚାୟତ ର ,କନ୍ଦଗୁଡ଼ା ଆଦର୍ଶ ବିଦ୍ୟାଳୟ, ଅଞ୍ଚଳଗୁମ୍ମା ସମେତ ଜୋନ -୨ ର ପୂଜାରୀଗୁଡ଼ା ଦେଇ ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଲକ୍ଷ୍ମୀ ବସ ଯାତାୟତ କରୁଛି। ହେଲେ ଏହି ଜୋନ-୧ ର ୮ଟି ଗ୍ରାମ ପଞ୍ଚାୟତ ମଧ୍ୟ ରୁ କୁକୁଡ଼ାବାଇ ପଞ୍ଚାୟତ ହେଉଛି ଗମନା ଗମନ ର ପେଣ୍ଡ ସ୍ଥଳୀ, ଏହି ପଞ୍ଚାୟତ ଦେଇ କଂଗ୍ରା କାମତା ଅମଲାଭଟା କଣ୍ଟାଗାଁ ଝରିଗୁମ୍ମା ପାତ୍ରପୁଟ ଅଞ୍ଚଳଗୁମ୍ମା, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଅଙ୍ଗନବାଡ଼ି ଆଶା କର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବାସ୍ଥ୍ୟ କର୍ମୀ ମାନେ ଏହି ରାସ୍ତା ଦେଇ ପ୍ରତି ଦିନ ଯାତାୟତ କରିଥାନ୍ତି। କୌଣସି କାମରେ ହଠାତ ଭୁବନେଶ୍ଵର, କଟକ, ବ୍ରହ୍ମପୁର ଜୟପୁର, କୋରାପୁଟ କିମ୍ବା ବିଶାଖାପାଟଣା ଯିବାକୁ ହେଲେ କୁକୁଡ଼ା ବାଇ ଛକ ହେଉଛି ୮ଟି ପଞ୍ଚାୟତ ର ମୁଖ୍ୟ ଛକ।ଏହି ଛକ ଦେଇ ଲକ୍ଷ୍ମୀ ବସ ଯାତାୟତ କଲେ, ଯେ କୌଣସି ଅଞ୍ଚଳ ରୁ ଆସି ଲୋକେ ଆରାମ ରେ ୮ଟି ପଞ୍ଚାୟତ ରେ ଯିବା ଆସିବା କରି ପାରନ୍ତେ । ପୁଣି ଜିଲ୍ଲା କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ଆରାମରେ ବସ ସେବା ପାଇଁ ପାରନ୍ତେ।ଏଣୁ ୮ ଟି ପଞ୍ଚାୟତର ସ୍ବାର୍ଥ ଦୃଷ୍ଟିରୁ ଲକ୍ଷ୍ମୀ ବସ କୁ କଂଗ୍ରା ଠାରୁ କୁକୁଡ଼ାବାଇ ପଞ୍ଚାୟତ କୁ ସମ୍ପ୍ରସାରଣ କରି ତୁରନ୍ତ ବସ ସେବା ଯୋଗାଇ ଦେବାକୁ ଏହି ସବୁ ଗ୍ରାମ ପଞ୍ଚାୟତ ର ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଙ୍ଗନବାଡ଼ି ,ଆଶା କର୍ମୀ, ଶିକ୍ଷକ, ଶିକ୍ଷୟତ୍ରୀ ,ମହିଳା ସ୍ବାସ୍ଥ୍ୟ କର୍ମୀ ସମେତ ୮ଟି ଗ୍ରାମ ପଞ୍ଚାୟତ ବାସୀ ଦାବୀ କରିଛନ୍ତି।ଏ ନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ କୁମାର ପ୍ରାଣୀଗ୍ରାହୀ ଙ୍କ ସହିତ ଯୋଗାଯୋଗ କରିବାରୁ ଏ ନେଇ ସେ ଅବଗତ ଅଛନ୍ତି। ଖୁବ୍ ଶୀଘ୍ର ଏହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।ଏ ନେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଙ୍କୁ ଯୋଗାଯୋଗ କରିବାରୁ କଣ ପାଇଁ କୁକୁଡ଼ାବାଇ ପଞ୍ଚାୟତ ବାସୀ ସେବା ପାଇ ପାରୁ ନାହାନ୍ତି ,ସେ ଆଲୋଚନା କରି ତୁରନ୍ତ କୁକୁଡାବାଇ ପଞ୍ଚାୟତ ବାସୀ ଙ୍କ ସ୍ଵପ୍ନ ପୁରୁଣ କରିବେ ବୋଲି କହିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲାରେ ପୁଲିସ ଫୋର୍ସଙ୍କ ଯୋଗଦାନ. ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ପୁଲିସ ଫୋର୍ସକୁ ସ୍ୱାଗତ

Sunil Chandra Nayak

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ

masiha

ଅବସରପ୍ରାପ୍ତ ତହସିଲ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ

masiha

Leave a Comment

error: Content is protected !!