ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଲୋକାର୍ପିତ ହେଲା ରାୟଗଡା ଜିଲ୍ଳାର ୩ଟି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍‌

ଆଜି ଲୋକାର୍ପିତ ହେଲା ରାୟଗଡା ଜିଲ୍ଳାର ୩ଟି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍‌

ଭରଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା 
ଉପକୃତ ହେବେ ରାୟଗଡା ଜିଲ୍ଳାର କ୍ରୀଡାବିତ୍ 

ରାୟଗଡା/୨୨/୨:- ଆଦିବାସୀ ବହୁଳ ରାୟଗଡା ଜିଲ୍ଳାର କ୍ରୀଡାବିତମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଲୋକାର୍ପିତ ହୋଇଯାଇଛି । ଆଜି ଅପରାହ୍ନ ୪ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭରଚୁଆଲ ମାଧ୍ୟମରେ ଜିଲ୍ଳାର ରାୟଗଡର ଅମ୍ବାଗୁଡାରେ ନିର୍ମିତ ଏବଂ ଗୁଣପୁର ପୈାରାଂଚଳ ସମେତ ଗୁଡାରି ବିଞାପିତ ଅଂଚଳ ପରିଷଦ ଠାରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍‌କୁ ଲୋକାର୍ପିତ କରି କ୍ରୀଡାବିତ ତଥା ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହିତ ମାନ୍ୟବର ନୂଆ ଓଡିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ,ଭିନ୍ନକ୍ଷମ ସାଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାରା, କ୍ରୀଡା ସଚିବ ଅନୁଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ଆଦି ଯୋଗଦାନ କରିଥିଲେ l

ରୟାଗଡ଼ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସlରକା,ସଦର ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ,ଅଧିକ୍ଷଣ ଯନ୍ତ୍ରୀ ଆମ୍ଭିକେୟ ମିଶ୍ର ଯୋଗଦେଇଥିବା ବେଳେ ଗୁଣପୁରସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଗୁଣପୁର ଉପ ଜିଲ୍ଲାପାଳ ସୁଶ୍ରୀ କୀରଣ ଦୀପ କୌର, ତହସିଲଦାର ଲୀଳାବତୀ ଆଚାର୍ଜି, ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦର, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ -୨ ଦୁର୍ଗା ପ୍ରସାଦ ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ପ୍ରସାଦ ଶର୍ମା, ସମାଜସେବୀ ଅକ୍ଷୟ ଦାସ, ଗୁଣପୁର ସ୍ପଟିଂ କ୍ଲବ ସମ୍ପାଦକ ଦେବୀ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୁଡାରି ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଉପଦେଷ୍ଠା ସୁଧୀର ଦାସ, ସିଡିଓ ନିହାର ରଞ୍ଜନ କହଁର,ବିଡ଼ିଓ ଗୁଡ଼ାରୀ ଅନ୍ନେଷା ଦାସ, ଅଧ୍ୟକ୍ଷା ପଂଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଆଦି ଯୋଗଦାନ କରିଥିଲେ l ରାୟଗଡା ପୈାରାଂଚଳର ଆମ୍ବଗୁଡା ଠାରେ ଲୋକାର୍ପିତ ହେବାକୁ ଥିବା ଏହି ଷ୍ଟାଡିୟମର ପ୍ରକଳ୍ପ ଆକଳିତ ମୂଲ୍ୟ ୯ କୋଟି ୮୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହାକୁ ଶ୍ରୀରୋଜ ୱେଲଥ ଭେନଟୁରେସ ଲିମିଟେଡ଼ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଛି | ଗୁଣପୁର ଠାରେ ମଧ୍ୟ ୯କୋଟି ୬୭ଲକ୍ଷ୍ୟ ଟଙ୍କାରେ ଆକଳିତ ମୂଲ୍ୟରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଇଛି । ସେହିପରି ଗୁଡାରୀ ଏନଏସି ଠାରେ ୬କୋଟିରୁ ଉର୍ଦ୍ଧ ଟଙ୍କାରେ ସେଠାକାର ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ହୋଇଛି। ଲୋକର୍ପିତ ହୋଇଥିବା ଥିବା ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଂଟନ,ଭାର ଉତୋଳନ, ଜିମନାସିୟମ୍‌,ଟେବୁଲ ଟେନିସ୍ ଖେଳ ସହ ଯୋଗ ଓ ବ୍ୟାୟାମର ବ୍ୟବସ୍ଥା କରାଯାଇଛି । ଖେଳାଳୀମାନଙ୍କ ସମସ୍ତ ପ୍ରକାର ସୁବିଧାସୁଯୋଗକୁ ଦୃଷ୍ଟିରେ ରଖି ଏହି ଷ୍ଟାଡିୟମ୍ ନିର୍ମାଣ କରାଯାଇଛ l

କ୍ରୀଡା ପ୍ରତି ରୁଚି ରଖିଥିବା ଜିଲ୍ଳାର ଖେଳାଳୀମାନଙ୍କ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଷ୍ଟାଡିୟମ ନିର୍ମାଣର ମଂଜୁରୀ ଦେବା ପରେ ଜିଲ୍ଳାର ରାୟଗଡା,ଗୁଣପୁର ଓ ଗୁଡାରୀ ଠାରେ ଏହି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇପାରିଛି । ଯାହାକୁ ନେଇ ଜିଲ୍ଳାର କ୍ରୀଡାବିତ ତଥା ଖେଳାଳୀମାନଙ୍କ ମଧ୍ୟରେ ଏକ ନୂଆ ଉଦ୍ଦିପନା ଦେଖିବାକୁ ମିଳିଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କିନ୍ନର ମାନଙ୍କୁ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଲା

masiha

ମାସିକ ସାରସ୍ଵତ ସମାରୋହ ଓ ପୁସ୍ତକ ଉନ୍ମୋଚନ 

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପ୍ରଦୀପ

Sunil Chandra Nayak

Leave a Comment

error: Content is protected !!