ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇଭ -ଟି ଅଧ୍ୟକ୍ଷଙ୍କ ଗସ୍ତ ଅବସରରେ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ 

ଫାଇଭ -ଟି ଅଧ୍ୟକ୍ଷଙ୍କ ଗସ୍ତ ଅବସରରେ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ 

ରାଉରକେଲା: ଫାଇଭ -ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ଓ ପାଶ୍ଵବର୍ତ୍ତୀ ଅଂଚଳର ବିଭିନ୍ନ ମୌଳିକ ସୁବିଧା ପ୍ରଦାନ ସହ ବିକାଶ ପାଇଁ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ରାଉରକେଲା ବିକାଶ ମଞ୍ଚ ଓ ହମିରପୁର ଉନ୍ନୟନ ପରିଷଦର ସଭ୍ୟମାନେ ବିସ୍ତୃତ ଆଲୋଚନା ସହ ଦାବିପତ୍ର ପ୍ରଦାନ କରିଥିଲେ l ଆଠଲକ୍ଷ ଜନ ସଂଖ୍ୟା ବିଶିଷ୍ଟ ରାଉରକେଲା ସହର ସର୍ବ ପୁରାତନ ଇସ୍ପାତ ସହରର ମାନ୍ୟତା ପାଇବା ସହ ଓଡିଶାର ଦ୍ଵିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇଛି l ଖଣିଖାଦାନ, ବିଭିନ୍ନ କଳକାରଖାନା, ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ, ଅଫିସ, ସର୍ବାଧିକ ରାଜସ୍ବ ପ୍ରଦାନ କରୁଥିବା ସୁନ୍ଦରଗଡ ଜିଲ୍ଲାର ଆଖିଦୃଶିଆ ଉନ୍ନତି ହୋଇନାହିଁ l ରେଳ ବିଭାଗକୁ ସର୍ବାଧିକ ରାଜସ୍ବ ପ୍ରଦାନ କରୁଥିଲେ ମଧ୍ୟ ପର୍ଯ୍ୟାପ୍ତ ଭିତ୍ତିଭୂମି ଥାଇ ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ଏକ ନୂତନ ରେଳ ଡିଭିଜନ ପ୍ରତିଷ୍ଠା ହୋଇ ପାରିନାହିଁ l ଉଣେଇଶ ସହ ଷାଠିଏ ମସିହାରୁ ଚାଲିଥିବା ବିମାନ ବନ୍ଦର କୁ ଯଦିଓ ଗତବର୍ଷ ଜାନୁଆରୀ ସାତ ତାରିଖରୁ କାର୍ଯ୍ୟକ୍ଷମ କରାଗଲା, କିନ୍ତୁ ବିଭିନ୍ନ ଆଳ ଦେଖାଇ ପର୍ଯାୟକ୍ରମେ ତିନି ମାସରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଏହାର ସେବା ବନ୍ଦ ଥିଲା, ଯାହା ଫଳରେ ବିମାନ ଯାତ୍ରୀ ମାନଙ୍କ ମଧ୍ୟରେ ନୈରାଶଭାବ ଜାଗ୍ରତ ହେବା ବିଭିନ୍ନ ବିଭାଗ ମାନଙ୍କ ଭିତରେ ଉପଯୁକ୍ତ ସମନ୍ୱୟ ନଥିବା ଯୋଗୁଁ ବିମାନ ବନ୍ଦର ବନ୍ଦ ହୋଇଯିବା ଭଳି ପରିସ୍ଥିତିରେ ପହଂଚିଛି l ରାଉରକେଲା ସହରର ଚାରି ପାର୍ଶ୍ଵରେ ଥିବା ହମିରପୁର, ଲୁଆକେରା, ତୁମକେଲା ଆଦି ଆଦିବାସୀ ବହୁଳ ବସ୍ତି ଅଂଚଳ ମ୍ୟୁନିସିପାଲ କର୍ପୋରେସନ କିମ୍ବା ପଂଚାୟତରେ ନ ଥିବାରୁ ଏହି ଅଞ୍ଚଳରେ ରହୁଥିବା ବାସିନ୍ଦା ମାନେ ରାସ୍ତାଘାଟ, ଡ୍ରେନଜ, ଷ୍ଟ୍ରୀଟଲାଇଟ, ସ୍ୱାସ୍ଥ୍ୟସେବା, ଶିକ୍ଷା,ଗମନାଗମନ,କଣ୍ଟ୍ରୋଲ ସାମଗ୍ରୀର ସୁବିଧା ଆଦି ମୌଳିକ ସେବା ପାଇବାରୁ ବଂଚିତ ହେଉଛନ୍ତି l ତେଣୁ ରାଉରକେଲା ଠାରେ ଇଷ୍ଟକୋଷ୍ଟ ରେଳ ଅଧୀନରେ ଏକ ନୂତନ ରେଳ ଡିଭିଜନ ଖୋଲିବା ସହ ବିମାନ ସେବାକୁ ବାଙ୍ଗାଲୋର, ମୁମ୍ବାଇ, ଦିଲ୍ଲୀ ଆଦିକୁ ସମ୍ପ୍ରସାରିତ କରାଯାଉ l ସହରକୁ ଲାଗି ରହିଥିବା ବସ୍ତି ଅଂଚଳକୁ ମୌଳିକ ସୁବିଧା ପ୍ରଦାନ କରିବା ସହ ମ୍ୟୁନସିପାଲିଟି କିମ୍ବା ପଂଚାୟତ ଅଧୀନରେ ରଖିଲେ ଏଇ ସହର ସହ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଅର୍ଥନୈତିକ, ଶିକ୍ଷା, ଗମନାଗମନ ଆଦି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ଓଡିଶାର ସାମଗ୍ରିକ ଅଭିବୃଦ୍ଧି ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲାରେ ଆଲୋଚନା ହେଉଛି l ପୂର୍ବରୁ ଶ୍ରୀ ପାଣ୍ଡିଆନ ଏଇ ସହରରେ ପ୍ରଶାସନିକ ଦାୟିତ୍ଵ ରେ ଥିବାରୁ ଓ ବହୁତ ଦିନର ଅଭିଜ୍ଞତା ହେତୁ ଏହି ସବୁ ବିଷୟରେ ଶୀଘ୍ର ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିଲେ l ଏହି ପ୍ରତିନିଧି ଦଳରେ ଡ଼କ୍ଟର ଦତ୍ତଙ୍କ ସହ ଆନନ୍ଦ ମହାନ୍ତି, ଅଭୟ ଦାସ,ସଂଜୀବ ମହାନ୍ତି, ନିରଞ୍ଜନ ଦାସ ,ବାବାଜୀ ବେହେରା, ଉପେନ୍ଦ୍ର ନାୟକ, ନିରଞ୍ଜନ ନାୟକ, କୁଞ୍ଜ ବିହାରି ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଡ ଗୁମୁଡା ଗ୍ରାମ ପଞ୍ଚାୟତ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବା ରାସ୍ତା ବିପଦସଙ୍କୁଳ 

Sunil Chandra Nayak

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Leave a Comment

error: Content is protected !!