ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଏନଏସି ଘୋଷଣା କରିଥିବାରୁ ସଦାନନ୍ଦପୁର ପଞ୍ଚାୟତ ଅଫିସ ନିକଟରେ ବାଣ ଫୁଟାଇ ଖୁସି ମନାଇଲେ 

ବସ୍ତା ଏନଏସି ଘୋଷଣା କରିଥିବାରୁ

ସଦାନନ୍ଦପୁର ପଞ୍ଚାୟତ ଅଫିସ ନିକଟରେ ବାଣ ଫୁଟାଇ ଖୁସି ମନାଇଲେ 

ବସ୍ତା,24/02 :ଆଜି ରାଜ୍ୟ ସରକାର ରାଜ୍ୟରେ ୩୪ ଟି ସହରକୁ ଏନ ଏ ସି ଘୋଷଣା କରିଛନ୍ତି,ସେଥି ମଧ୍ୟରୁ ବାଲେଶ୍ଵର ଜିଲ୍ଲା ର ସିମୁଳିଆ ଏବଂ ବସ୍ତା କୁ ଏଥିରେ ସାମିଲ କରାଯାଇଛି, ବସ୍ତା ବ୍ଲକ କୁ ଏନଏସି ଘୋଷଣା କରା ଯାଇଥିବାରୁ ଖୁସି ଅଛନ୍ତି ଅଞ୍ଚଳ ବାସୀ, ବସ୍ତା ବ୍ଲକ ର ସଦାନନ୍ଦ ପୁର ପଞ୍ଚାୟତ ର ୧୫ ଟି ୱ୍ବାର୍ଡ,ବ୍ରାହ୍ମୁଣଦା ପଞ୍ଚାୟତର ୩ଟି ୱ୍ବାର୍ଡ, ପତ୍ରଝଡ଼ା ପଞ୍ଚାୟତର ଗୋଟିଏ ଏବଂ ବାହାର୍ଦା ପଞ୍ଚାୟତ ର ୩ ଟି ୱ୍ବାର୍ଡ କୁ ନେଇ ଗଠିତ ହୋଇଛି ବସ୍ତା ପୌର ପରିଷଦ,ଏହା ଦ୍ବାର ବସ୍ତା ରେ ବିକାଶ ହୋଇ ପାରିବ ବୋଲି କହିଥାନ୍ତି,ଆଲୋକିକରଣ, ରାସ୍ତା,ଡ୍ରେନ,ଫ୍ଲାୟ ଓଭର ବ୍ରିଜ, ଏବଂ ବସ୍ତାରେ ଗୋଟିଏ ମହାବିଦ୍ୟାଳୟ ପାଇଁ ହେଉଥିବା ଦାବି ପୂରଣ ହୋଇ ପାରିବ ବୋଲି କହିଛନ୍ତି ଲୋକେ ।ତେବେ ଶନିବାର ଅପରାହ୍ନ ସମୟରେ ସଦାନନ୍ଦପୁର ପଞ୍ଚାୟତ ଅଫିସ ନିକଟରେ ବାଣ ଫୁଟାଇ ଅଞ୍ଚଳ ବାସି ବେଶ ଖୁସି ଥିବା ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

Sunil Chandra Nayak

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ 

Sunil Chandra Nayak

ବ୍ଲକ ହିନ୍ଦୁ ସଂଘଠନ ତରଫରୁ ରାଲି ସହ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!