ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ମିଳିତ ଯୁବକ ଯୁବତୀ ସରକାରୀ ଚାକିରୀ ଆଶାୟୀ ସଂଘର ବୈଠକ 

ଜିଲା ମିଳିତ ଯୁବକ ଯୁବତୀ ସରକାରୀ ଚାକିରୀ ଆଶାୟୀ ସଂଘର ବୈଠକ 

ଡାବୁଗାଁ, ୨୫/୨(ମ.ନି.ସ.)- ବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡ଼ଙ୍ଗରିଗୁଡା ପଞ୍ଚାୟତ କାର୍ଯ୍ୟ|ଳୟ ଠାରେ ଜିଲା ମିଳିତ ଯୁବକ ଯୁବତୀ ସରକାରୀ ଚାକିରୀ ଆଶାୟୀ ସଂଘର ବୈଠକ ଜିଲା ସଂଘ ସଭାପତି ପ୍ରଶାନ୍ତ ନାୟକଙ୍କ ସଭାପତିତ୍ଵ ରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲାରେ ଥିବା ଶିକ୍ଷିତ ବେକାରୀ ଯୁବତୀ ଯୁବକ ମାନେ ମିଳିତ ହୋଇ ଜିଲା ଭିତ୍ତିକ ନିଯୁକ୍ତି, ୩ୟ ଓ ୪ ର୍ଥ ଶ୍ରେଣୀ କର୍ମଚାରୀ ସମେତ ସମସ୍ତ ଜିଲା ଭିତ୍ତିକ ନିଯୁକ୍ତି, ଅନୁସୂଚିତ କ୍ଷେତ୍ର ଅନୁଯାଇ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦେବା ଓ ଉମରକୋଟ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଜିଲାସ୍ତରରେ ନିଯୁକ୍ତି ଆଦି ଦାବି ଉପରେ ଆଲୋଚନା କରାଯାଇଥିଲା | ଆଜି ନବରଙ୍ଗପୁର ଜିଲାକୁ ଓଡିଶାର ମହାମହିମ ରାଜ୍ୟପାଳ ଙ୍କ ଗସ୍ତ କରିଥିବାରୁ ତାଙ୍କୁ ୪ ଦଫା ଦାବି ସମ୍ବଳିତ ପତ୍ର ଦେବାପାଇଁ ନିଷ୍ପତି ନିଆଯାଇଥିଲା | ବୈଠକ ପରେ ସଂଘର କର୍ମକର୍ତ୍ତା ମାନେ ଅପରାହ୍ନରେ ରାଜ୍ୟପାଳ ଙ୍କୁ ଭେଟି ଉକ୍ତ ଦାବିପତ୍ର ପ୍ରଦାନ କରିବାକୁ ଯାଇଛନ୍ତି | ଏହି ବୈଠକରେ ସମ୍ପାଦକ କମଳ ଭତ୍ରା, ରଘୁନାଥ ଭତ୍ରା, ଅନିରୁଦ୍ଧ ନାୟକ, ଚୈତନ ଭତ୍ରା, ମନୋଜ ଭତ୍ରା ଙ୍କ ସମେତ ଜିଲାର ୧୦ ଟି ବ୍ଲକରୁ ପ୍ରାୟ ୫୦ ରୁ ଊର୍ଦ୍ଧ୍ଵ ଶିକ୍ଷିତ ଯୁବତୀଯୁବକ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

Sunil Chandra Nayak

କାଶିଆବେଡାରେ ପୋଖରୀରେ ଚାଷୀ ମୃତ

Sunil Chandra Nayak

ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!